Toothpaste: ଜାଣନ୍ତୁ, କେଉଁ 'ଟୁଥପେଷ୍ଟ' ଆପଣଙ୍କ ଦାନ୍ତ ପାଇଁ ଭଲ ?
Advertisement
Article Detail0/zeeodisha/odisha1565739

Toothpaste: ଜାଣନ୍ତୁ, କେଉଁ 'ଟୁଥପେଷ୍ଟ' ଆପଣଙ୍କ ଦାନ୍ତ ପାଇଁ ଭଲ ?

Flouride Toothpaste: ଦାନ୍ତକୁ ସଫା କରିବା ପାଇଁ ସାଧାରଣତଃ ସମସ୍ତ 'ଟୁଥପେଷ୍ଟ'ବ୍ୟବହାର କରନ୍ତି । ବଜାରରେ ବିଭିନ୍ନ ପ୍ରକାରର 'ଟୁଥପେଷ୍ଟ' ବିକ୍ରି ହେଉଛି। କିନ୍ତୁ କିଛି ଲୋକେ କିଛି ନ ବୁଝି ଯେ କୌଣସି କମ୍ପାନୀର ଟୁଥପେଷ୍ଟ କିଣି ଆଣନ୍ତି । ଆଉ ସେଥିରେ ଦାନ୍ତ ସଫା କରନ୍ତି। ଯେଉଁଥି ପାଇଁ ସେମାନେ ବିଭିନ୍ନ ପ୍ରକାର ରୋଗର ଶୀକାର ହୁଅନ୍ତି। ଖାସ କରି ଦାନ୍ତ ସଂକ୍ରମଣ ହେବା ଠାରୁ ଆରମ୍ଭ କରି ଦାନ୍ତ ନଷ୍ଟ ହେବା ପର୍ଯ୍ୟନ୍ତ । କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ ରୋଗର କାରଣ । ଟୁଥପେଷ୍ଟ (Toothpaste) କିଣିବାବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୌଜନ୍ୟ- ସୋସିଆଲ ମିଡିଆ

Flouride Toothpaste: ଦାନ୍ତକୁ ସଫା କରିବା ପାଇଁ ସାଧାରଣତଃ ସମସ୍ତ 'ଟୁଥପେଷ୍ଟ'ବ୍ୟବହାର କରନ୍ତି । ବଜାରରେ ବିଭିନ୍ନ ପ୍ରକାରର 'ଟୁଥପେଷ୍ଟ' ବିକ୍ରି ହେଉଛି। କିନ୍ତୁ କିଛି ଲୋକେ କିଛି ନ ବୁଝି ଯେ କୌଣସି କମ୍ପାନୀର ଟୁଥପେଷ୍ଟ କିଣି ଆଣନ୍ତି । ଆଉ ସେଥିରେ ଦାନ୍ତ ସଫା କରନ୍ତି। ଯେଉଁଥି ପାଇଁ ସେମାନେ ବିଭିନ୍ନ ପ୍ରକାର ରୋଗର ଶୀକାର ହୁଅନ୍ତି। ଖାସ କରି ଦାନ୍ତ ସଂକ୍ରମଣ ହେବା ଠାରୁ ଆରମ୍ଭ କରି ଦାନ୍ତ ନଷ୍ଟ ହେବା ପର୍ଯ୍ୟନ୍ତ । କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ ରୋଗର କାରଣ । ଟୁଥପେଷ୍ଟ (Toothpaste) କିଣିବାବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଟୁଥପେଷ୍ଟ ପାଇଁ ଏହା କେଉଁ ବ୍ରାଣ୍ଡ କିମ୍ବା ଏହାର ସ୍ୱାଦ କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆପଣ କିଣୁଥିବା ଟୁଥପେଷ୍ଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଫ୍ଲୋରାଇଡ୍ କି ନୁହେଁ,ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଟୁଥପେଷ୍ଟ କିଣିବା ବେଳେ ଏହାକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । 

ଫ୍ଲୋରାଇଡ୍ ଟୁଥପେଷ୍ଟ କିଣିବା ଉଚିତ୍ : ଦାନ୍ତ ସଫା କରିବା ପାଇଁ ସର୍ବଦା ଫ୍ଲୋରାଇଡ୍ ଟୁଥପେଷ୍ଟ (Fluoride Toothpaste) ବ୍ୟବହାର କରାଯିବା ଉଚିତ୍ । ତେଣୁ,ଟୁଥପେଷ୍ଟ କିଣିବାବେଳେ ଏଥିରେ ଫ୍ଲୋରାଇଡ୍ ଅଛି କି ନାହିଁ ତାହା ଜାଣିବ ନିହାତି ଆବଶ୍ୟକ ଅଟେ। କେବଳ ବୟସ୍କମାନଙ୍କ ପାଇଁ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା ଉଚିତ୍ । ସେହିପରି  ଛୋଟ ଛୋଟ ପିଲାମାନେ ମଧ୍ୟ କମ୍ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟରେ ଦାନ୍ତ ସଫା କରିବା ଉଚିତ । କାରଣ ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କର ଦାନ୍ତ ଅଧିକ ସୂକ୍ଷ୍ମ ଅଟେ । ବୟସ୍କମାନଙ୍କ ପାଇଁ, ଅଧିକ ପରିମାଣର ଫ୍ଲୋରାଇଡ୍ ଧାରଣ କରିଥିବା ଟୁଥପେଷ୍ଟ ଭଲ ଅଟେ।

Also Read : Hair Loss Remedy: କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏସବୁ ଘରୋଇ ଉପଚାର, ସପ୍ତାହକରେ ପାଇବେ ରେଜଲ୍ଟ

Also Read : Quick White Hair Remedy: ଗୋଟିଏ ଦିନରେ ଧଳା କେଶ ହେବ ସବୁଦିନ ପାଇଁ କଳା, ଘରେ ପ୍ରସ୍ତୁତ କରନ୍ତୁ ଏହି ପ୍ରାକୃତିକ ତେଲ

କେତେ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର ସର୍ବୋତ୍ତମ? : ଟୁଥପେଷ୍ଟ ଯେଉଁଥିରେ ୧,୩୫୦ ରୁ ୧୫୦୦ ପିପିଏମ୍ ଫ୍ଲୋରାଇଡ୍ (ppm fluoride) ଥାଏ । ତାହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯଦିଓ,ଆପଣଙ୍କର ଦାନ୍ତ ଜନିତ କୌଣସି ସମସ୍ୟାରେ ପୀଡିତ ତେବେ ଆପଣ  ଅଧିକ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବାଛିବା ଉଚିତ୍ । ଏଥି ସହିତ, ପିଲାମାନଙ୍କୁ  ୧୦୦୦ ପିପିଏମ୍ ଯୁକ୍ତ ଫ୍ଲୋରାଇଡ୍ ଟୁଥପେଷ୍ଟରେ ଦାନ୍ତ ସଫା କରିବା ପାଇଁ ଦିଆଯିବା ଉଚିତ୍ । କାରଣ ପିଲାମାନଙ୍କର ଦାନ୍ତ ଅତି ସୂକ୍ଷ୍ମ ଅଟେ । ଏପରି ପରିସ୍ଥିତିରେ ଅତ୍ୟଧିକ ଫ୍ଲୋରାଇଡ୍ ସେମାନଙ୍କର ଦାନ୍ତକୁ ନଷ୍ଟ କରିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)