Advertisement
Photo Details/zeeodisha/odisha2598233
photoDetails0hindi

ରାଜ୍ୟର କର୍ମଚାରୀଙ୍କ ପାଇଁ ଖୁସି ଖବର.. ୧୦ ଲକ୍ଷର ସ୍ଵାସ୍ଥ୍ୟ ବୀମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ !

କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏହି ଯୋଜନାକୁ ଲାଗୁ କରାଯିବ।  ପଢନ୍ତୁ ପୂରା ଖବର

1/8

ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟର କର୍ମଚାରୀଙ୍କ ପାଇଁ ଏବେ ବଡ଼ ଖୁସି ଖବର ଆସିଛି ।

2/8

ଖୁବଶୀଘ୍ର ସେମାନଙ୍କୁ ରାଜ୍ୟ କର୍ମୀ ସ୍ଵାସ୍ଥ୍ୟ ବୀମା ଯୋଜନା ଅଧିନରେ ୫ ଲକ୍ଷ ଯାଏଁ ପ୍ରତିବର୍ଷ ସ୍ଵାସ୍ଥ୍ୟ ବୀମା ମିଳିବ ।

3/8

ସେହିପରି ଗୁରୁତର ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବୀମା ମିଳିବ। 

4/8

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଯୋଜନାକୁ ଲାଗୁ କରାଯିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।

5/8

ରାଜ୍ୟ କର୍ମୀ ସ୍ଵାସ୍ଥ୍ୟ ବୀମା ଯୋଜନା ପ୍ରସ୍ତାବକୁ ନେଇ ଖୁବଶୀଘ୍ର କ୍ୟାବିନେଟରୁ ମଞ୍ଜୁରୀ ନିଆଯିବା ପରେ ଏହାକୁ ଲାଗୁ କରାଯିବ । 

6/8

ଏହି ସ୍ଵାସ୍ଥ୍ୟ ଯୋଜନାର ଲାଭ ଝାଡ଼ଖଣ୍ଡ ରାଜ୍ୟ ବିଧାନସଭାର ବର୍ତ୍ତମାନର ସଦସ୍ୟ ରାଜ୍ୟର ସମସ୍ତ ସେବାରେ କାର୍ଯ୍ୟରତ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟ, ସେମାନଙ୍କ ପତି ବା ପତ୍ନୀ, ପୁଅ, ବୈଧ ପାଳିତ ପୁତ୍ର (୨୫ ବର୍ଷ ବୟସ ପର୍ଯ୍ୟନ୍ତ ବେରୋଜଗାରଙ୍କୁ), ଝିଅ (ଅବିବାହିତା, ବିଧବା), ନାବାଳକ ଭାଇ ଏବଂ ଅବିବାହିତ ଭଉଣୀ ଏବଂ ନିର୍ଭରଶୀଳ ପିତାମାତା ସାମିଲ୍ ହେବେ । 

7/8

ସମସ୍ତଙ୍କୁ ବାର୍ଷିକ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏହା ବ୍ୟତୀତ, ଏହି ଯୋଜନା ଅଧୀନରେ ରାଜ୍ୟ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦିବ୍ୟଙ୍ଗ ଆଶ୍ରିତଙ୍କୁ ଆଜୀବନ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ।

8/8

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ମିଳିଥିବା ସାଧାରଣ ତଥ୍ୟକୁ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।