Sitting Risk Health: ଦୀର୍ଘ ସମୟ ଧରି ବସିବା କିମ୍ବା ଶୋଇବା ସମୟରେ ଆମ ଶରୀରରେ ରକ୍ତ ସଞ୍ଚାଳନ ଧୀର ହୋଇଯାଏ । ଦୀର୍ଘ ସମୟ ଧରି ବସିଲେ ଆମ ରକ୍ତରେ ଫ୍ୟାଟି ଏସିଡ୍ ବୃଦ୍ଧି ପାଇବା ଆରମ୍ଭ କରେ ।
Trending Photos
Sitting Risk Health: ଏକ ସୁସ୍ଥ ଜୀବନଶୈଳୀ ପାଇଁ ଆମ ଶାରୀରିକ ସ୍ୱାସ୍ଥ୍ୟ ସହିତ ଆମର ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । କହିରଖୁଛୁ ଯେ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ଯାହା ବି କରୁ, ଏହା ଆମ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସେଥିପାଇଁ ଡାକ୍ତରମାନେ ସର୍ବଦା ଏକ ସୁସ୍ଥ ଖାଦ୍ୟପାନୀୟ ଓ ହାଇଡ୍ରେଟେଡ୍ ରହିବ ପାଇଁ ପାଇଁ ପରାମର୍ଶ ଦିଅନ୍ତି । ଏହା ବ୍ୟତୀତ ଆମର ଉଠିବା, ବସିବା ଓ ଚାଲିବା ମଧ୍ୟ ମନକୁ ପ୍ରଭାବିତ କରିଥାଏ । କେବଳ ଏତିକି ନୁହେଁ, ଆପଣ ଘରେ କିମ୍ବା ଅଫିସରେ ଯେଉଁପ୍ରକାର ବସୁଛନ୍ତି- ତାହା ମଧ୍ୟ ଆମ ମସ୍ତିଷ୍କର କ୍ଷମତା ଉପରେ ପ୍ରଭାବ ପକାଇଥାଏ ।
ଦୀର୍ଘ ଘଣ୍ଟା ଧରି ଡେସ୍କରେ ବସିବାର ଖରାପ ପ୍ରଭାବ
ପ୍ରାୟତଃ ଆମେ ଅଫିସରେ ଡେସ୍କରେ ଦୀର୍ଘ ଘଣ୍ଟା ଧରି କାମ କରୁ । କିନ୍ତୁ ଆପଣ ଜାଣନ୍ତି କି ଦୀର୍ଘ ସମୟ ଧରି ସମାନ ଡେସ୍କରେ ବସି କାର୍ଯ୍ୟ କରିବା କିମ୍ବା ସୋସିଆଲ ମିଡିଆରେ ସର୍ଫିଙ୍ଗ କରିବା ଆମ ଶରୀର ଓ ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହା ଆମ ମସ୍ତିଷ୍କର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଦୀର୍ଘ ସମୟ ଧରି ବସିବା କାହିଁକି କ୍ଷତିକାରକ?
କହିରଖୁଛୁ ଯେ ଯେତେବେଳେ ଆମେ ଅଧିକାଂଶ ସମୟ ବସି କିମ୍ବା ଶୋଇବାରେ ବିତାଇଥାଉ, ସେତବେଳେ ଆମର ଗୋଡର ମାଂସପେଶୀ କାମ କରି ନଥାଏ । ବସିବା କିମ୍ବା ଶୋଇବା ସମୟରେ ଆମ ଶରୀରରେ ରକ୍ତ ସଞ୍ଚାଳନ ଧୀର ହୋଇଯାଏ । ଦୀର୍ଘ ସମୟ ଧରି ବସିବା ଦ୍ୱାରା ଆମ ରକ୍ତରେ ଫ୍ୟାଟି ଏସିଡ୍ ବୃଦ୍ଧି ପାଇବା ଆରମ୍ଭ କରେ ।ଯେଉଁଥିପାଇଁ ମଧୁମେହ ଓ ହୃଦରୋଗର ଆଶଙ୍କା ବହୁଗୁଣିତ ହୁଏ । କିନ୍ତୁ ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ କହୁଛୁ, ଯାହା ମାଧ୍ୟମରେ ଆପଣ ଦୀର୍ଘ ସମୟ ଧରି ବସିବାର ସମସ୍ୟାକୁ ହ୍ରାସ କରିପାରିବେ ।
ପ୍ରତି ୩୦ ମିନିଟରେ ନିଅନ୍ତୁ ଏକ ବିରତି
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି ବସି କାମ କରିବାକୁ ପଡୁଥାଏ, ତେବେ ସ୍ୱଳ୍ପ ସମୟ ମଧ୍ୟରେ ବିରତି ନିଅନ୍ତୁ । ସ୍ୱିଡେନର ଷ୍ଟକହୋମ ସ୍ଥିତ କରୋଲିନସ୍କା ଇନଷ୍ଟିଚ୍ୟୁଟରେ ଆମେରିକୀୟ ଜର୍ନାଲ୍ ଅଫ୍ ଫିଜିଓଲୋଜି, ଏଣ୍ଡୋକ୍ରିନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଏହା ଦେଖିଲେ ଯେ ଏକ କାର୍ଯ୍ୟାଳୟ କମ୍ପାନୀର କର୍ମଚାରୀମାନେ କାର୍ଯ୍ୟ ସମୟରେ ପ୍ରତି ୩୦ ମିନିଟରେ ଗତି କରନ୍ତି, ତେବେ ସେମାନଙ୍କର ମସ୍ତିଷ୍କର ଏକ ଭଲ ପ୍ରଭାବ ରହିଥାଏ । ଏହା ଛଡା ଆପଣ କୌଣସି ଗୋଟିଏ ସ୍ଥାନରେ ନ ବସି ଟିକିଏ ଚାଲନ୍ତୁ ।
ଏହା ବି ପଢ଼ନ୍ତୁ: Tea Side Effects: ଚା’ ପ୍ରେମୀ ରୁହନ୍ତୁ ସତର୍କ, ହୋଇପାରେ ଏସବୁ ମାରତ୍ମକ ରୋଗ
ଏହା ବି ପଢ଼ନ୍ତୁ: Health Tips: ଭୁଲରେ ବି ଅଧିକ ସେବନ କରନ୍ତୁ ନାହିଁ ଏସବୁ ଜିନିଷ, ଆପଣଙ୍କ ଠାରୁ ଛଡାଇ ନେବ ବାପା-ମା' ହେବାର ସୁଖ!