Odisha News Live Updates: ନୂଆ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2144466

Odisha News Live Updates: ନୂଆ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Trending Photos

Odisha News Live Updates: ନୂଆ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

07 March 2024
23:00 PM

Film Maidan:ସୟଦ ଅବଦୁଲ ରହିମ କିଏ ? ଯାହାଙ୍କ ଜୀବନକୁ ନେଇ ଆସୁଛି ଅଜୟ ଦେବଗନଙ୍କ ଫିଲ୍ମ ମୈଦାନ

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ମୈଦାନ'ର ଟ୍ରେଲର ଆସିଛି । ଟ୍ରେଲରକୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି । ଫିଲ୍ମଟି ପ୍ରଥମେ ୨୦୧୯ରେ ରିଲିଜ ହେବାର ଥିଲା । ତେବେ କିଛି କାରଣରୁ ଏହାର ରିଲିଜ୍ ତାରିଖ  ୮ ଥର ବାତିଲ ହୋଇଥିଲା।  ରିଲିଜ୍ ତାରିଖ ଘୁଞ୍ଚାଇବାର ଭିନ୍ନ ଭିନ୍ନ କାରଣ ରହିଥିଲା। ଶେଷରେ ଏବେ ଇଦ୍ ଅବସରରେ ରିଲିଜ୍ ହେଉଛି 'ମୈଦାନ'। ଅଧିକ ପଢ଼ନ୍ତୁ...

22:30 PM

Weather Update: କାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather Update: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ରିପୋର୍ଟ ଆସିଛି । କେନ୍ଦୁଝର, ଗଞ୍ଜାମ, ସମ୍ୱଲପୁର ସମେତ ବରଗଡ, ନୟାଗଡ, ଖୋର୍ଦ୍ଧା, କଟକରେ ଘଡଘଡି ହେବା ସହ ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କେନ୍ଦ୍ରାପଡା, ଯାଜପୁର, ଜଗତସିୁଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା, ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପାଗ ଶୁଖିଲା ମଧ୍ୟ ରହିବ । ତେବେ ୧୧ ମାର୍ଚ୍ଚରୁ ଦିନ ସମୟର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

22:10 PM

Pradhan Mantri Ujjwala Yojana News: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉଜ୍ୱଳା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୋଦୀ ସରକାର ଆସନ୍ତା ଏକ ବର୍ଷ ପାଇଁ ଉଜ୍ୱଳା ଯୋଜନାରେ ୩୦୦ ଟଙ୍କା ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହିଳାମାନେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ୱଳା ଯୋଜନାରେ ସବସିଡିର ସୁବିଧା ପାଇବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ୧୦ କୋଟି ପରିବାର ପାଇଁ ଲାଭଦାୟକ ହେବ।

22:08 PM

Dearness allowance Hike: କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବା ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଡିଏ ବୃଦ୍ଧି ହୋଇଥିବା କହିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।

 

21:45 PM

Odisha Politics: ଦିଲ୍ଲୀରେ ଭିକେ ପାଣ୍ଡିଆନଙ୍କ ସହ ବବି ଦାସ

Odisha Politics: ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ଆଜି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ଦୁଇ ପାୱାରଫୁଲ ଲିଡରଙ୍କ ଦିଲ୍ଲୀ ଗସ୍ତ । ଆଜି ଅପରାହ୍ମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଯୋଗ ଦେବାପାଇଁ ଆସିଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ...

21:00 PM

ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ

Adil khan married again: ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ପୁଣିଥରେ ବିବାହ କରିଛନ୍ତି । ସେ ବିଗ୍ ବସ୍ ୧୨ର ଜଣେ ଲୋକପ୍ରିୟ ପ୍ରତିଯୋଗୀଙ୍କୁ ବିବାହ କରିଛନ୍ତି । ବିବାହ ସମୟର ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆସିନାହିଁ । ଅଧିକ ପଢ଼ନ୍ତୁ...

