Maharashtra Fire Accident: ମହାରାଷ୍ଟ୍ର ଛତ୍ରପତି ସାମ୍ଭାଜୀନଗର (Maharashtra Sambhaji Nagar) ଭୟାବହ ଅଗ୍ନିକାଣ୍ତ (Fire Mishap) । ଏକ ଗ୍ଲୋଭସ ଫ୍ୟାକ୍ଟ୍ରିରେ (Glove Factory) ନିଆଁ ଲାଗିଯିବାରୁ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।
Trending Photos
Maharashtra Fire Accident: ମହାରାଷ୍ଟ୍ର ଛତ୍ରପତି ସାମ୍ଭାଜୀନଗର (Maharashtra Sambhaji Nagar) ଭୟାବହ ଅଗ୍ନିକାଣ୍ତ (Fire Mishap) । ଏକ ଗ୍ଲୋଭସ ଫ୍ୟାକ୍ଟ୍ରିରେ (Glove Factory) ନିଆଁ ଲାଗିଯିବାରୁ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏହି ଭୟଙ୍କର ଅଗ୍ନିକାଣ୍ତରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତି ପ୍ରାୟ ୨.୧୫ ମିନିଟ୍ ରେ ଛତ୍ରପତି ସାମ୍ଭାଜୀନଗର ଏମ୍ଆଇଡ଼ିସି କ୍ଷେତ୍ରରେ ଥିବା ଗ୍ଲୋଭସ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ତ ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଜଣ ଶ୍ରମିକ ଜୀଆଁନ୍ତା ଜଳିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ (Fire Brigade ) ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ୬ ଜଣଙ୍କୁ ଉଦ୍ଧାର କରିପାରିନଥିଲା । ସେପଟେ ଏଥିରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Also Read-Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ
ଶ୍ରମିକଙ୍କ କହିବାଅନୁଯାୟୀ, କାରଖାନାରେ ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ଫ୍ୟାକ୍ଟ୍ରି ବନ୍ଦ ଥିଲା । ହେଲେ ୧୦ରୁ ୧୫ ଜଣ ଶ୍ରମିକ ଏହି ସମୟରେ ଫ୍ୟାକ୍ଟ୍ରି ଭିତରେ ଶୋଇଥିଲେ । ନିଆଁ ଲାଗିଥିବା ଜାଣିବା ପରେ କିଛି ଶ୍ରମିକ ଦୌଡି଼ ପଳାଇଆସିଥିଲେ । ତେବେ କେଉଁ କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।