Advertisement
Photo Details/zeeodisha/odisha1175668
photoDetails0hindi

ଆପଣ ବି ଅଧିକ ଆଳୁ ଖାଉଛନ୍ତି କି? ହୋଇଯା'ନ୍ତୁ ସାବଧାନ

ଆଳୁକୁ ପନିପରିବାରର ରାଜା କୁହାଯାଏ, କାରଣ ଆଳୁକୁ ନେଇ ବହୁ ପ୍ରକାର ବ୍ୟଞ୍ଜନ ତିଆରି ହୋଇଥାଏ। ଯେଉଁ କାରଣରୁ ଲୋକେ ଆଳୁକୁ ଅଧିକ ଖାଇଥାଆନ୍ତି। କଣ ଆପଣ ମଧ୍ୟ ଅଧିକ ଆଳୁ ଖାଉଛନ୍ତି କି? ଯଦି ହଁ, ତେବେ ଏବେଠୁ ସତର୍କ ହୋଇଯାଆନ୍ତୁ। ଆପଣଙ୍କ ଅଧିକ ଆଳୁ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ। ତେବେ ଜାଣନ୍ତୁ ଶରୀର ପାଇଁ କେତେ କ୍ଷତିକାରକ ଅଧିକ ଆଳୁ ଖାଇବା..

ମେଦବହୁଳତାର କାରଣ

1/5
ମେଦବହୁଳତାର କାରଣ

ଆଳୁରେ ଅଧିକ କାର୍ବୋହାଇଡ୍ରେଟ ଥାଏ ଯେଉଁ କାରଣରୁ ଅଧିକ ପରିମାଣରେ କ୍ୟାଲୋରୀ ବଢିଥାଏ। ଆଉ ଏହା ମେଦବହୁଳତାର କାରଣ ହୋଇଥାଏ।

ରକ୍ତଚାପକୁ ବଢାଇ ପାରେ

2/5
 ରକ୍ତଚାପକୁ ବଢାଇ ପାରେ

ଆଳୁର ଅତ୍ୟଧିକ ବ୍ୟବହାର ଆପଣଙ୍କ ରକ୍ତଚାପକୁ ବଢାଇ ପାରେ। ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଅତ୍ୟଧିକ ଆଳୁ ସେବନ ଉଚିତ୍ ନୁହେଁ।

ମଧୁମେହ ରୋଗୀଙ୍କ ସମସ୍ୟା

3/5
ମଧୁମେହ ରୋଗୀଙ୍କ ସମସ୍ୟା

ଆଳୁର ଅତ୍ୟଧିକ ବ୍ୟବହାର ମଧୁମେହ ରୋଗୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିପାରେ। ରକ୍ତରେ ସର୍କରା ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ଆଳୁଠାରୁ ଦୂରେଇ ରହିବା ହିଁ ଫଳପ୍ରଦ ହେବ।

ଆର୍ଥ୍ରାଇଟିସର ଯନ୍ତ୍ରଣା

4/5
ଆର୍ଥ୍ରାଇଟିସର ଯନ୍ତ୍ରଣା

ଆଳୁରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆର୍ଥ୍ରାଇଟିସର ଯନ୍ତ୍ରଣାକୁ ଅଧିକ କରିଥାଏ। ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ଅଧିକ ଆଳୁ ଖାଇବା ଉଚିତ୍ ନୁହେଁ।

ଆଲର୍ଜି

5/5
ଆଲର୍ଜି

ଯଦି ଆପଣ ଅଧିକ ପରିମାଣରେ ଆଳୁ ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ କାରଣ ଆଳୁ ଅଧିକ ଖାଇଲେ ଆଲର୍ଜି ହେବାର ଆଶଙ୍କା ଅଧିକ ରହିଛି।