20:00 PM

Ollywood News: "ଅପରେସନ ୧୨/୧୭" ଚଳଚ୍ଚିତ୍ରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ସୁଅ

Ollywood News: ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମାଣ ହୋଇଥିବା ସିନେମା "ଅପରେସନ୍ ୧୨/୧୭ ସାଇ ଶରଣ°" ର ପ୍ରିମିଅର ଶୋ' ଆଜି ରାଜଧାନୀର ରାଜ ରାସ୍ତା କଡରେ ଥିବା ମହାରାଜା ସିନେମା ହଲ୍ ରେ ହୋଇଛି । ପ୍ରିମିଅରରେ ଦର୍ଶକଙ୍କ ଭିଡ଼ ବହୁତ ବେଶୀ ଥିଲା ଯାହା ବହୁ ବର୍ଷ ପରେ ଦେଖିବାକୁ ମିଳିଥିଲା । ଭଲ ସିନେମା ପ୍ରତି ଦର୍ଶକଙ୍କ ମନରେ ଢେର ଆଗ୍ରହ ରହିଛି । ତେଣୁ ଓଡ଼ିଆ ସିନେପ୍ରେମୀଙ୍କ ସୁଅ ଆଜି ଅପରେସନ ୧୨/୧୭ ସିନେମାର ପ୍ରିମିଅର ଶୋ' ରେ ପରିଲକ୍ଷିତ ହୋଇଥିଲା । ଅଧିକ ପଢ଼ନ୍ତୁ...

19:30 PM

ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

୨୦୨୪  ନିର୍ବାଚନ ପୂର୍ବରୁ ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ । ଏହି କ୍ରମରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ।

19:00 PM

ଚାଷୀ ଆନ୍ଦୋଳନ ନେଇ ବର୍ଷିଲେ ହାଇକୋର୍ଟ

ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଏହି ଆନ୍ଦୋଳନ ପାଇଁ ହାଇକୋର୍ଟଙ୍କ ବର୍ଷିଛନ୍ତି । ଚାଷୀ ଆନ୍ଦୋଳନରେ ଛୋଟ ପିଲାଙ୍କୁ ଢ଼ାଲ ରୂପେ ବ୍ୟବହାର କରାଯାଉଥିବା ଦର୍ଶାଇ କୃଷକ ନେତାଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଚାଷୀ ଆନ୍ଦୋଳନ ସମୟର ଫଟୋ ହାଇକୋର୍ଟରେ ଉପସ୍ଥାପନ କରିବା ପରେ ହାଇକୋର୍ଟ କହିଛନ୍ତି ଯେ, ଏହା ଅତ୍ୟନ୍ତ ଲଜ୍ୟାର କଥା । ଫେବ୍ରୁଆରୀ ୨୧ ତାରିଖ ଦିନ ଆନ୍ଦୋଳନକାରୀଙ୍କ ଉପରେ କାହିଁକି ଗୁଳିମାଡ ହୋଇଥିଲା ପ୍ରଶ୍ନ କରି ପ୍ରଶାସନ ଉପରେ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

17:45 PM

Ayodhya Ramlala: ପ୍ରଭୁ ଶ୍ରୀରାମଙ୍କ ସେବାରେ ପରିବର୍ତ୍ତନ, ପଞ୍ଚାମୃତ ବଦଳରେ ମହୁ ଏବଂ ଜଳରେ ସ୍ନାନ

Ramlala Daily Routine: ପାଣିପାଗରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଦୈନନ୍ଦିନ ସେବାରେ କିଛିଟା ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣବା ନିୟମରେ କଣ ବଦଳିଛି । ଅଧିକ ପଢ଼ନ୍ତୁ...

17:09 PM

7th pay commission latest update: ହୋଲିର ଠିକ୍ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି। ବାସ୍ତବରେ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକରେ ୪ ପ୍ରତିଶତ ମହଙ୍ଗା ଭତ୍ତା (DA) ଅନୁମୋଦନ ହୋଇପାରେ। ପଢ଼ନ୍ତୁ ପୂରା ଖବର...

