Top 10 News Headlines: ଅପରାହ୍ଣ ୪ଟା ର ଗୁରୁତ୍ୱପୂର୍ଣ୍ଣ ଖବର...କେବଳ ଚୁଟକିରେ
Trending Photos
Padmashri Issue At Odisha Highcourt: ହାଇକୋର୍ଟରେ ୨୦୨୩ ପଦ୍ମଶ୍ରୀ ବିବାଦ ମାମଲା । ହାଜର ହେଲେ ଆବେଦନକାରୀ ଭୁବନେଶ୍ବରର ଡ. ଅନ୍ତର୍ଯ୍ୟାମୀ ମିଶ୍ର । ନିଜର ଦାବି ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କଲେ । ସମୟ ମାଗିଲେ ପୁରସ୍କାରପ୍ରାପ୍ତ ଢେଙ୍କାନାଳର ଡ. ଅନ୍ତର୍ଯ୍ୟାମୀ ମିଶ୍ର । ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା।
Police Commissionerate Update: ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ବର୍ତ୍ତମାନ ଭୁବନେଶ୍ୱର ଓ କଟକରେ ଏଆଇ କ୍ୟାମେରା ଲାଗିବ। ଅପରାଧ ବିରୋଧରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅପରାଧୀ ଓ ଟ୍ରାଫିକ୍ ନିୟମକୁ ଅମାନ୍ୟ କରୁଥିବା ଲୋକଙ୍କୁ ଧରାଯିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପେଟ୍ରୋଲିଂ ମଧ୍ୟ କଡ଼ାକଡ଼ି ହେବ।
Polavaram Protest By Odisha BJD: ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।
Kiit Tragedy Update: ନେପାଳ ମାନବାଧିକାର କମିଶନ ପକ୍ଷରୁ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି । କିଟ୍ ଘଟଣାର ସତ୍ୟାସତ୍ୟ ତଦନ୍ତ ଏବଂ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ନେପାଳ ମାନବାଧିକାର କମିଶନ। ଚିଠିରେ ଭାରତୀୟ ଜାତୀୟ ମାନବାଧିକାର କମିଶନଙ୍କୁ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ନିର୍ଯାତନାର ଶିକାର ହୋଇଥିବା ଛାତ୍ରମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
Balasore Crime News: ପୂର୍ବରୁ ମଧ୍ୟ ଏକତରଫା ପ୍ରେମକୁ ନେଇ ଝିଅଟିକୁ ହଇରାଣ କରୁଥିଲା ପ୍ରେମିକ ଜଣକ। ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲା ନିଜେ ଝିଅ। ଆଉ ଶେଷରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ଜଣକ ଭିଆଇଲା ନାରକୀୟ କାଣ୍ଡ। ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକ ରଚିଲା ବର୍ବର କାଣ୍ଡ। ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶିଥିଲା। ଆଉ ପୂର୍ବରୁ ଘରେ ଥିଲା ଝିଅଟି। ଆଉ ସୁଯୋଗର ହାତ ଛଡ଼ା ନକରି ଝିଅଟିର ବେକ କାଟି ଦେଇ ମାରିଦେଲା ପିଶାଚ ପ୍ରେମିକ।
PM Kisan Installment 2025: କୃଷକଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ।
Pankodhar Ekadashi: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି ।ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ ।ବର୍ଷକର ଏହି ଗୋଟିଏ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥଙ୍କ ସମ୍ପୁର୍ଣ୍ଣ ଶ୍ରୀଲିଙ୍ଗ ଦର୍ଶନ ପାଇଛନ୍ତି ।ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ପଙ୍କୋଦ୍ଧାର ଏକାଦଶୀ ଠାରୁ ଅର୍ଥାତ୍ ତିନି ଦିନ ଧରି ପାଳିତ ହୁଏ ଜାଗର ନୀତି।ଆଜିଠାରୁ ସଂଧ୍ୟାରେ ଜଳିବ ଜଗତମଙ୍ଗଳ ଜାଗର ଦୀପ ।
Road Accident: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୭ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ବିହାରର ରାଜଧାନୀ ପାଟନା ମସୌର୍ହିର ନୋରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ଏସଡିପିଓଙ୍କ ସୂଚନା ଅନୁସାରେ, ପାଟନା ମସୌର୍ହିର ନୁରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ଧକ୍କା ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
9 Maoist Surrender News: ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ 9 ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମୁଲୁଗୁ ଜିଲ୍ଲା ଏସପି ଓ ୩୯ ବାଟାଲିୟନ ସିଆରପିଏଫ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଅପରେସନ ଚେୟୁତା ମାଧ୍ୟମରେ ଏହି ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ 9 ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର ।
Donald Trump: ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି । ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ (USAID) ର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥିସହ ନୋଟିସ ଜାରି କରି ହଜାର ହଜାର ଲୋକଙ୍କୁ ଛୁଟିରେ ପଠାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ହଜାର ହଜାର USAID କର୍ମଚାରୀଙ୍କୁ ବହିଷ୍କାର କରିବାକୁ ଚେଷ୍ଟା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ତା’ପରେ ତାଙ୍କୁ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଲା ।