ECI Live: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା
Advertisement
Article Detail0/zeeodisha/odisha2473466

ECI Live: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା

ECI Live: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ତାରିଖ ଘୋଷଣା କରୁଛନ୍ତି । 

ECI Live: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା
LIVE Blog

ECI Live: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ତାରିଖ ଘୋଷଣା କରୁଛନ୍ତି । 

15 October 2024
16:26 PM

ECI Live: ଶତାୟୁ ଭୋଟର ହେଉଛନ୍ତି ୧ ଲକ୍ଷ ୧୪ ହଜାର ଯେଉଁମାନଙ୍କ ବୟସ ୮୫ ବର୍ଷରୁ ଉର୍ଦ୍ଧ୍ୱ। ଏହି ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ଉଭୟ ରାଜ୍ୟରେ ସେମାନେ ଘରେ ରହି ଭୋଟଦାନ କରିପାରିବେ। ଫର୍ମ ୧୨ ଡି ଫର୍ମ ତାଙ୍କୁ ପୂର୍ବରୁ ଦିଆଯିବ। ସେମାନଙ୍କ ଘରୁ ତାଙ୍କ ଭୋଟ ଗ୍ରହଣ କରାଯିବ। ସମସ୍ତ ବ୍ୟବସ୍ଥାର ଭିଡିଓଗ୍ରାଫି କରାଯିବ।

16:26 PM

ECI Live: ସମସ୍ତ ବୁଥରେ ଅତ୍ୟାବଶ୍ୟକ ସେବା ଯେମିତି ପିଇବା ପାଣି, ଛାଇ, ଶୌଚାଗାର, ଆଲୋକ ବ୍ୟବସ୍ଥା ଗ୍ରହଣ କରାଯିବ। ପୁଣି ଯାଉଁଠାରେ ଅଧିକ ଧାଡ଼ି ରହୁଛି ସେଠାରେ ଚୌକିର ବ୍ୟବସ୍ଥା କରାଯିବ।

16:25 PM

ECI Live: ଝାଡ଼ଖଣ୍ଡରେ ୨୯୫୬୨ ପୁଲିଂ ବୁଥ ରହିବ। ଏଠାରେ ୫୦୪୨ ହେଉଛି ସହରାଞ୍ଚଳ ବୁଥ। ବାକି ସବୁ ଗ୍ରାମୀଣ ବୁଥ। ଦୁଇ ରାଜ୍ୟରେ ଆଦିମ ଅଧିବାସୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଉଭୟ ଦୁଇ ରାଜ୍ୟରେ ଆଦିମ ଅଧିବାସୀଙ୍କୁ ଭୋଟର ଭାବେ ଗ୍ରହଣ କରାଯାଇଛି।

16:20 PM

ECI Live: ସେହିପରି ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ୨୪ଟି ଜିଲ୍ଲାରେ ରହିଛି। ହି ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୫ ଜାନୁୟାରୀ ୨୦୨୫କୁ  ବିଧାନସଭାର ସମୟ ଶେଷ ହେଉଛି। ଏଠାରେ ୨.୬ କୋଟି ଭୋଟର ରହିଛନ୍ତି। ସେମାନଙ୍କ ଭିତରୁ ୧ କୋଟି ୨୯ଲକ୍ଷ ମହିଳା, ୧ କୋଟି ୩୧ଲକ୍ଷ ପୁରୁଷ ଭୋଟର ହୋଇଥିବା ବେଳେ ୧୧.୮୪ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମଥର ଭୋଟର। ସମୁଦାୟ ଯୁବା ଭୋଟରଙ୍କ ସଂଖ୍ୟା ଦେଖିଲେ ଏହି ସଂଖ୍ୟା ପ୍ରାୟ ୬୬.୮୪ ଲକ୍ଷ, ଯେଉଁମାନଙ୍କ ବୟସ ୨୦ରୁ ୨୯ ବର୍ଷ ବୟସ।

16:17 PM

ECI Live: ମହାରାଷ୍ଟ୍ରର ୩୬ ଜିଲ୍ଲାରେ ୨୮୮ ବିଧାନସଭା ଆସନ ରହିଛି। ଏଠାରେ ୯.୬୩ କୋଟି ହେଉଛନ୍ତି ସମୁଦାୟ ଭୋଟର। ଏଥିରୁ ୨୦.୯ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମ ଭୋଟର। ଏଠାରେ ସମୁଦାୟ ୧ଲକ୍ଷ ୧୮୬ ପୁଲିଂ ବୁଥ ନିର୍ମାଣ କରାଯିବ। ୫୩୦ ବୁଥ ଆଦର୍ଶ ବୁଥ ରହିବ।

16:17 PM

ECI Live: ୧୩୦ କୋଟି ଟଙ୍କା ଜବତ କରାଯାଇଥିଲା ଜମ୍ମୁ ଓ କଶ୍ମୀରେ। ହରିୟାଣାରେ ୭୫ କୋଟି ଟଙ୍କା ଜବତ ହୋଇଛି।  ଏହି ଦୁଇ ରାଜ୍ୟରେ କୌଣସି ପୁନଃ ଭୋଟିଂ ହୋଇ ନାହିଁ। ଲାଠି କି ଗୁଳି ବି ଚାଲି ନାହିଁ। ଏଥିଲାଗି ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ଭୋଟରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ କୁମାର।

