Urvashi Rautela: ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!
Advertisement
Article Detail0/zeeodisha/odisha1412920

Urvashi Rautela: ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!

Urvashi Rautela: ବିଗତ କିଛି ସମୟ ