Top 10 News: ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ, ଋଷ ଗସ୍ତ କରିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2478589

Top 10 News: ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ, ଋଷ ଗସ୍ତ କରିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରାଜ୍ୟରେ ବିଭିନ୍ନ ସ୍ଥାନରେ କାନ୍ଥ ରଙ୍ଗ କରି ସେଥିରେ ସଚେତନତା ବାର୍ତ୍ତା ଲେଖିବାକୁ  ସରକାର ୩୦ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ମଞ୍ଜୁର କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 18 October 2024

Top 10 News Headlines 18 October 2024: H1. Odisha CM Mohan Majhi attends India Chem conference: ମୁମ୍ବାଇରେ JSW କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ସୂଚନା ଦେଇ ଟ୍ୱିଟ୍ କରି କିହିଛନ୍ତି, "ମୁମ୍ବାଇ ଠାରେ JSW ର ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କଲି।  ଓଡ଼ିଶାରେ EV, ଲିଥିୟମ୍ ଆୟନ ବ୍ୟାଟେରି ଏବଂ 32 MTPA ଇସ୍ପାତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ। ଏହାଦ୍ବାରା ଇସ୍ପାତ, EV କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବ।"

H2. Ayushman Bharat to be Implemented in Odisha: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏନେଇ ମୋହନ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଆକଳନ ଅନୁଯାୟୀ ସାଢେ଼ ୩କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାସନକାର୍ଡ ପାଇଁ ଇ-କେୱାଇସି ଚାଲିଛି। ସରିବା ପରେ ସଂଖ୍ୟା ଜଣପଡ଼ିବ।

H3. Indian Coast Guard Officer And Wife Abused In Bhubaneswar: ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ । ଭରତପୁର ଘଟଣା ସାରା ଦେଶରେ କମ୍ପନା ସୃଷ୍ଟି କରିଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର। ପୁଣି ସେହି ରାଜଧାନୀରେ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୁଲିସ୍। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଇଞ୍ଜିନିୟର ହୋଇଥିବା ଜଣାପଡିଛି। 

H4. Mohan Govt will spend 300 crores for painting the walls: ବିଭିନ୍ନ ସ୍ଥାନରେ କାନ୍ଥ ରଙ୍ଗ କରି ସେଥିରେ ସଚେତନତା ବାର୍ତ୍ତା ଲେଖିବାକୁ  ସରକାର ୩୦ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ମଞ୍ଜୁର କରିଛନ୍ତି। ଏହି ସଚେତନତା ବାର୍ତ୍ତାରେ ମହିଳା ହେଲ୍ପଲାଇନ ନମ୍ବର ୧୮୧ ଶିଶୁ ହେଲ୍ପଲାଇନ ନମ୍ବର  ୧୦୯୮ ଏବଂ ଜରୁରୀ ହେଲ୍ପଲାଇନ ନମ୍ବର ୧୧୨ ଲେଖାଯିବ।  ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ତଥା ଜରୁରୀ ସମୟରେ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଯୋଗାଯୋଗ କରିବାକୁ ଏହି କାନ୍ଥ ରଙ୍ଗରେ ବାର୍ତ୍ତା ଦିଆଯିବ। 

H5. Supreme Court closes Isha Foundation case: ଆଧ୍ୟାତ୍ମିକ ଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ ଶୁକ୍ରବାର ଦିନ ଏକ ବଡ଼ ଆରାମ ପାଇଛି। ଏହି ଅନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ହାବିସ୍ କର୍ପସ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। ଦୁଇ ଭଉଣୀଙ୍କ ବିବୃତ୍ତି ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କହିରଖୁଛୁ ଯେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅକୁ ବନ୍ଧକ ରଖିଥିବା ଅଭିଯୋଗ କରି ଏକ ପିଟିସନ ଦାଖଲ କରିଥିଲେ।

H6. AAP leader Satyendra Jain released from Tihar:  ତିହାର ଜେଲରୁ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ରିଲିଜ୍ କରାଯାଇଛି। ତାଙ୍କୁ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନ ଗତ ୧୮ ମାସ ଧରି ଜେଲରେ ଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ରିସିଭ୍ କରିବାକୁ ଯାଇ ସିଏମ ଆତିଶୀ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଜେଲ୍ ବାହାରେ ଉପସ୍ଥିତ ଥିଲେ। ଜାମିନ ପାଇବା ପରେ ଜୈନ ସତ୍ୟର ବିଜୟ କହିଥିଲେ।

H7. BRICS Summit 2024: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଓ ୨୩ ଅକ୍ଟୋବରରେ ଋଷ ଗସ୍ତ କରିବେ। ଏହି ସମୟରେ ଋଷର ଅଧ୍ୟକ୍ଷତାରେ କାଜାନରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଥିଲେ। ଏହି କାରଣରୁ ପୁଟିନଙ୍କ ବ୍ୟତୀତ ପିଏମ ମୋଦୀ ଋଷର ବ୍ରିକ୍ସ ସଂଗଠନର ଅନ୍ୟ ମୁଖ୍ୟମାନଙ୍କୁ ମଧ୍ୟ ଭେଟି ପାରିବେ।

H8. Vice President Jagdeep Dhankhar: ଉପରାଷ୍ଟ୍ରପତି ଜଗଦୀପ ଧନଖର ପଡୋଶୀ ଦେଶରେ ହିନ୍ଦୁମାନଙ୍କ ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ବିଶ୍ୱ ନୀରବତା ରହିଛି ବୋଲି ଧନଖର କହିଛନ୍ତି। ଯେଉଁଥିରେ କେତେକ ତଥାକଥିତ ନୈତିକ ଉପଦେଶକ, ମାନବ ଅଧିକାରର ସୁରକ୍ଷାକାରୀ ମଧ୍ୟ ଅନ୍ତର୍ଭୁକ୍ତ।

H9. Kotak Mahindra Bank cuts savings account interest rate: ପ୍ରାଇଭେଟ୍ ସେକ୍ଟର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସେଭିଂ ଆକାଉଣ୍ଟ ସହିତ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବ୍ୟାଙ୍କ ୫ ଲକ୍ଷରୁ କମ୍ ବାଲାନ୍ସ ଥିବା ସେଭିଂ ଆକାଉଣ୍ଟରେ ସୁଧ ହାର ହ୍ରାସ କରିବାକୁ ଘୋଷଣା କରିଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ ନୂତନ ସୁଧ ହାର ୧୭ ଅକ୍ଟୋବର ୨୦୨୪ ଠାରୁ ଲାଗୁ ହେବ।

H10. Virat kohli 9000 test runs: ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୯୦୦୦ ରନ୍ ପୂରଣ କରିଛନ୍ତି। ୧୧୬ ଟି ମ୍ୟାଚରେ କୋହଲି ୯୦୦୦ ରୁ ଅଧିକ ରନ୍ କରିଛନ୍ତି। ଭାରତ ପାଇଁ ନଅ ହଜାର ରନ୍ ସ୍କୋର କରିବାରେ ସେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।