17:00 PM

ଭିଜିଲାନ୍ସ ହାତରେ ଧରାପଡିଲେ ଦେଓଗାଁ ବିଆରସି, ୫ ହଜାର ନେଉଥିଲେ ଲାଞ୍ଚ

Crime News: ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଦେଓଗାଁ ବିଆରସି ମଧୁସୂଦନ ପଟେଲ୍ । ସେ ସ୍ଥାନୀୟ ଏକ ଏସ୍‌ଏଚ୍‌ଜି ଏଜେଣ୍ଟଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ହିଁ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଭିଜିଲାନ୍ସ ଟିମ୍ ଉକ୍ତ ଟଙ୍କାକୁ ଜବତ କରିଛି । ଅଧିକ ପଢ଼ନ୍ତୁ...

16:30 PM

Crime News: ବିବାହ ଉତ୍ସବରୁ ଫେରି ଘରେ ଝିଅର ମୃତଦେହ ଦେଖିଲେ ମାଆ, ଆଉ ତାପରେ...

Crime News: ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବତୀଙ୍କ ମୃତ୍ୟୁ କିପରି ହେଲା ତାହା ଏକ ରହସ୍ୟ ପରି ମନେହେଉଛି । ଖବର ମୁତାବକ, ଯୁବତୀଙ୍କ ମାଆ ଏକ ବିବାହ ଉତ୍ସବକୁ ଯାଇଥିବା ସମୟରେ ଯୁବତୀ ଜଣକ ନିଜ ମାନସିକ ଅନଗ୍ରସର ଭଉଣୀଙ୍କ ସହ ଘରେ ଥିଲେ । କିନ୍ତୁ ସକାଳୁ ଯୁବତୀ ଜଣଙ୍କ ନଉଠିବାରୁ ସଭିଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଜଣାପଡିଥିଲା ଯେ, ଯୁବତୀଙ୍କ ମୃତ୍ୟୁ ହୋଇଛି । ଘଟଣାଟି କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

16:00 PM

Top 10 News Today:

ଅପରାହ୍ନର ୧୦ ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

15:31 PM

IND vs ENG 5th Test Innings Report: ଧର୍ମଶାଳା ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ମାତ୍ର ୨୧୮ ରନ କରି ଅଲ୍ ଆଉଟ୍ ହୋଇଯଆଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ଜ୍ୟାକ୍ କ୍ରୋଲି ଓ ବେନ୍ ଡକେଟ୍ ପ୍ରଥମ ୱିକେଟ୍ ପାଇଁ ୬୪ ରନ୍ ଯୋଡିଥିଲେ। ଇଂଲଣ୍ଡ ଦଳକୁ ଚତୁର୍ଥ ଝଟକା ୧୭୫ ରନ୍ ସ୍କୋରରେ ଲାଗିଥିଲା। ପଢ଼ନ୍ତୁ ପୂରା ଖବର....

15:30 PM

୨୫ ବର୍ଷ ପରେ ଠକ ଗିରଫ

ଭାରତରୁ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇ ଆମେରିକା ପଳାଇଯାଇଥିବା ଜଣେ ଠକକୁ ଗିରଫ କରାଯାଇଛି । ତାର ନାମ ରାଜୀବ ମେହେଟା ବୋଲି ଜଣା ପଡିଛି । ଇଣ୍ଟରପୋଲ ସହାୟତା କାରଣରୁ ତାକୁ ଗିରଫ କରିବା ସମ୍ଭବ ହୋଇ ପାରିଛି ବୋଲି ଜଣାପଡିଛି ।
୧୯୯୮ ମସିହାରେ ରାଜୀବ ମେହେଟ୍ଟାକ ନାଁରେ ଅନେକ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ସେ ଆମେରିକା ଫେରାର ହୋଇ ଯାଇଥିଲେ। କୋର୍ଟ ଏହି ମାମଲାର ବିଚାର କରିବା ପରେ ରାଜୀବଙ୍କୁ ଅଭ୍ୟାସଗତ ଚୋରର ଆଖ୍ୟା ଦେଇଥିଲେ।

15:04 PM

Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି।  ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ  ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ।

15:02 PM

PM Modi in Kashmir: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଥିଲେ। ଏଠାରେ ସେ ପାରିବାରିକତା ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ପଢ଼ନ୍ତୁ ପୂରା ଖବର...

