ବୟାନ ବଦଳାଇଲେ ପୁରୀ ଅବକାରୀ ବିଭାଗର ଇନିସପେକ୍ଟର ସଂଜୟ; କହିଲେ- ମୁଁ ମାନସିକ ରୋଗୀ
Advertisement
Article Detail0/zeeodisha/odisha1211117

ବୟାନ ବଦଳାଇଲେ ପୁରୀ ଅବକାରୀ ବିଭାଗର ଇନିସପେକ୍ଟର ସଂଜୟ; କହିଲେ- ମୁଁ ମାନସିକ ରୋଗୀ

Puri Excise Inspector: କୋରୋନା ସମୟରେ ସଂଜୟ ପଣ୍ଡା ମାନସିକ ଗ୍ରସ୍ତ ଥିବା ଓ କଟକ ଡାକ୍ତର ନୀଳମାଧବ ପଣ୍ଡାଙ୍କ ଠାରୁ ମେଡ଼ିସିନ ଖାଉଥିବା କହିଛନ୍ତି l ଏହା ସହ ଗତ ଏକ ମାସ ଧରି ମେଡିସନ ଖାଇ ନଥିବା କାରଣରୁ ଗତକାଲି ଏପରି ବୟାନ ଦେଇଥିବା କହିଛନ୍ତି l 

ସାଙ୍କେତିକ ଫଟୋ

ପୁରୀ: ଗତକାଲି ଅର୍ଥାତ ସୋମବାର ଦିନ ପୁରୀ ପୋଲିସକୁ ନେଇ ଅଭଯୋଗ ଆଣିଥିବା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଇନିସପେକ୍ଟର ସଂଜୟ ପଣ୍ଡାଙ୍କୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସୁଛି । ଖବର ଅନୁସାରେ ଅବକାରୀ କମିଶନରଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଆସିଥିବା ପୁରୀ ଅବକାରୀ ମୋବାଇଲ ପେଟ୍ରୋଲିଙ୍ଗ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ୬ ଦିନ ପାଇଁ ଛୁଟି ମାଗିଛନ୍ତି l ଏନେଇ ଏକ ଚିଠି ମଧ୍ୟରେ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି  l

ବର୍ତ୍ତମାନ ମୋବାଇଲ ସ୍କ୍ୱାର୍ଡ ଇନିସପେକ୍ଟର ସଂଜୟ ପଣ୍ଡାଙ୍କ ଆଉ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ସେ ନିଜକୁ କହୁଥିବାର ମାନସିକ ଅବସାଦ ଗ୍ରସ୍ତ ବୋଲି କହୁଥିବା ଦେଖିବାକୁ ମିଳୁଛି l କୋରୋନା ସମୟରେ ସେ ମାନସିକ ଗ୍ରସ୍ତ ଥିବା ଓ କଟକ ଡାକ୍ତର ନୀଳମାଧବ ପଣ୍ଡାଙ୍କ ଠାରୁ ମେଡ଼ିସିନ ଖାଉଥିବା କହିଛନ୍ତି l ଏହା ସହ ଗତ ଏକ ମାସ ଧରି ମେଡିସନ ଖାଇ ନଥିବା କାରଣରୁ ଗତକାଲି ଏପରି ବୟାନ ଦେଇଥିବା କହିଛନ୍ତି l ସେ ନିଜ ଭିଡିଓରେ ପୋଲିସ ଓ ସୁପ ସୁପରିଟେଣ୍ଡେଣ୍ଟକୁ ବହୁତ ସମ୍ମାନ ଦିଅନ୍ତି ବୋଲି ମଧ୍ୟ କହିଛନ୍ତି  l ସେ କାଲି ଯାହା କହିଛନ୍ତି ତାହା ଭୁଲରେ ତାଙ୍କ ପାଟିରୁ ବାହାରି ଯାଇଛି  l

ଦେଖନ୍ତୁ ଭିଡିଓ:  

