Advertisement
Photo Details/zeeodisha/odisha1176586
photoDetails0hindi

Mother's Day 2022: ମାତୃ ଦିବସରେ କରନ୍ତୁ ଏହି ପାଞ୍ଚଟି ପ୍ଲାନ୍

'ମା' ପାଇଁ ଦିନଟିଏ ! ଛୋଟ ଶଦ୍ଦ ହେଉଛି 'ମା' ଏବଂ ସବୁଠାରୁ ମୂଲ୍ୟବାନ ଶଦ୍ଦ ବି ହେଉଛି 'ମା'। ଏହି ମତୃ ଦିବସରେ କିଛି ଏମିତି କରନ୍ତୁ ଯାହା ଆପଣଙ୍କ ମାଆ ଓଠରେ ହସ ଫୁଟାଇବ।

ସପିଂ

1/5
ସପିଂ

ସପିଂ ହେଉଛି ଏପରି କାମ ଯାହା ବୟସ ନିର୍ବିଶେଷରେ ଅଧିକାଂଶ ମହିଳା ମଧ୍ୟ ଆନନ୍ଦ ଅନୁଭବ କରନ୍ତି। ଏହି ରବିବାର ମା ସହିତ କିଛି ସମୟ ବିତାଇବା ଏବଂ ତାଙ୍କୁ ସପିଂ ନେବା ଏକ ଭଲ ପ୍ଲାନ। ଆପଣ ନିଜେ ନିଜ ପସନ୍ଦର ପୋଷାକ ପସନ୍ଦ କରି ଦିଅନ୍ତୁ। ଦେଖିବେ ଆପଣଙ୍କ ମା' ଆପଣଙ୍କ ପସନ୍ଦର କପଡ଼ା ପିନ୍ଧି ବେଶ ଖୁସି ଅନୁଭବ କରିବେ।

ଚଳଚ୍ଚିତ୍ର

2/5
ଚଳଚ୍ଚିତ୍ର

କାହା ସହିତ ସୁଖଦ ସମୟ ବିତାଇବା ପାଇଁ ଚଳଚ୍ଚିତ୍ର ହେଉଛି ସର୍ବୋତ୍ତମ ଉପାୟ। ଆପଣ ଏହି ରବିବାର ନିଜ ମା'କୁ ନେଇ ଭଲ ଫିଲ୍ମ ଯାଆନ୍ତୁ। ଖାସ କରି ପାରିପାରିକ ଚଳଚ୍ଚିତ୍ର ଦେଖନ୍ତୁ, ଆଉ ନିଜ ମା ସହ ନିଜ ସମ୍ପର୍କକୁ ନିବିଡ଼ କରନ୍ତୁ।

ଭ୍ରମଣ

3/5
 ଭ୍ରମଣ

ଗରମ ସମୟରେ ନିଜ ମାକୁ କେଉଁଠି ଆରାମଦାୟକ ଯାତ୍ରାରେ ନେଇ ପାରିବେ। ଖାସ କରି କୌଣସି ମନ୍ଦିର ଭ୍ରମଣରେ ନେଇପାରିବେ, ଯାହା ଆପଣଙ୍କ ପାଇଁ ମା' ସହ ବିତାଇଥିବା ସମୟ ଏକ ଆଦର୍ଶ ସମୟ ହୋଇପାରେ।

ଟାଟୁ

4/5
ଟାଟୁ

ମା-ଝିଅର ସମ୍ପର୍କ ମୂଲ୍ୟବାନ ହୋଇଥାଏ। ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଆପଣ ମା' ଟାଟୁ ତିଆରି କରିପାରିବେ। ପରସ୍ପର ପ୍ରତି ପ୍ରେମ ଭାବନା ପ୍ରକାଶ କରିବାରେ ଏହା ବେଶ ସହାୟକ ହୋଇଥାଏ।

ରାତ୍ରୀ ଭୋଜନ

5/5
ରାତ୍ରୀ ଭୋଜନ

ମା'ର ପ୍ରକୃତ ଇଚ୍ଛା ହେଉଛି, ସେ ନିଜ ପିଲା ସହ କିଛି ସମୟ ବିତାଇବ। ତେବେ ଡେରି ନ କରି ଏଇ ମାତୃ ଦିବସରେ ତାଙ୍କୁ ରାତ୍ରୀ ଭୋଜନ ପାଇଁ ବାହାରକୁ ନେଇଯାଆନ୍ତୁ।