14:45 PM

Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ

Jaya Bachchan: କେବଳ ଜୟା ବଚ୍ଚନଙ୍କୁ ଛାଡିଦେଲେ ବଚ୍ଚନ ପରିବାରର ପ୍ରାୟ ସମସ୍ତ ସଦସ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ଥାଆନ୍ତି । ଜୟା ବଚ୍ଚନ ସୋସିଆଲ ମିଡିଆ ଜଗତରୁ କାହିକି ନିଜକୁ ଦୂରରେ ରଖିଛନ୍ତି ? ନାଭ୍ୟା ନନ୍ଦ ପୋଡକାଷ୍ଟ୍ ଶୋ ( Navya nanda podcast show)ରେ ଜୟା ବଚ୍ଚନ ଏହା ବିଷୟରେ କହିଥିଲେ । ଅଧିକ ପଢ଼ନ୍ତୁ...

13:47 PM

Pari Murder Case: ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ । ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାରକୁ ନନେଇ ଦଣ୍ଡାଦେଶ ଦିଆଯାଇଥିବା ଅଭିଯୋଗ ।

13:29 PM

ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ

Vigilance Raid: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ।

13:17 PM

ଆଗକୁ ଆହୁରି କଲବଲ କରିବ ଖରା

Heat Wave: ତାତିରୁ ମିଳିବନି ତ୍ରାହି । ଆଗାମୀ ୧୧ରୁ ଆହୁରି ୩ରୁ ୪ ଡିଗ୍ରୀ ବଢିବ ସୂର୍ଯ୍ୟଙ୍କ ପ୍ରକୋପ । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ତାତି । ଏହାଛଡ଼ା ଆଗାମୀ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

12:48 PM

ସ୍କୁଲରେ ଅଗ୍ନିକାଣ୍ତ, ଜୀଅନ୍ତା ଜଳିଗଲେ ଛାତ୍ରୀ

Fire Mishap: ସ୍କୁଲରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ ବିଜାପୁରରେ। ଏଠାରେ ଥିବା ଏକ ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା କାରଣରୁ ଜଣେ ୪ ବର୍ଷର ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି।

12:23 PM

ରାତ୍ରୀର ୨ୟ ପ୍ରହରରେ ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଉଠିବ ମହାଦୀପ 

Mahashivratri 2024: ଶୁକ୍ରବାର ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଜାଗର ତଥା ମହାଶିବରାତ୍ରୀ ବ୍ରତ ପାଳନ ହେବ। ପ୍ରଭୁଙ୍କ ନିକଟରେ ରାତ୍ରୀର ୨ୟ ପ୍ରହର ପୂଜା ପରେ ଅର୍ଥାତ୍ ରାତି ୧ ଘଟିକାରୁ ୨ ଘଟିକା ମଧ୍ୟରେ ମହାଦୀପ ଉଠିବ। ପରେ ପ୍ରଭୁଙ୍କ ୪ ପ୍ରହର ପୂଜା ଅନୁଷ୍ଠିତ ହେବ। ଭୋର ସାଢେ ୩ଟାରୁ ୪ଟା ମଧ୍ୟରେ ପହଡ ଖୋଲାଯାଇ ମଙ୍ଗଳଆଳତୀ, ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଧୂପ, ସିଙ୍କୁଡି ଭୋଗ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବ ବୋଲି ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି।

11:57 AM

ଶଙ୍ଖ ଧରିଲେ ଅରବିନ୍ଦ ମହାପାତ୍ର

Arvind Mohapatra Join BJD: ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ ।

11:37 AM

କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ

PM Modi Kashmir Visit: ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ କଶ୍ମୀର ଗସ୍ତରେ ଯାଇଛନ୍ତି। ଶ୍ରୀନଗରର ଷ୍ଟାଡିୟମରେ ‘ବିକାଶ ଭାରତ ବିକାଶ ଜମ୍ମୁ-କଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି।

