ଦୀପାବଳି ପାଇଁ ହେଇଥାନ୍ତା ମିଠା, ଖାଦ୍ୟ ସୁରକ୍ଷା ବିଭାଗ ଜବତ କଲା ୪୩୦ କେଜି ନକଲି ଖୁଆ !
Advertisement
Article Detail0/zeeodisha/odisha2478514

ଦୀପାବଳି ପାଇଁ ହେଇଥାନ୍ତା ମିଠା, ଖାଦ୍ୟ ସୁରକ୍ଷା ବିଭାଗ ଜବତ କଲା ୪୩୦ କେଜି ନକଲି ଖୁଆ !

ଜବତ ହୋଇଥିବା ଖୁଆର ନମୁନାକୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ 2006 ଅନୁଯାୟୀ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ସୂଚନା ଅନୁଯାୟୀ, ଏହି ଚଢାଉ ସମୟରେ ୧୫ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ପାଞ୍ଚଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। 

ଦୀପାବଳି ପାଇଁ ହେଇଥାନ୍ତା ମିଠା, ଖାଦ୍ୟ ସୁରକ୍ଷା ବିଭାଗ ଜବତ କଲା ୪୩୦ କେଜି ନକଲି ଖୁଆ !

ନୂଆଦିଲ୍ଲୀ: ଆଗକୁ ଦୀପାବଳି ଆସୁଛି ତେଣୁ ବଜାରରେ ମିଠାର ଚାହିଦା ରହିଛି । ତେବେ ମିଠା ବିକ୍ରିକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକାରୀମାନେ ଶୁକ୍ରବାର ଦିନ ମୋରି ଫାଟକରେ ଥିବା ଖୁଆ ମଣ୍ଡିରେ ଚଢାଉ କରିଥିଲେ । ମଣ୍ଡିରୁ ୪୩୦ କେଜିର ଅପମିଶ୍ରିତ ଖୁଆ ଜବତ କରାଯାଇଛି । ପରୀକ୍ଷା ପାଇଁ କେତେକ ସ୍ଥାନରୁ ନମୁନା ମଧ୍ୟ ପଠାଯାଇଛି । ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ଏହିପରି ଅଧିକ ଚଢାଉ କରାଯିବ ଯାହା ଦ୍ୱାରା ସାଧାରଣ ଲୋକମାନେ ଅପମିଶ୍ରିତ ମିଠା ଖାଇବାରୁ ରକ୍ଷା ପାଇପାରିବେ।

ରିପୋର୍ଟ ଅନୁଯାୟୀ, ଖାଦ୍ୟ ସୁରକ୍ଷା ବିଭାଗ କହିଛି, ବିଭିନ୍ନ ସ୍ଥାନରୁ ଖୁଆର ନମୁନା ସଂଗ୍ରହ କରାଯାଇଥିଲା । ଚଡାଉ ସମୟରେ ୪୩୦ କିଲୋଗ୍ରାମ ଖୁଆ ଜବତ ହୋଇଛି । ଜବତ ହୋଇଥିବା ଖୁଆ ଅପରିସ୍କାର ସ୍ଥାନରେ ରହିଥିଲା ଏବଂ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ତାହାକୁ ଜବତ କରାଯାଇ ନଷ୍ଟ କରାଯାଇଛି ।
ଜବତ ହୋଇଥିବା ଖୁଆ ମିଠା ତିଆରିରେ ବ୍ୟବହୃତ ହୋଇଥାନ୍ତା । ନଷ୍ଟ ହୋଇଯାଇଥିବା ଖୁଆ ଗ୍ରାହକମାନଙ୍କ ପାଇଁ ମଧ୍ୟ ଅସୁରକ୍ଷିତ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଦୀପାବଳି ସମୟରେ ଖୁଆର ଚାହିଦା ବହୁତ ଅଧିକ ରହିଥାଏ ଯେଉଁ କାରଣରୁ ଅପମିଶ୍ରଣ ମଧ୍ୟ ହୋଇଥାଏ । ଏହାକୁ ଧ୍ୟାନରେ ରଖି ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ଚଢାଉ କରାଯାଇଥିଲା।

ଜବତ ହୋଇଥିବା ଖୁଆର ନମୁନାକୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ 2006 ଅନୁଯାୟୀ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ସୂଚନା ଅନୁଯାୟୀ, ଏହି ଚଢାଉ ସମୟରେ ୧୫ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ପାଞ୍ଚଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଖୁଆ ମଣ୍ଡିରେ ବିକ୍ରି ହେଉଥିବା ଖୁଆର ଗୁଣବତ୍ତା ନିଶ୍ଚିତ କରିବାକୁ ଖାଦ୍ୟ ସୁରକ୍ଷା ବିଭାଗ ଆଗାମୀ ଦିନରେ ଅଧିକ ଚଢାଉ କରିବା ପାଇଁ ଯୋଜନା କରିଛି।

Also Read- Jio Recharge: ଜିଓର ନୂଆ ପ୍ଲାନ୍, ମିଳିବ Unlimited 5G, ଜାଣନ୍ତୁ ମୂଲ୍ୟ

Also Read- Dhanteras 2024 Rashifal: ୩ ଗ୍ରହଙ୍କ ପ୍ରଭାବରୁ ଧନତେରଶ ହେବ ଖାସ୍, ଜାଣନ୍ତୁ ଆପଣଙ୍କ ରାଶିଫଳ