ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି
Advertisement
Article Detail0/zeeodisha/odisha1249401

ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ମିଡିଆ ଖବର ମୁତାବକ, ସରକାର ଅଗଷ୍ଟ ମାସରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଖାତାରେ  ଡିଏ ବକେୟା ରାଶି ପଠାଇ ପାରନ୍ତି । ବାସ୍ତବରେ, କେନ୍ଦ୍ର କର୍ମଚାରୀମାନେ କ୍ରମାଗତ ଭାବରେ ଜାନୁୟାରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକା ଯାଇଥିବା ଡିଏ ବକେୟା ରାଶିକୁ ସରକାରଙ୍କ ଠାରୁ ଦାବି କରୁଛନ୍ତି ।

ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hikes, DA Arrears: କେନ୍ଦ୍ର ସରକାର (Central Government) ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ (Central Government Pensioners) ଙ୍କୁ ପୁଣି ଥରେ ଉପହାର ପ୍ରଦାନ କରିପାରନ୍ତି । ବିଗତ ସମୟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିଥିଲେ । କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଉପହାର ଦେଉଛନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟର (DA Arrears) ର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ମିଡିଆ ଖବର ମୁତାବକ, ସରକାର ଅଗଷ୍ଟ ମାସରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଖାତାରେ  ଡିଏ ବକେୟା ରାଶି ପଠାଇ ପାରନ୍ତି । ବାସ୍ତବରେ, କେନ୍ଦ୍ର କର୍ମଚାରୀମାନେ କ୍ରମାଗତ ଭାବରେ ଜାନୁୟାରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକା ଯାଇଥିବା ଡିଏ ବକେୟା ରାଶିକୁ ସରକାରଙ୍କ ଠାରୁ ଦାବି କରୁଛନ୍ତି । ଏହା ପୂର୍ବରୁ ଅନେକ ଥର ଖବର ଆସିଥିଲା ​​ଯେ ସରକାର କର୍ମଚାରୀଙ୍କ ଆକାଉଣ୍ଟରେ ୨ ଲକ୍ଷ ବକେୟା ଡିଏ  ପଠାଇବାକୁ ଯାଉଛନ୍ତି, କିନ୍ତୁ ସରକାର ଏହାକୁ ପ୍ରତିଥର ଅସ୍ୱୀକାର କରିଛନ୍ତି । କର୍ମଚାରୀଙ୍କ ପ୍ରତୀକ୍ଷା ଆଜି ମଧ୍ୟ ଜାରି ରହିଛି । ବର୍ତ୍ତମାନ କୁହାଯାଉଛି ଯେ ସରକାର କେନ୍ଦ୍ର କର୍ମଚାରୀଙ୍କ ଆକାଉଣ୍ଟରେ ୧.୫୦ ଲକ୍ଷ ଟଙ୍କା ପଠାଇବାକୁ ପ୍ରସ୍ତୁତି କରୁଛନ୍ତି । ଯଦି ଏପରି ହେବ ତ କର୍ମଚାରୀଙ୍କ ଦରମା ସହ ମୋଟା ଅଙ୍କର ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିବ ।  

ଉଲ୍ଲେଖନୀୟ କଥା ହେଉଛି, ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ ଓ ବ୍ୟୟ ବିଭାଗ (DOPT) ର ଅଧିକାରୀମାନଙ୍କ ମିଳିତ ପରାମର୍ଶଦାତା ମେକାନିଜିମ୍ (JSM) ର ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ, କର୍ମଚାରୀଙ୍କ ଡିଏ ବକେୟା ଦେୟ ଉପରେ ଆଲୋଚନା ହୋଇପାରେ । ଏହି ବୈଠକରେ ଡିଏ ବୃଦ୍ଧି ବିଷୟରେ ଏକ ଘୋଷଣା ମଧ୍ୟ ଆଶା କରାଯାଉଛି । ବର୍ତ୍ତମାନ ଡିଏକୁ ୩୪ ପ୍ରତିଶତ ହାରରେ ଦିଆଯାଉଛି, କିନ୍ତୁ AICPI ର ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ DA ରେ ୫ରୁ ୬ ପ୍ରତିଶତ ବୃଦ୍ଧି ହୋଇପାରେ ।

ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ, ଡିଏ ବକେୟାକୁ ନେଇ ସରକାର ବିଚାର କରିବେ ଓ ଏହାର ସମାଧାନ ବାଟ ବାହାର କରିବେ । ନ୍ୟାସନାଲ କାଉନ୍ସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କାଉନ୍ସିଲ ସରକାରଙ୍କ ଆଗରେ ନିଜର ଦାବି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ଏପରି କ'ଣ କହିଦେଲେ ଯେ ଏକାଠି ହୋଇଗଲେ ଅଟୋ ଡ୍ରାଇଭର, ଲଗାଇଲେ ପୋଷ୍ଟର

ଏହା ବି ପଢ଼ନ୍ତୁ:-ପୁଣି ଥରେ ସିନ୍ଦେ ଗୋଷ୍ଠୀର 'ନାଥ' ହେବେ ଉଦ୍ଧବ ଠାକରେ; କିନ୍ତୁ ସଞ୍ଜୟ ରାଉତ...

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନରେ ​​ସଞ୍ଜୟ ରାଉତଙ୍କ ସହ ହୋଇଯାଇଥାନ୍ତା ଖେଳ, ସିନ୍ଦେ ଗୋଷ୍ଠୀ ପ୍ରସ୍ତୁତ କରିଥିଲା 'ଟୁଥପେଷ୍ଟ' ଫର୍ମୂଲା

 

କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ଏହି ଲୋକମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ ।

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।