11:33 AM

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଲା ଅଡୁଆ । ମାର୍ଚ୍ଚ ୧୬ରେ ହାଜର ହେବାକୁ ରାଉଜ ଏଭିନ୍ୟୁ କୋର୍ଟ ପଠାଇଲେ ସମନ । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରବର୍ତନ ନିର୍ଦେଶାଳୟ ।ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲେ ବି ଏହାକୁ ଅଣଦେଖା କରି ଆସୁଥିଲେ କେଜ୍ରିୱାଲ । 

11:32 AM

ଆଶାକର୍ମୀଙ୍କ ଦରମା ବଢାଇଲେ ସରକାର

Asha Karmi: ଆଶାକର୍ମୀଙ୍କ ମାସିକ ଦରମା ବଢାଇଲେ ରାଜ୍ୟ ସରକାର । ସେମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ହୋଇଛି । ଫଳରେ ଏଥିରେ ୪୯,୫୨୨ ଆଶାକର୍ମୀ ଉପକୃତ ହେବେ ।

10:48 AM

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୩.୧୮ ରହିଛି ଯାହାକି ଗତ କାଲି ଅପେକ୍ଷା ୧ ପଇସା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସେହିପରି ଡିଜେଲ(୧ ଲିଟର) ୮୯.୬୨ ରହିଛି।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୭ ରହିଛି।ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

10:35 AM

Anupam Kher Birthday: ଆଜି ହେଉଛି ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ଜନ୍ମଦିନ। ବଲିଉଡର ଅନେକ ଫିଲ୍ମରେ ଏହି ଭେଟରାନ୍ ଅଭିନେତାଙ୍କ ଚତ୍ମକାର ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁପମଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଅଭିନେତା ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନୂଆ କରିଥାଆନ୍ତି । ଆଜ୍ଞା ହଁ, ଏହା ଆମେ କହୁ ନାହୁଁ ଅନୁପମ ନିଜେ ଏନେଇ ସୂଚନା ଦେଇଛନ୍ତି ।ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅନୁପମ ନିଜର ଆଗାମୀ ପ୍ରୋଜେକ୍ଟ ନେଇ ଘୋଷଣା କରିଛନ୍ତି। ଭିଡିଓ ସେୟାର କରି ସେ ସୂଚନା ଦେଇଛନ୍ତି ଯେ, ଖୁବଶୀଘ୍ର TANVI THE GREAT ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୮ ରେ ମହାଶିବରାତ୍ରୀଙ୍କ ଅବସରରେ ଆରମ୍ଭ ହେବ। ଭିଡିଓରେ ଅନୁପମ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି।

09:55 AM

ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୭୧୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୧୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୫,୧୪୦ ଟଙ୍କା ଯାହାକି ଗତ କାଲି ଥିଲା ୬୪,୧୩୦। ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୯,୭୧୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୬୫,୧୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୮,୮୫୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୯,୭୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୫,୧୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି  ୪୮,୮୫୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

09:23 AM

ହରିଦାସପୁର- ପାରାଦ୍ବୀପ ରେଳ ଲାଇନ ଓ କେନ୍ଦଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପ୍ରତିଶ୍ରୁତି ପୂରଣ ହୋଇଛି । ଏନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରଦୀପ-କେନ୍ଦୁଝରଗଡ଼ ଓ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ।ପାରାଦ୍ବୀପ- କେନ୍ଦୁଝରଗଡ଼ ପାସେଞ୍ଜେର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖ ଦିନ ଆରମ୍ଭ ହେବ । ସେହିପରି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀଠାରୁ ୯ରୁ କାର୍ଯ୍ୟକାରୀ ହେବ । ୦୮୪୦୬/ ୦୮୪୦୫ ପାରାଦୀପ- କେନ୍ଦୁଝରଗଡ଼- ପାରାଦ୍ବୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର ୫ଟା ୩୦ ମିନିଟ୍ ରେ ଛାଡ଼ି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍ ରେ ପହଁଞ୍ଚିବ । ଫେରିବା ବାଟରେ ଏହି ପାସେଞ୍ଜର ଟ୍ରେନ୍ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡ଼ି ପାରାଦୀପରେ ରାତି ୯ଟା ୩୦ ମିନିଟ୍ ରେ ପହଁଞ୍ଚିବ ।

