Shukra Chalan 2025: ମୀନ ରାଶିରେ ଚଳନ କରୁଛନ୍ତି ଶୁକ୍ର, ଧନଧାନ୍ୟରେ ଅଭାବ ରହିବନି ଏହି ୩ରାଶିର ଜୀବନ
Advertisement
Article Detail0/zeeodisha/odisha2650234

Shukra Chalan 2025: ମୀନ ରାଶିରେ ଚଳନ କରୁଛନ୍ତି ଶୁକ୍ର, ଧନଧାନ୍ୟରେ ଅଭାବ ରହିବନି ଏହି ୩ରାଶିର ଜୀବନ

Shukra Chalan 2025: ଏହି ରାଶିରେ ସେ ପାଖାପାଖି ୧୨୪ ଦିନ ଧରି ରହିବେ ଏବଂ ୩୧ ମଇ, ୨୦୨୫ରେ ମେଷ ରାଶିରେ ଚଳନ କରିବେ। ଜ୍ୟୋତିଷ ମାନଙ୍କ ଅନୁସାରେ, ଏହା ଏକ ବହୁତ ଦୁର୍ଲଭ ଘଟଣା ଯେତେବେଳେ ଶୁକ୍ର ମୀନ ରାଶିରେ ଏତେ ଦିନ ଧରି ବିରାଜମାନ ରହିବେ। ଶୁକ୍ରଙ୍କର ଏହି ଚଳନର ପ୍ରଭାବ ଯଦିଓ ସମସ୍ତ ରାଶିରେ ପଡ଼ିବ, କିନ୍ତୁ ୩ ରାଶିରେ ଏହା ବରଦାନ ସଦୃଶ...

 

Shukra Chalan 2025: ମୀନ ରାଶିରେ ଚଳନ କରୁଛନ୍ତି ଶୁକ୍ର, ଧନଧାନ୍ୟରେ ଅଭାବ ରହିବନି ଏହି ୩ରାଶିର ଜୀବନ

Shukra Chalan 2025: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାଳ ପୁରୁଷ କୁଣ୍ଡଳୀରେ ଶୁକ୍ର ଗ୍ରହ ଯେତେବେଳେ ଉଚ୍ଚରେ ଥାଆନ୍ତି, ସେତେବେଳେ କହାଯାଏ ଯେ ଗରିବ ବ୍ୟକ୍ତି ମଧ୍ୟ କିଛି ଦିନରେ କରୋଡପତି ହୋଇଯାନ୍ତି, କେବଳ କୁଣ୍ଡଳିରେ ଶୁକ୍ର ଗ୍ରହ ସଠିକ୍ ସ୍ଥାନରେ ବସିଥିବା ଦରକାର। ଜ୍ୟୋତିଷ ଶାସ୍ତ୍ର ଏହା ମଧ୍ୟ କହେ ଯେ ଯେତେବେଳେ ଶୁକ୍ରର ମହାଦଶା ଓ ଅନ୍ତର୍ଦଶାରେ ଶୁକ୍ର ଗ୍ରହ ଉଚ୍ଚରେ ଥାଏ, ସେତେବେଳେ ଜାତକ ଅର୍ଥାତ୍ ବ୍ୟକ୍ତି ଯେଉଁ କାମରେ ହାତ ଲଗାଏ, ସେଥିରେ ଜବରଦସ୍ତ ଲାଭ ହୁଏ। ଜଣାଇବାକୁ ଚାହିଁବୁ ଯେ ଶୁକ୍ର ଗ୍ରହକୁ ଗ୍ରହମାନର ଉପାଧି ମଧ୍ୟ ଦିଆଯାଏ ଏବଂ ସେ ସୁନ୍ଦରତା, ଆକର୍ଷଣ, ପ୍ରେମ, କଳା, ସୁଖ ଏବଂ ଆନନ୍ଦ, ଭୋଗ-ବିଳାସ, କାମସୁଖ, ଆଭୂଷଣ, ସୁଗନ୍ଧ, ଫ୍ୟାସନ୍, କିମ୍ବା ଆଭୂଷଣ, ଇତ୍ୟାଦିର କାରକ ଅର୍ଥାତ୍ ସ୍ୱାମୀ ଏବଂ ନିୟନ୍ତ୍ରକ ଗ୍ରହ।

ମୀନ ରାଶିରେ ଶୁକ୍ର ଗ୍ରହ ଉଚ୍ଚରେ ରହିଥାନ୍ତି ଏବଂ ଏହି ରାଶିରେ ସବୁଠାରୁ ଅଧିକ ଶକ୍ତିଶାଳୀ ରହିଥାନ୍ତି। ଜ୍ୟୋତିଷ ଗଣନା ଅନୁସାରେ, ଶୁକ୍ର ଗ୍ରହ ବର୍ତ୍ତମାନ ମୀନ ରାଶିରେ ଗୋଚର କରୁଛନ୍ତି। ଏହି ରାଶିରେ ସେ ପାଖାପାଖି ୧୨୪ ଦିନ ଧରି ରହିବେ ଏବଂ ୩୧ ମଇ, ୨୦୨୫ରେ ମେଷ ରାଶିରେ ଚଳନ କରିବେ। ଜ୍ୟୋତିଷ ମାନଙ୍କ ଅନୁସାରେ, ଏହା ଏକ ବହୁତ ଦୁର୍ଲଭ ଘଟଣା ଯେତେବେଳେ ଶୁକ୍ର ମୀନ ରାଶିରେ ଏତେ ଦିନ ଧରି ବିରାଜମାନ ରହିବେ। ଶୁକ୍ରଙ୍କର ଏହି ଚଳନର ପ୍ରଭାବ ଯଦିଓ ସମସ୍ତ ରାଶିରେ ପଡ଼ିବ, କିନ୍ତୁ ୩ ରାଶିରେ ଏହା ବରଦାନ ସଦୃଶ...

