Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...
Advertisement
Article Detail0/zeeodisha/odisha1483535

Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...

Vidya Balan: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍ । 'ପରିନୀତା' (Parineeta )ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବଲିଉଡକୁ ଦେଇ ଆସୁଛନ୍ତି ଅନେକ ହିଟ୍ ଫିଲ୍ମ। ତାଙ୍କ ଅଭିନୟର ଯାଦୁରେ ଆଜିବି ମତୁଆଲା ଅନେକ । ନିକଟରେ ସେ ନିଜ ପତି ତଥା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କାପୁରଙ୍କ ସହ ମୁଭି ମେକର ଗୁନିଟ୍ ମୋଙ୍ଗାଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ।

Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...

Vidya Balan: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍ । 'ପରିନୀତା' (Parineeta )ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବଲିଉଡକୁ ଦେଇ ଆସୁଛନ୍ତି ଅନେକ ହିଟ୍ ଫିଲ୍ମ। ତାଙ୍କ ଅଭିନୟର ଯାଦୁରେ ଆଜିବି ମତୁଆଲା ଅନେକ ।  ନିକଟରେ ସେ ନିଜ ପତି ତଥା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କାପୁରଙ୍କ ସହ ମୁଭି ମେକର ଗୁନିଟ୍ ମୋଙ୍ଗାଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ବିଦ୍ୟା ଏ ପାର୍ଟିରେ ଏଣ୍ଟ୍ରି କରୁଥିବା ସମୟରେ ତାଙ୍କ ସହ ଏପରି ଏକ ଘଟଣା ଘଟିଲା । ଯାହା ଜାଣିଲେ ଆପଣବି ଚମକି ପଡିବେ ।  

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ବିଦ୍ୟା ନିଜ ପତି ସିଦ୍ଧାର୍ଥ ରୟ କାପୁରଙ୍କ ସହ ମୁଭି ମେକର ଗୁନିଟ୍ ମୋଙ୍ଗାଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ଏହି ସମୟରେ ପାର୍ଟିରେ ଏଣ୍ଟ୍ରି କରୁଥିବା ସମୟରେ ତାଙ୍କ ସହ ଏପରି କିଛି ଘଟିଥିଲା। ଯେତେବେଳେ ସେ ତାଙ୍କ ପତିଙ୍କ ସହ କ୍ୟାମେରା ଆଗରେ ପୋଜ ଦେବାକୁ ପ୍ରସ୍ତୁତ ହେଉଥିଲେ। ଏହି ସୟରେ କୌଣସି ଜଣେ ବ୍ୟକ୍ତି ବିଦ୍ୟାଙ୍କ ଶାଢୀ କାନିଟିକୁ ଅତି ଜୋରରେ ଟାଣି ଦେଇଥିଲେ। ଏଥିରେ ବିଚଳିତ ହୋଇ ପଡିଥିଲେ ଅଭିନେତ୍ରୀ । ପରେ କ୍ୟାମେରା ଆଗରୁ ମୁହଁ ଫେରାଇ ନିଜ ଶାଢୀକୁ ଫୁଣି ଥରେ ଠିକ୍ କରିବାକୁ ଲାଗିଥିଲେ । ତେବେ, ବିଦ୍ୟା ଶାଢି ସଜାଡିଥିବା ବେଳେ କରିଥିବା ସମସ୍ତ ହରକତ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ବିଦ୍ୟା ଏହି ପାର୍ଟିରେ ଏକ ବ୍ଲାକ୍ ଓ ରେଡ୍ କର୍ଲର ପ୍ରିଣ୍ଟେଡ ଶାଢୀ ପିନ୍ଧିଥିବାର ନିଜର ଆସିଥିଲେ । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦିଶୁଥିଲେ। 

 

ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ୧୯୭୯ ଜାନୁୟାରୀ ୧ ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇରେ ପାଠପଢ଼ା ସରିବା ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଟିଭି ସିରିଏଲ୍‌ ହମ୍‌ ପାଞ୍ଚ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। 'କାହାଣୀ', 'ଡାର୍ଟି ପିକଚର', 'ଇଶିକିୟାଁ', 'ପା' ଆଦି ଫିଲ୍ମରେ ବିଦ୍ୟା ବାଲାନ୍‌ ନିଜର ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଡାର୍ଟି ପିକଚରର ନିଖୁଣ ଅଭିନୟ ତାଙ୍କ ପାଇଁ ଖ୍ୟାତି ଆଣି ଦେଇଥିଲା। ଏଥିରେ ସେ ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସିଲକ୍‌ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ 'ପରିନୀତା' ଥିଲା। ଏହି ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ୪୦ ଥର ସ୍କ୍ରିନ୍‌ ଟେଷ୍ଟ୍‌ ଏବଂ ୧୭ ଥର ମେକ୍‌ ଅପ୍‌ ଶୁଟ୍‌ ଦେବାକୁ ପଡ଼ିଥିଲା।

ଏହାବି ପଢନ୍ତୁ : Malaika And Arbaaz: ବହୁତ ସୁନ୍ଦର ମଲାଇକା ଓ ଅରବାଜଙ୍କ ଲଭଷ୍ଟୋରୀ, ବିବାହ ବିଚ୍ଛେଦ ପରେ ବି ତୁଟିନି ସମ୍ପର୍କର ଡୋରୀ