16:15 PM

ନିର୍ବାଚନ କମିଶନ ଘୋଷଣା ଦିନ ହିଁ କମିଶନ ନିଜର ଉଦ୍ଦେଶ୍ୟ ଘୋଷଣା କରନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି, ବିଗତ ଲୋକସଭା ଓ ବିଧାନସଭା ନିର୍ବାଚନ ଏବଂ ଜମ୍ମୁ କଶ୍ମୀରରେ ନିର୍ବାଚନ ସମୟରେ ଏହା କରି ଦେଖାଇଛନ୍ତି।

16:08 PM

ECI Live: ଝାଡ଼ଖଣ୍ଡରେ  ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ  ଏବଂ ୨୯ ଅକ୍ଟେୋବରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଆରମ୍ଭ ହେବ। ୩୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କିତ କରିଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ କ୍ଷେତ୍ରରେ ଏହାକୁ ୧ ନଭେମ୍ବର  ସ୍ଥିର କରାଯାଇଛି।

16:08 PM

ECI Live: ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ଭୋଟ ଗ୍ରହଣ କରାଯିବ। ୧୩ ନଭେମ୍ବର ଏବଂ ୨୦ ନଭେମ୍ବରକୁ ଏଥିଲାଗି ସ୍ଥିର କରାଯାଇଛି।  ଗଣତି ଓ ଫଳାଫଳ ପ୍ରକାଶନ ଗୋଟିଏ ତାରିଖ ଅର୍ଥାତ୍‍ ୨୩ ନଭେମ୍ବରରେ କରାଯିବ। ପ୍ରଥମ ପର୍ଯ୍ୟାୟ ଲାଗି ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଆସନ୍ତା ୨୨ରେ ପ୍ରକାଶ ପାଇବ।

16:05 PM

ECI Live: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ। ଏହି ଘୋଷଣା ଅନୁସାରେ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ମାମାଙ୍କନ ଏବଂ ନଭେମ୍ବର ୪ ତାରିଖ ଦିନ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନଭେମ୍ବର  ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ।   ୨୩ ତାରିଖ ଦିନ ଗଣତି ହେବ।

15:59 PM

ECI Live: ୧୫ ରାଜ୍ୟର ୪୮ ବିଧାନସଭା ଏବଂ ୨ ଲୋକସଭା ଆସନରେ ହେବ ନିର୍ବାଚନ। ୧୩ ନଭେମ୍ବରରେ ଏହି ନିର୍ବାଚନ ହେବ।

15:59 PM

ECI Live: ୧୫ ରାଜ୍ୟର ୪୮ ବିଧାନସଭା ଏବଂ ୨ ଲୋକସଭା ଆସନରେ ହେବ ନିର୍ବାଚନ। ୧୩ ନଭେମ୍ବରରେ ଏହି ନିର୍ବାଚନ ହେବ।

15:57 PM

ECI Live: ଝାଡ଼ଖଣ୍ଡ ହେଉଛି ଏକ ସମୃଦ୍ଧ ରାଜ୍ୟ। ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ। ୧୩ ନଭେମ୍ବର ଏବଂ ୨୦ ନଭେମ୍ବରରେ ହେବ ନିର୍ବାଚନ । ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଲେ ନିର୍ବାଚନ କମିଶନ।

15:56 PM

ECI Live: ଆମେ ଏଥର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବୁ। ସହରାଞ୍ଚଳ ଭୋଟରଙ୍କୁ ଉତ୍ସାହିତ କରିବାକୁ ଏହା ଉତ୍ସାହିତ ହେବ। ଫରିଦାବାଦ ଓ ଗୁଡଗାଓଁରେ ଆମେ କିଛି ଅଞ୍ଚଳରେ ଭୋଟ୍‍ ୨୦ ପ୍ରତିଶତ ରହିଥିଲା।

15:55 PM

ECI Live: ସହରାଞ୍ଚଳରେ ଭୋଟ୍‍ ହାର ରହୁଛି ଅତ୍ୟନ୍ତ କମ୍‍। କୋଲାବାରେ ଗତଥା ୪୦ ପ୍ରତିଶତ ଭୋଟ ହୋଇଥିଲା। ଲୋକସଭା ଭୋଟ ହାରକୁ ଦେଖିଲେ ମଧ୍ୟ ସେଇ ଅବସ୍ଥା। ଆମେ ଭୋଟ ହାର ବଢ଼ାଇବେ ଲାଗି ସମସ୍ତଙ୍କ ସହାୟତା ନେବୁ।

15:52 PM

ECI Live: ନିର୍ବାଚନ କମିଶନଙ୍କ ଘୋଷଣା ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ନାମାଙ୍କନ। ୨୨ ନଭେମ୍ବରରେ ଭୋଟ ଏବଂ ୨୩ରେ ଗଣତି

14:37 PM

ECI Live" ଆଜି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ତାରିଖ ଘୋଷଣା କରିପାରନ୍ତି। ଏଥିଲାଗି ଅପରାହ୍ଣ ସାଢ଼େ ତିନିଟାରେ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଯାଇଛି।  ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭାର ଅନ୍ତିମ ତାରିଖ ରହିଛି। ଏଣୁ  କୌଣସି ସାମ୍ବିଧାନିକ ଅଚଳାବସ୍ଥା ଦୂର କରିବା ଲାଗି ୨୮୮ ଆସନ ବିଶିଷ୍ଟ ଏହି ବିଧାନସଭା ଲାଗି ନିର୍ବାଚନର ଆବଶ୍ୟକତା ରହିଛି।