Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ମହାକୁମ୍ଭ ଯାତ୍ରା ହେଲା ଶେଷ ଯାତ୍ରା। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି।
Trending Photos
Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ମହାକୁମ୍ଭ ଯାତ୍ରା ହେଲା ଶେଷ ଯାତ୍ରା। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।
ALSO READ: Gold Rate Today: ପୁଣି ସୁନା ଦର ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ବଢିଲା ରେଟ୍
ALSO READ: Guru Gochar 2025: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବେ ବୃହସ୍ପତି, କିଣିବେ ନୂଆ ଗାଡି ସହ ଘର...
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ କୋରବା ଜିଲ୍ଲାର ୧୦ ଜଣ ଶ୍ରଦ୍ଧାଳୁ ଏକ ବୋଲେରୋରେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ଆସୁଥିଲେ। ହେଲେ ସେହି ସମୟରେ ହଠାତ୍ ଏକ ବସ୍ ସହ ପ୍ରୟାଗରାଜ-ମିର୍ଜାପୁର ହାଇଓ୍ବେରେ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଫଳରେ ବୋଲେରୋରେ ଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏବଂ ବସରେ ଥିବା ଯାତ୍ରୀ ଗୁରୁତର ହୋଇଥିଲେ।
ଦୁର୍ଘଟଣାର ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରିଥିଲା। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ତେବେ, ବସରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ଘର ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ସମସ୍ତ ୧୦ ଜଣଙ୍କ ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି।