Advertisement
Photo Details/zeeodisha/odisha2521835
photoDetails0hindi

୨୦୨୮ ପର୍ଯ୍ୟନ୍ତ ୫ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି! ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

Shash Rajyoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନିଙ୍କୁ ରାଶି ପରିବର୍ତ୍ତନ କରିବା ପାଇଁ  ଅଢେଇ ବର୍ଷ ସମୟ ଲାଗିଥାଏ।  ଏହିକ୍ରମରେ ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧୯ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ ସେହି ରାଶିରେ ସିଧା ଚଳନ କରିଛନ୍ତି। ଫଳରେ ଶଶ ରାଜଯୋଗ ସୃଷ୍ଟି ହୋଇଛି। ନଭେମ୍ବର ୨୩ ତାରିଖ ସକାଳ ୬ଟା ୪୫ ମିନିଟ୍ ସମୟରେ ଶନିଦେବ କୁଶଭଦ୍ରା ନକ୍ଷେତ୍ରକୁ ଚଳନ କରିବେ । ଯେଉଁ ନକ୍ଷତ୍ରରେ  ମଙ୍ଗଳ ଓ ଶୁକ୍ର, ରାହୁ , କେତୁ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ନକ୍ଷେତ୍ରରେ ପାଞ୍ଚ ରାଶିଙ୍କ ଶୁଭ ମିଳନ ପଞ୍ଚମହାପୁରୁଷ ଯୋଗ ସୃଷ୍ଟି କରୁଛି । ଏହି ପଞ୍ଚ ମହାପୁରୁଷ ଯୋଗ କିଛି ରାଶିର ଭାଗ୍ୟ ପରିବର୍ତ୍ତନ କରିବ। ୨୦୨୮ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଏହି ରାଶିର ମଜବୁତ୍ ରହିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

 

1/5

  ବୃଷ : ଶଶ ରାଜଯୋଗ ଓ  ପଞ୍ଚମହାପୁରୁଷ ଯୋଗର ଶୁଭ ପ୍ରଭାବ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି ଚାକିରିରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ।  କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆର୍ଥିକ ସ୍ଥିତି ବଦଳିବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର ହେବ। ଘରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ସମ୍ପର୍କ ମଜବୁତ୍ ହେବ। ଶରୀର ସୁସ୍ଥ ରହିବ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: ଶୁକ୍ର-ସୂର୍ଯ୍ୟ-ଶନିଙ୍କ କୃପାରୁ ବର୍ଷ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭ ସମୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

 

 

2/5

ତୁଳା: ପଞ୍ଚ ମହାପୁରୁଷ ରାଜଯୋଗ ଓ ଶଶ ରାଜଯୋଗର ଶୁଭ ପ୍ରଭାବ ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ । ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି , ସେମାନଙ୍କ ଆଶା ପୂରଣ ହେବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆଶା କରିଥିବା ଦିଗରୁ ଟଙ୍କା ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ସେମାନେ ଭଲ ରେଜଲ୍ଟ ପାଇବେ। ସ୍ଥଗିତ ଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ। ବାକି ପଡିଥିବା ଟଙ୍କା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନରେ ମଧୁରତା ଭରିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ALSO READ: Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

3/5

ବିଛା: ଶନିଙ୍କ କୃପାରୁ ଉଦୟ ହେବ ଏହି ରାଶିଙ୍କ ଭାଗ୍ୟ। ବିଶେଷକରି, ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଜମି କିଣିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ବା ଫୋନ କଲ୍ ଆସିବ। ଋଣ କରିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହେବ। ଦେହ ଓ ମନ ଭଲ ରହିବ। 

 

4/5

କୁମ୍ଭ: ଶନିଙ୍କ ଶୁଭଦୃଷ୍ଟି କୁମ୍ଭ ରାଶି ଉପରେ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟ ବଢିବ। ବ୍ୟବସାୟୀଙ୍କ ପାଇଁ  ସମୟ ଅନୁକୂଳ ରହିଛି , କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ପାଇନାଲ୍ ହବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ। ନୂତନ ବାଣିଜ୍ୟକ ସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଦାୟୀ ରହିବ। ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ଆଶାରେ ଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। 

 

5/5

ମୀନ:  ଶନିଙ୍କ ଆର୍ଶିବାଦରୁ ଚମକିବ ମୀନ ରାଶିର ଭାଗ୍ୟ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ଖର୍ଚ୍ଚ ବଢିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ବ୍ୟବସାୟୀମାନଙ୍କର ବାଣିଜ୍ୟ- ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)