Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର, ସାବଧାନ୍ ରୁହନ୍ତୁ ଏହି ୪ରାଶିର ଲୋକେ!
Advertisement
Article Detail0/zeeodisha/odisha1809304

Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର, ସାବଧାନ୍ ରୁହନ୍ତୁ ଏହି ୪ରାଶିର ଲୋକେ!

Shukra Gochar 2023: ଗ୍ରହର ଗୋଚରରୁ ଜଣେ ବ୍ୟକ୍ତି ଶୁଭ କିମ୍ବା ଅଶୁଭ ଫଳାଫଳ ପାଇଥାଏ । ଶୁକ୍ର ହେଉଛନ୍ତି ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଶୁକ୍ର ଅଗଷ୍ଟ ୭ ରେ ସକାଳ ୧୦ଟା ୩୭ ମିନିଟ୍ ସମୟରେ କର୍କଟ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଚଳନ ବା ଗୋଚର କିଛି ଲୋକଙ୍କଭାଗ୍ୟରେ ଦୁଃଖ ଯନ୍ତ୍ରଣା ଆଣିବ । ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡ଼ିକ ବିଷୟରେ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ,ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ମନେ କରାଯାଏ । ଏହା କେବଳ ପୃଥିବୀ ନୁହେଁ ମାନବ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗ୍ରହର ଗୋଚରରୁ ଜଣେ ବ୍ୟକ୍ତି ଶୁଭ କିମ୍ବା ଅଶୁଭ ଫଳାଫଳ ପାଇଥାଏ । ଶୁକ୍ର ହେଉଛନ୍ତି (venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଶୁକ୍ର ଅଗଷ୍ଟ ୭ ରେ  ସକାଳ ୧୦ଟା ୩୭ ମିନିଟ୍ ସମୟରେ କର୍କଟ ରାଶିରେ ପ୍ରବେଶ କରିବେ(venus transit in cancer)। ଅକ୍ଟୋବର ୧ ଯାଏଁ ଶୁକ୍ର କର୍କଟରେ ରହିବେ । ଏବଂ ଅକ୍ଟୋବର ୨ ରେ, ୧ଟା ୧୮ ମିନିଟ୍ ପୂର୍ବାହ୍ନରେ, କର୍କଟ ଛାଡି ସିଂହରେ ପ୍ରବେଶ କରିବ । ଶୁକ୍ରଙ୍କ ଏହି ଚଳନ ବା ଗୋଚର କିଛି ଲୋକଙ୍କ (zodiac signs) ଭାଗ୍ୟରେ ଦୁଃଖ ଯନ୍ତ୍ରଣା ଆଣିବ । ସେମାନଙ୍କ ଜୀବନରେ କଳାର ବାଦଲ ଘୋଟି ଆସିବ । ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡ଼ିକ ବିଷୟରେ...

Also Read: Horoscope Today Aug 4 2023: ଧନପ୍ରାପ୍ତିର ଯୋଗ ସହ ଏହି ତିନି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଏହି ରାଶି ଗୁଡିକ ରୁହନ୍ତୁ ସତର୍କ:

କର୍କଟ: ଶୁକ୍ର କର୍କଟ ରାଶିକୁ ଚଳନ କଲେ କର୍କଟ ରାଶିର ବ୍ୟକ୍ତିଙ୍କୁ ସାବଧାନ୍ ରହିବାକୁ ପଡିବ ।  ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ଯୋଗୁଁ ମନ ଭଲ ରହିବ ନାହିଁ । ପରିବାରରେ ମତଭେଦ ହୋଇପାରେ। ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ସମୟ ଖରାପ ଚାଲିଥିବାରୁ ଆପଣ ବିନା କାରଣରେ କୋର୍ଟ କଚେରୀ ମାମଲାରେ ଫସି ପାରନ୍ତି। ଯାହା ଆପଣଙ୍କ ଆର୍ଥିକ  ସ୍ଥିତିକୁ ଦୁର୍ବଳ କରିପାରେ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ଆପଣ ବଡ଼ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଧାର କରଜରେ ଆପଣ ବୁଡି ରହିବେ।