09:17 AM

ଆନୁଷ୍ଠାନିକ ଭାବେ ଗତକାଲି ସନ୍ଧ୍ୟା ୭ଟାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଝାରୀ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦଘାଟନ କରି କହିଥିଲେ ପ୍ରଥମଥର ପାଇଁ ନିଜ ସମ୍ବଲପୁରୀ ଭାଷାରେ ଐତିହ୍ୟ ସଂପର୍ଣ୍ଣ ପୌରାଣିକ ଧନୁଯାତ୍ରା ଉତ୍ସବ ଏକ ମହାନ ପରମ୍ପରାର ସ୍ମାରକୀ ହୋଇ ରହିବ।ନିଜେ ଏହାର ପ୍ରଚାର ଓ ପ୍ରସାର ପାଇଁ ଆଗାମୀ ବର୍ଷରୁ ସକ୍ରିୟତାର ସହିତ ଅଂଶ ଗ୍ରହଣ କରିବେ ବୋଲି ନିଜର ସ୍ୱୀକାରୋକ୍ତି ପ୍ରକାଶ କରି ସମ୍ବଲପୁରୀ ଧନୁଯାତ୍ରା କମିଟିକୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ କମିଟି ସଭାପତି ସଞ୍ଜୟ ବାବୁ ଧନୁଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ କହି ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ଧନୁଯାତ୍ରା ସମ୍ବଲପୁର ସହରରେ ଏକ ନୂଆ ଇତିହାସ ରଚିଥିବା କହିଥିଲେ।

 

09:02 AM

ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲା ଓଡ଼ିଶା ଛାତ୍ର ସଙ୍ଗଠ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା। ନୂଆଦିଲ୍ଲୀରେ ଗତ ପାଞ୍ଚ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତିଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରାକୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ୍ନ ବରପୁତ୍ର ଙ୍କ ନାମରେ ଅନୁସନ୍ଧାନ କେନ୍ଦ୍ର,EWS କୋଟା ସାରା ଭାରତରେ ଲାଗୁ କରାଯାଉ ଏବଂ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ସ୍ଥାପନ କରାଯାଉ ବୋଲି ସୌମ୍ୟରଂଜନ ବଡ଼ପଣ୍ଡା ଦାବିପତ୍ର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ସହ ପାଖାପାଖି ୧୫ ମିନିଟ୍ ଚର୍ଚ୍ଚା କରିଥିଲେ ।

08:49 AM

ମାଲକାନଗିରିରେ ବିବାହ ଭୋଜି ଖାଇ  ଜଣେ ମୃତ ଓ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି ଗ୍ରାମବାସୀ । ସମସ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଗାଁର ୮ ବର୍ଷୀୟ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ବନ୍ଧଗୁଡା ଗାଁ ରେ ଏକ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଯାଇ ବନ୍ଧଗୁଡା ନୂଆଗୁଡା ଗାଁର ଶହ ଶହ ଲୋକେ ଭୋଜି ଖାଇଥିଲେ । ତେବେ ଗତକାଲି ଅପରାହ୍ନରେ ହଠାତ ୧୨ ଜଣ ଅସୁସ୍ଥ ହେବାରୁ ତାଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ ଗୁରୁତର ଥିବା ୪ ଜଣଙ୍କୁ ମାଲକାନଗିରି ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଣେ ଶିଶୁ କନ୍ୟାଙ୍କୁ ମୃତ୍ୟୁ ଘଟିଛି । ଉଭୟ ଗାଁରେ ବର୍ତ୍ତମାନ ଡାକ୍ତର ଟିମ୍ ଯାଇଥିବା ଜଣାପଡିଛି ।

