Amarnath Yatra 2022: ଯାତ୍ରାର ୧୮ ତମ ଦିନରେ ଆସିଲା ଚକିତ କରିବା ଭଳି ଖବର
Advertisement
Article Detail0/zeeodisha/odisha1264656

Amarnath Yatra 2022: ଯାତ୍ରାର ୧୮ ତମ ଦିନରେ ଆସିଲା ଚକିତ କରିବା ଭଳି ଖବର

Amarnath Yatra 2022: କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଚଳିତ ବର୍ଷ ଯେତେବେଳେ ସ୍ଥିତିରେ ସୁଧାର ଆସିଲା ସେତେବେଳେ ଗତ ଜୁନ ୩୦ ତାରଖରୁ ଆରମ୍ଭ ହୋଇଥିଲା ଯାତ୍ରା। ଏହି ଯାତ୍ରା ଅଗଷ୍ଟ ୧୧ ତାରିଖ ରକ୍ଷାବନ୍ଧନ ଦିନ ଶେଷ ହେବ। 

Amarnath Yatra 2022: ଯାତ୍ରାର ୧୮ ତମ ଦିନରେ ଆସିଲା ଚକିତ କରିବା ଭଳି ଖବର

Amarnath Yatra 2022: ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁନ ୩୦ ତାରଖରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ର। ଯାହା ଆସନ୍ତା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ସମ୍ପୂର୍ଣ୍ଣ ଉତ୍ସାହ ସହିତ ଜାରି ରହିଛି। ଉଭୟ ଯାତ୍ରାର ମାର୍ଗ ପାଇଁ ଦୈନିକ ହଜାର ହଜାର ଯାତ୍ରୀ ବାଲଟାଲ ଏବଂ ପହଲଗାମ ଠାରୁ ଆସୁଛନ୍ତି। ଯାତ୍ରାର ୧୮ ତମ  ଦିନରେ ବଡ ଖବର ସାମ୍ନାକୁ ଆସିଛି। ଅମରନାଥ ଗୁମ୍ଫାରେ ନିର୍ମିତ ପ୍ରାକୃତିକ ଶିବଲିଙ୍ଗ ୯୫ ପ୍ରତିଶତ ପର୍ଯ୍ୟନ୍ତ ତରଳି ଯାଇଛି। କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ପରେ ଆରମ୍ଭ ହୋଇଥିବା ଯାତ୍ରାରେ ୨ ଲକ୍ଷ ଲୋକ ବାବା ବାର୍ଫାନୀଙ୍କ ଦର୍ଶନ କରିଛନ୍ତି।

ଅମରନାଥ ଯାତ୍ରା ଶେଷ ହେବା ପୂର୍ବରୁ ଶିବଲିଙ୍ଗ ତରଳି ଯିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଥର ଶିବଲିଙ୍ଗ ସମୟ ପୂର୍ବରୁ ତରଳି ଯାଇଛି। ଗତ ୮ ତାରିଖରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା, ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ତାପମାତ୍ରା ବୃଦ୍ଧି ହେବାର ପ୍ରଭାବ ଶିବଲିଙ୍ଗ ଉପରେ ପଡିଛି। ଯାହା ଫଳରେ ଶିବଲିଙ୍ଗ ଶୀଘ୍ର ତରଳି ଯାଇଥିଲା। ତଥାପି ୩-୪ ଦିନ ପାଇଁ ଅଧିକ ଭକ୍ତ ବାବା ବାର୍ଫାନୀଙ୍କ ଦର୍ଶନ କରିପାରିବେ।

କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଚଳିତ ବର୍ଷ ଯେତେବେଳେ ସ୍ଥିତିରେ ସୁଧାର ଆସିଲା ସେତେବେଳେ ଗତ ଜୁନ ୩୦ ତାରଖରୁ ଆରମ୍ଭ ହୋଇଥିଲା ଯାତ୍ରା। ଏହି ଯାତ୍ରା ଅଗଷ୍ଟ ୧୧ ତାରିଖ ରକ୍ଷାବନ୍ଧନ ଦିନ ଶେଷ ହେବ। ଏହି ଯାତ୍ରା ପାଇଁ ପୋଲିସ-ପ୍ରଶାସନ ଏବଂ ସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ ପହଞ୍ଚିଥିବା ଲଙ୍ଗର ସେବା ସହ ଜଡ଼ିତ ଲୋକ ସେବାରେ ନିୟୋଜିତ ହୋଇଛନ୍ତି।

ଅମରନାଥ ଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛିଷ। ଲୋକେ ଚ୍ରେନ, ବସ, ବିମାନ ବ୍ୟତୀତ ବ୍ୟକ୍ତିଗତ ଗାଡିରେ ଜାମୁ ଠାରେ ପହଞ୍ଚୁଛନ୍ତି। ସେଠାରୁ ଲୋକମାନେ ଏହି ଯାତ୍ରାର ମୂଳ ଶିବିର ବାଲଟାଲ କିମ୍ବା ପହଲଗାମ ଠାରେ ପହଞ୍ଚିଥାନ୍ତି। ଏକ ସେଠାରେ ସେମାନଙ୍କ ଯାତ୍ରା ଦସ୍ତାବିଜ ଯାଞ୍ଚ କରିବା ପରେ ଲୋକେ  ଏହି ପବିତ୍ର ଯାତ୍ରା ପାଇଁ ପର୍ବତ ଉପରକୁ ଚଢିବା ଆରମ୍ଭ କରିଥାନ୍ତି।

Also Read: Cloud Burst: କାହିଁକି ଫାଟିଥାଏ ବାଦଲ? କିପରି ସୃଷ୍ଟି କରିଥାଏ ତାଣ୍ଡବ?