Navpancham Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ସେନାପତି ତଥା ରକ୍ତ, କ୍ରୋଧ, ସାହାସ ଓ ସମ୍ପତ୍ତିର କାରକ ମଙ୍ଗଳ ଜାନୁଆରୀ ୧୩ ବେଳକୁ ସୂର୍ଯ୍ୟଙ୍କ ଅଷ୍ଟମ ଘରକୁ ଚଳନ କରିବେ। ମକର ସଂକ୍ରାନ୍ତି ପୂର୍ବରୁ ମଙ୍ଗଳଙ୍କ ଏହି ଶୁଭ ଚଳନ ନବପଞ୍ଚମ ରାଜଯୋଗ ସୃଷ୍ଟି କରୁଛି। ଯାହାକି କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ମଙ୍ଗଳ -ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ଜୀବନରେ ସାହାସୀ ହେବା ସହିତ ସମସ୍ତ କ୍ଷେତ୍ରରେ ସଫଳତା ଅର୍ଜନ କରିଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ମଙ୍ଗଳଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ମିଥୁନ: ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ମାନ ସମ୍ମାନ ବୃଦ୍ଧି ହେବା ସହିତ ଆୟ ବଢିବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଅର୍ଥ ରୋଜଗାର କରିବାକୁ ସକ୍ଷମ ହେବ। ବାକି ପଡିଥିବା ଟଙ୍କାକୁ ପାଇବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।
ALSO READ: Today Horoscope: ଦୂରଯାତ୍ରାରୁ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: MLA Sofia Firdous Pics: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏହିସବୁ ଫଟୋ, ଦେଖନ୍ତୁ
କନ୍ୟା: ନବପଞ୍ଚମ ରାଜଯୋଗ ଏ-ହି ରାଶିକୁ ଧନବାନ୍ କରାଇବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ଯୋଜନା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ଇନ୍ନତି ଆସିବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପ୍ରେମୀ ମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ରାଜନୈତିକ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବେ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ବା ପଦବୀ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମୀନ: ନବପଞ୍ଚମ ରାଜଯୋଗ ମୀନ ରାଶିଙ୍କ ଭାଗ୍ୟ ଚମକାଇବ। ଦିର୍ଘ ଦିନ ଧରି ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଯେଉଁମାନେ ସରକାରୀ ଚାକିରି କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବେ। ନୂଆ ଚାକିରି ସୁଯୋଗ ମିଳିବ। ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ପାରିବାରିକ ଜୀବନରେ ହୋଇଥିବା ମତଭେଦ ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ତୁଳା: ନବପଞ୍ଚମ ରାଜଯୋଗ ଏ-ହି ରାଶିର ଭାଗ୍ୟ ବଦଳାଇବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବିଦେଶର ଚାଲିଥିବା ବାଣିଜ୍ୟ-ବ୍ୟବସାୟ ଭଲ ଚାଲିବା ସହିତ ଲାଭ ଅଧିକ ପାଇବେ। ସେୟାର ମାର୍କେଟ୍ ରୁ ଅଧିକ ଲାଭବାନ୍ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାର ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
ସିଂହ : ମକର ସଂକ୍ରାନ୍ତିରୁ ଫିଟିବ ଏହି ରାଶିଙ୍କ ଭାଗ୍ୟ । ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ସରକାରୀ ଚାକିରି କରିଥିବା ଲୋକେ ପଦୋନ୍ନତି ପାଇବା ସହିତ ମନ ସପନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଯେଉଁମାନେ ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି । ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ସାଥୀଙ୍କ ସହ ଭଲ ସମୟ ଅତିବହିତ କରିବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़