08:02 AM

ବିହାରରେ ଆସନ ବୁଝାମଣା ନେଇ ଏନଡିଏର ସହଯୋଗୀ ଦଳମାନେ ଏପର୍ଯ୍ୟନ୍ତ କୌଣସି ସହମତିରେ ପହଂଚି ପାରିନାହାନ୍ତି। ସେପଟେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସହଯୋଗୀ ବିଜେପି ଉପରେ ଚାପ ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଭଙ୍ଗ କରିପାରନ୍ତି। ଲୋକସଭା ନିର୍ବାଚନରେ ଆସନ ବଣ୍ଟନରେ ବିଳମ୍ବ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ନୀତୀଶ କୁମାର ଆଜିଠୁ ବିଦେଶ ଗସ୍ତରେ ଯିବେ। ଏହା ପୂର୍ବରୁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିବା ନେଇ ସୂଚନା ମିଳିଛି।

08:01 AM

ଆଜିଠାରୁ ଭାରତ ଓ ଇଂଲଣ୍ତ ମଧ୍ଯରେ ଆରମ୍ଭ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ୩-୧ରେ ଆଗୁଆ ଥିବା ଭାରତ ଶେଷ ମ୍ୟାଚ୍ ଜିତି ଇତିହାସ ରଚିବା ନେଇ ଯୋଜନା କରୁଛି । ସେପଟେ ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ତ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ଦଳ ଆଉ ଏକ ବିଜୟ ସହ ସ୍ବଦେଶ ଫେରିବା ନେଇ ଲକ୍ଷ୍ୟ ରଖିଛି ।ଧର୍ମଶାଳାର ଏଚପିସିଏ ଗ୍ରାଉଣ୍ତରେ ଦ୍ବିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ସିରିଜରେ ପ୍ରଥମ ଥର ଫୋକସକୁ ଆସିଛନ୍ତି ପେସ୍ ବୋଲର । ଧର୍ମଶାଳାର ଥଣ୍ତା ଜଳବାୟୁ ପେସ ବୋଲରଙ୍କ ପାଇଁ ବେଶ ଅନୁକୂଳ ରହିବ ବୋଲି କୁହାଯାଉଛି । ଯଶପ୍ରୀତ ବୁମରା ଏକାଦଶକୁ ଫେରିଥିବା ବେଳେ ମହମ୍ମଦ ସିରାଜ ମଧ୍ଯ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଇଂଲଣ୍ତ ମଧ୍ଯ ଫାଷ୍ଟ ବୋଲର ମାର୍କ ଉଡ଼ଙ୍କୁ ଦଳରେ ସାମିଲ କରିଛି । ତେବେ ଚତ୍ମକାର ଫର୍ମରେ ଥିବା ଯଶସ୍ବୀ ଜୈସ୍ବାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

07:57 AM

ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବଢିଥିବା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗଜପତିର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ରାଜ୍ୟ ୧୧ଟି ସହରରେ ତାପମାତ୍ରା ୩୬ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ବଲାଙ୍ଗିରରେ ୩୬.୯ ଡିଗ୍ରୀ, ଝାରସୁଗୁଡାରେ ୩୬.୮ ଡିଗ୍ରୀ, ମାଲକାନଗିରିରେ ୩୬.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ, ସୋନପୁରରେ ଭବନୀପାଟଣା ଓ ରାୟଗଡ଼ାରେ ୩୬.୨ ଡିଗ୍ରୀ, ନୟାଗଡ଼ରେ ଏବଂ ବୌଦ୍ଧରେ ୩୬.୦ ଡିଗ୍ରୀ, ସେହିପରି ଅନୁଗୋଳ ଓ ସମ୍ୱଲପୁରରେ ୩୫.୭, ଡିଗ୍ରୀ ଢେଙ୍କାନାଳରେ ୩୫.୫ ଡିଗ୍ରୀ, ନବରଙ୍ଗପୁର ଓ ଜଗତସିଂହପୁର ଓ ସୁନ୍ଦରଗଡ଼ା ତାପମାତ୍ରା ୩୫.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୩.୬ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ଼ କରାଯାଛି। ସେପଟେ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି।