ମେଷ ରାଶି
ଶୁକ୍ରଙ୍କ ମୀନ ରାଶିରେ ଚଳନ ମେଷ ରାଶିର ଜାତକଙ୍କ ପାଇଁ ବିଶେଷ ଭାବେ ଲାଭକାରୀ ହେବାକୁ ଯାଉଛି। ଏହି ସମୟ ଆପଣଙ୍କର ଜୀବନରେ ସୁଖ, ସମୃଦ୍ଧି ଏବଂ ସ୍ଥିରତା ଆଣିବ। ଏହି ଅବଧିରେ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ନୂତନ ଆୟର ସ୍ରୋତ ବିକାଶ ପାଇବ। ଚାକିରିଆ ଲୋକଙ୍କୁ ପ୍ରମୋସନ କିମ୍ବା ବେତନ ବୃଦ୍ଧିର ଅବସର ମିଳିପାରେ। ବ୍ୟବସାୟୀ ଲୋକଙ୍କୁ ନୂତନ ପ୍ରୋଜେକ୍ଟ ଏବଂ ବ୍ୟବସାୟରୁ ଲାଭ ହେବ, ଯେଉଁଥିରୁ ତାଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ।

ମିଥୁନ ରାଶି
ମିଥୁନ ରାଶିର ଜାତକଙ୍କ ପାଇଁ ଏହି ଚଳନ କ୍ୟାରିୟର ଏବଂ ଆର୍ଥିକ ମାମଲାରେ ସଫଳତା ଆଣିବାକୁ ଯାଉଛି। ଏହି ସମୟରେ ଆପଣଙ୍କ ପାଇଁ ନୂତନ ଅବସରର ଦ୍ୱାର ଖୋଲିବ ଏବଂ ଆପଣଙ୍କର ପରିଶ୍ରମ ଶୁଭଫଳ ଆଣିବ। କ୍ୟାରିୟରରେ ସଫଳତା ମିଳିବ ଏବଂ ଆପଣଙ୍କର କୌଶଳର  ହେବ। ବିଦେଶୀ ପ୍ରୋଜେକ୍ଟ କିମ୍ବା କମ୍ପାନୀସହିତ ଜଡିତ ଲୋକଙ୍କୁ ବିଶେଷ ଲାଭ ମିଳିବ। ନକରୀପେଶା ଲୋକଙ୍କୁ ପ୍ରମୋସନ କିମ୍ବା ଭଲ ଅବସର ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ରୁକିଥିବା କାର୍ଯ୍ୟ ପୂରଣ ହେବ। ନିବେଶରୁ ଲାଭ ହେବ ଏବଂ ଧନ ସମ୍ପର୍କୀୟ ଚିନ୍ତା ହ୍ରାସ ପାଇବ।

ତୁଳା ରାଶି
ତୁଳା ରାଶିର ଜାତକଙ୍କ ପାଇଁ ଏହି ସମୟ ସୁଖ-ସୁବିଧାରେ ବୃଦ୍ଧି ଏବଂ ଜୀବନର ବିଭିନ୍ନ କ୍ଷେତ୍ରରେ ଉନ୍ନତିର ହେବ। ଶୁକ୍ରଙ୍କ ଏହି ଚଳନ ଆପଣଙ୍କ ପାଇଁ ବିଶେଷ ଭାବରେ ଶୁଭ ଫଳଦାୟୀ ହେବ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିବ ଏବଂ ଆପଣଙ୍କର ପରିଶ୍ରମ ରଙ୍ଗ ଆଣିବ। ବ୍ୟବସାୟୀଙ୍କୁ ନୂତନ ସୁଯୋଗ ମିଳିବ ଏବଂ ନିବେଶରୁ ଲାଭ ହେବ। ସହଯୋଗୀ ଏବଂ ବସ୍‌ଙ୍କର ସହଯୋଗ ମିଳିବ, ଯାହାରୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ହେବ ଏବଂ ଧନ ଲାଭର ଯୋଗ ହେବ। ଅଟକିଥିବା କାର୍ଯ୍ୟ ପୂରଣ ହେବ ଏବଂ ନୂତନ ପ୍ରୋଜେକ୍ଟ୍‌ସରୁ ଲାଭ ହେବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

Also Read: Achyuta Samanta Reaction: କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ଅଚ୍ୟୁତ ସାମନ୍ତ

Also See Video: KIIT University New Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ଭାଇରାଲ ହେଲା ଆଉ ଏକ ଭିଡିଓ