Malkangiri Road Scam: ଆଦିବାସୀଙ୍କୁ ଠକୁଛି କି ସରକାରୀ ବ୍ୟବସ୍ଥା ? କାଲିମେଳା ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ !
Advertisement
Article Detail0/zeeodisha/odisha1443743

Malkangiri Road Scam: ଆଦିବାସୀଙ୍କୁ ଠକୁଛି କି ସରକାରୀ ବ୍ୟବସ୍ଥା ? କାଲିମେଳା ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ !

Malkangiri Road Scam: ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରି । ଏହି ଜିଲ୍ଲାର ବିକାଶ ପାଇଁ ରାଜ୍ୟ ମୁଖିଆ ସ୍ୱତନ୍ତ୍ର ଫୋକୋସ ଦେଇଛନ୍ତି । ଏବଂ ଗାଁ ଗାଁରେ ବିକାଶର ଗାଡି ପହଞ୍ଚାଇବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତି ଗାଁକୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି ସରକାର ।

Malkangiri Road Scam: ଆଦିବାସୀଙ୍କୁ ଠକୁଛି କି ସରକାରୀ ବ୍ୟବସ୍ଥା ? କାଲିମେଳା ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ !

Malkangiri Road Scam: ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରି । ଏହି ଜିଲ୍ଲାର ବିକାଶ ପାଇଁ ରାଜ୍ୟ ମୁଖିଆ ସ୍ୱତନ୍ତ୍ର ଫୋକୋସ ଦେଇଛନ୍ତି । ଏବଂ ଗାଁ ଗାଁରେ ବିକାଶର ଗାଡି ପହଞ୍ଚାଇବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତି ଗାଁକୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି ସରକାର । ସେଥିପାଇଁ ସେ ପକ୍କା ରାସ୍ତା ନିର୍ମାଣ ମଧ୍ୟ କରୁଛନ୍ତି । କିନ୍ତୁ ଯେଉଁ ରାସ୍ତା ହେଉଛି, ତାହା ସଠିକ୍ ଭାବେ ତଦରାଖ ହେଉନି । ଯେଉଁଥି କେତେକ ରାସ୍ତା  ନିମ୍ନମାନର ରାସ୍ତା ହେଉଥିବା ବେଳେ ଆଉ କେତେକ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେଉନି । 

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜେଙ୍ଗିବାଡା ଠାରୁ ପିତାକୋଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟ ୩୮ କିଲୋମିଟର ରାସ୍ତା ନିର୍ମାଣ ହେଉଛି । ୩୮ କିଲୋମିଟର ର ଏହି ରାସ୍ତା କୁ ୩ ଭାଗ କରି ନିର୍ମାଣ କରାଯାଉଛି । ତେବେ ଏହି ରାସ୍ତା ଦୀର୍ଘ ୪ ବର୍ଷ ହେବ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ  ବର୍ତ୍ତମାନ ପର୍ଯ୍ୟନ୍ତ, ତାହା ସମ୍ପୂର୍ଣ ହୋଇନାହିଁ । ଯାହାଫଳରେ ସେହି ଅଞ୍ଚଳରେ ରହୁଥିବା ଗାଁ ଗୁଡିକର ଲୋକେ ନାନା ସମସ୍ୟାର ସମୁଖୀନ ହେଉଛନ୍ତି । ସ୍କୁଲ ଓ କଲେଜ ଯିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଅସୁବିଧାର ସମୁଖୀନ ହେଉଛନ୍ତି । ଏଥିସହ ଯେଉଁ ରାସ୍ତା ନିର୍ମାଣ ହୋଇଛି ତାହା ମଧ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ : Sambalpur News: ଖରିଫ ଧାନ ସଂଗ୍ରହ ପୂର୍ବରୁ ପଦାରେ ପଡିଲା ଦଲାଲ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା, ଧାନ ଗାଡିକୁ ଅଟକାଇ ପ୍ରତିବାଦ କଲେ ଚାଷୀ

ଅନ୍ୟ ପକ୍ଷରେ ଏହି ରାସ୍ତାର ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ମଗା ଯାଇଥିଲା ତଥ୍ୟ । ହେଲେ ଆରଟିଆଇ ତଥ୍ୟ ସହ ସରକାରୀ ଦସ୍ତାବିଜ୍ ଗୁଡିକର ମେଳ ଖାଉନ ଥିବା ଅଭିଯୋଗ ହୋଇଛି । ବେଜେଙ୍ଗିବାଡା ଠାରୁ ପିତାକୋଣ୍ଡା ରାସ୍ତା ପାର୍ଟ - ୦୧ ରେ ସରକାରୀ ତଥ୍ୟରେ ୧୧ କୋଟି ୯୮ ଲକ୍ଷ ୨୪ ହଜାର ଖର୍ଚ୍ଚ ହୋଇଥିବା ବେଳେ ସୂଚନା ଅଧିକାର ଆଇନ ଅନୁଯାୟୀ ତାହା ୧୦ କୋଟି ୨୫ ଲକ୍ଷ ୩୪ ହଜାର ଦର୍ଶାହୋଇଛି , ପାର୍ଟ ୨ ରେ ସରକାରୀ ତଥ୍ୟ ଅନୁଯାୟୀ ୧୪ କୋଟି ୨୨ ଲକ୍ଷ ୫୬ ହଜାର ଦର୍ଶା ହୋଇଥିବା ବେଳେ ସୂଚନା ଅଧିକାର ତଥ୍ୟ ଅନୁଯାୟୀ ୧୨ କୋଟି ୧୭ ଲକ୍ଷ ୩୦ ହଜାର ଦର୍ଶା ହୋଇଛି ।  ସେହିପରି ପାର୍ଟ ୩ ରେ ସରକାରୀ ତଥ୍ୟ ଅନୁଯାୟୀ ୧୧ କୋଟି ୫୬ ଲକ୍ଷ ୮୨ ହଜାର ଦର୍ଶା ହୋଇଥିବା ବେଳେ ସରକାରୀ ସୂଚନା ଆଇନ ଅନୁଯାୟୀ ତାହା ୯ କୋଟି ୮୯ ଲକ୍ଷ ୯୦ ହଜାର ଦର୍ଶା ହୋଇଛି । ତେବେ କେଉଁ ତଥ୍ୟ ସତ ଓ କେବେ ଏହି କାମ ସମ୍ପୂର୍ଣ୍ଣ ହେବ ସେନେଇ ପ୍ରଶ୍ନ ଉଠିଛି ।  ଏନେଇ ମାଲକାନଗିରି ପୂର୍ତ୍ତି ବିଭାଗର ସୁପରଟେଣ୍ଡ ଇଂଜିନିଅର ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, 'ଏହି କାମକୁ ତିନୋଟି ଭାଗରେ ବିଭାଗ କରାଯାଇ ରାସ୍ତା କରାଯାଉଛି ଏବଂ ଯେଉଁ ରାସ୍ତା ଖରାପ ମାନ ନିର୍ମାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ମୁଁ ନିଜେ ଯାଇ ଦେଖିବି ବୋଲି ସେ କହିଛନ୍ତି ।' ତେବେ ଏଠାରେ ବଡ ପ୍ରଶ୍ନ ସତ କହୁଛି କିଏ । ସରକାରୀ ଦସ୍ତାବିଜ , ନା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ନା ଠିକାଦାର ପୋଷଣ ନୀତି ଅପଣାଇଛି ମାଲକାନଗିରି ଜିଲ୍ଲାର ପୂର୍ତ୍ତ ବିଭାଗ ।