07:43 AM

ଲୋକସଭା  ଓ ବିଧାନସଭା ଆସନପାଇଁ ବିଜେପି ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ଶାସନ କରୁଥିବା ବିଜେଡି ସହ ବୁଝାମଣା କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଏପରିକି ବିଜେପି ୨୧ ବିଧାନସଭା ଆସନରୁ ୧୪ଟିରେ ଲଢ଼ିବ ବୋଲି ପ୍ରସ୍ତାବ ଦେଇଛି। ସେହିପରି ବିଧାନସଭାର ୧୪୭ ଆସନରୁ ମାତ୍ର ୪୭ଟିରେ ଲଢ଼ିବାକୁ ପ୍ରସ୍ତାବ ଦେଇଛି ବିଜେପି। ମୋଦୀଙ୍କ ୪୦୦ ପାର ଲକ୍ଷ୍ୟ ହାସଲ ସହ ନବୀନଙ୍କ ଲଗାତାର ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା  ଏହାଦ୍ୱାରା ସମ୍ଭବ ହେବ ବୋଲି ନେତୃମଣ୍ଡଳୀଙ୍କ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚ ୮ ୨୦୦୯ରେ ଏନ୍‍ଡିଏର ଓହରିଥିଲା ବିଜେଡି।

07:35 AM

ତିନିଫୁଟ ଡେଙ୍ଗା ହେଲେ ବି ହୋଇପାରିବେ ଡାକ୍ତର  ସୁପ୍ରିମ୍‍ କୋର୍ଟଙ୍କ  ଆଦେଶ ପରେ ୨୦୧୯ ମସିହାରେ ଡାକ୍ତରୀ ପାଠ ଆରମ୍ଭ କରିଥିବା  ଡ. ଗଣେଶ ବରୈୟା ଏବେ ଡାକ୍ତର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ୨୦୧୮ ମସିହାରେମେଡିକାଲ୍‍ କାଉନ୍ସିଲ୍‍ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାରେ ବିଫଳ ହେବେ କହି ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏଡାପରେ ସେ ହେଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ସେ ଗୁଜରାଟର ଏକ ସରକାରୀ ମେଡିକାଲ୍‍ କଲେଜରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଶେଷ କରି ଏବେ ଡାକ୍ତର ଭାବେ ପରିଚୟ ହାସ ଲ କରିଛନ୍ତି।

07:21 AM

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତ। ଧାରା ୩୭୦ ହଟିବା ପରେ ଏହା ମୋଦୀଙ୍କ ପ୍ରଥମ କଶ୍ମୀର ଗସ୍ତ। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳତ୍ପକୁ ଉପହାର ସ୍ୱରୂପ କଶ୍ମୀର ବାସୀଙ୍କ ଲାଗି ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଜନସଭାକୁ ବି ସମ୍ବୋଧନ କରିବେ। ଏଥିଲାଗି କଶ୍ମୀରର ବକ୍ସି ଷ୍ଟାଡିୟମରେ ଉତ୍ସବ ଆୟୋଜନ କରାଯାଇଛି।

07:10 AM

ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା:

ବିଜେପି-ବିଜେଡିର ନେତାମାନେ ପୃଥକ ପୃଥକ ଭାବେ ଶୀର୍ଷ ନେତୃତ୍ୱଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତ। ଖୁବ୍‍ ଶୀଘ୍ର କିଛି ନିଷ୍ପତ୍ତି ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି। ୨୦୦୮ କନ୍ଧମାଳ ଦଙ୍ଗା ପରେ ବିଜେପି-ବିଜେଡି ଭିତରେ ମେଣ୍ଟ ରଦ୍ଦ ହୋଇଥିଲା। ଏହାପରେ ୩ଟି ନିର୍ବାଚନ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ। ଏବେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି  କାର୍ଯ୍ୟ କରୁଛି। ଅପରପକ୍ଷେ କେନ୍ଦ୍ର ସରକାରଙ୍କୁ ପ୍ରତିଟି ରଣନୀତିକ ବ୍ୟାପାରରେ ସମର୍ଥନ ଦେଉଛି ବିଜେଡି।