ସୋମବାର ଦିନ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ପୋଲ୍ ସଞ୍ଜୟ ପଣ୍ଡା ଖୋଲିଥିଲେ । ପୋଲିସ ମାସିକିଆ ବଟି ନେଇ ନିଶାକାରବାରକୁ ପ୍ରୋତ୍ସାହନ ଦେଉଥିବା ସଞ୍ଜୟ ନିଜ ବୟାନରେ କହିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଆଖିରେ ଆଙ୍ଗୁଳି ଗେଞ୍ଜି ପୁଲିସ ଆଢୁଆଳରେ ପୁରୀରେ ନିଷା ବେପାର ଚାଲିଛି । ପୁରୀ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଇନିସପେକ୍ଟର ସଂଜୟ ପଣ୍ଡାଙ୍କ କମିଶନରଙ୍କୁ ଏକ ଚିଠି ପଠାଇବା ପରେ ଦୁଇ ବିଭାଗ ମଧ୍ୟରେ ଶିତଳ ଯୁଦ୍ଧ ଆରମ୍ଭ ହୋଇଥିଲା । 

ପୁଲିସ ବିରୁଦ୍ଧରେ ଅଭିଯୋଗ କରି ସଂଜୟ ନିଜକୁ ସଠିକ ବୋଲି କହୁଥିବା ବେଳେ, ସେପଟେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ କିନ୍ତୁ ଓଲଟା ସଂଜୟଙ୍କୁ ଦୋଷାରୋପ କରିଥିଲେ । ଏହି ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଥିବା ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି । ଏହା ସହ ଘଟଣାର ଅନୁଧ୍ୟାନ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ସଂଜୟ ନିଜ ଚିଠିରେ ପୁରୀ ପୁଲିସ ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ବୋଲି କହିଥିଲେ । ଏହାଦ୍ବାରା ଅବକାରୀ ବିଭାଗ ଜିଲ୍ଲାରେ ନିଜର ସ୍ଥିତି ହରାଇବାକୁ ବସିଛି । ନିଶା କାରବାର କରୁଥିବା ଦୁର୍ବୁର୍ତ୍ତ ମାନେ ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଏଭଳି ଚାଞ୍ଚଲ୍ଯକର ଚିଠି ଅବକାରୀ କମିଶନରଙ୍କୁ ଲେଖିଛନ୍ତି ବୋଲି ପୁରୀ ଜିଲ୍ଲା ଅବକାରୀ ଇନିସପେକ୍ଟର ସଂଜୟ ପଣ୍ଡା ମଧ୍ୟ କହିଥିଲେ ।

ଇନିସପେକ୍ଟରଙ୍କ ଏହି ଚାଞ୍ଚଲ୍ଯକର ଚିଠି ଉପରେ ମଧ୍ୟ ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁସାରେ ସଂଜୟ ପଣ୍ଡାଙ୍କ ମାନସିକ ସ୍ଥିତି ଠିକ ନଥିବା ତାଙ୍କ ପରିବାର ଜଣାଇଛନ୍ତି । ଆଉ ଏହି ଘଟଣାକୁ ନେଇ ଅବକାରୀ କମିଶନରଙ୍କୁ ଅବଗତ କରିଥିବା ସେ କହିଛନ୍ତି । ସେପଟେ ଘଟଣାକୁ ବିଭାଗ ଗୁରୁତର ସହ ନେଇଛି । ମୁଖ୍ୟମନ୍ତ୍ରୀଙ୍କ 5T ବ୍ଯବସ୍ଥାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି । ଆଉ ଦୁର୍ନିତିକୁ ବରଦାସ୍ତ କରାଯିବ ନାହିଁ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଚିଠି ପହଞ୍ଚିଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ।

ଏହା ବି ପଢ଼ନ୍ତୁ: ମସାଜ ସମୟରେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ, ସ୍ୱାମୀଙ୍କ ସହ ଦେଖିବାକୁ ଆସିଥିଲେ ଗୋଆ ବେଳାଭୂମି