ସିଂହ: ଶୁକ୍ରଙ୍କ କର୍କଟ ରାଶିକୁ ଚଳନ ସିଂହ ରାଶି ଉପରେ ଖରାପ ପ୍ରଭାବ ପକାଇବ । ଏହି ଅବଧି ମଧ୍ୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବିରାଟ କ୍ଷତି ସହିବାକୁ ପଡିବ। ଛୋଟ ମୋଟ କଥାକୁ ନେଇ ଆପଣ ଆଇନର ଜାଲରେ ଫସି ପାରନ୍ତି । କୋର୍ଟ କଚେରୀମାମଲାରେ ଆପଣଙ୍କ ପିଛା ଛାଡିବ ନାହିଁ।  କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯିବ। କେବଳ ସେତିକି ନୁହେଁ, ଦାରିଦ୍ରତା ଆପଣଙ୍କ ପିଛା ଛାଡିବ ନାହିଁ । ଘରେ ଅନବରତଃ କଳହ ଲାଗି ରହିବ। ତେଣୁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ। କୌଣସି ସ୍ଥାନରେ ଅର୍ଥ ଲାଗାଇବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିସ୍ପତି ନେବେ । ନଚେତ୍ ଆପଣ ଫସିବେ। 

କନ୍ୟା: ଖାସ୍ କରି ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଦେଖିଚାହିଁ ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହି ସମୟରେ ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।  ଏହି ସମୟରେ ଆପଣ ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି , ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ ।  ଘରେ ଅଯଥାରେ ଅଶାନ୍ତି ଲାଗି ରହିବ । ଏପରିକି ଅଯଥା ଅଶାନ୍ତି କାରଣରୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ଆସିପାରେ । ଏହି ସମୟରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଛାଡି଼ ଯାଇପାରନ୍ତି । କୌଣସି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତୁ ନାହିଁ । କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ମଧ୍ୟ  ଯେତେ ପରିଶ୍ରମ କଲେ । ଏହି ସମୟରେ ଶୁଭ ଫଳ ପାଇବେ ନାହିଁ। କ୍ୟାରିୟରରକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। 

କୁମ୍ଭ: ଏହି ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣାର ଦିନ ଆରମ୍ଭ ହେବାକୁ ଯାଉଛି। କର୍ମ କ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ସହକର୍ମୀଙ୍କ ସହ ଝଗଡା ହେବ। ଯାହା ଆପଣଙ୍କ କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିପାରେ । ଏପରିକି କାର୍ଯ୍ୟାଳୟରେ ହେବାକୁ ଥିବା ପଦୋନ୍ନତି ମଧ୍ୟ ଆପଣଙ୍କର ଅଟକି ରହିବ । ଯେତେ ସମ୍ଭବ ଆପଣଙ୍କ କ୍ରୋଧକୁ ଆପଣ ନିୟନ୍ତ୍ରଣରେ ରଖନ୍ତୁ।  ଏହି ସମୟରେ ଆପଣଙ୍କ ଶତ୍ରୃମାନେ ମଧ୍ୟ ବେଶ ସକ୍ରିୟ ରହିବେ । ହେବାକୁ ଥିବା କାମ ମଧ୍ୟ ବିଗିଡିଯିବ। ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଏହି ସମୟରେ ଆପଣଙ୍କ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେଇପାରେ। ପାର୍ଟନର ସିପରେ ବ୍ୟବସାୟ କରୁଥିବା ଲୋକେ ମଧ୍ୟ ଏହି ସମୟରେ ସମସ୍ୟାରେ ପଡିପାରନ୍ତି। ନିଜ ପାର୍ଟନରମାନେ ଆପଣଙ୍କୁ ଧୋକା ଦେଇପାରନ୍ତି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)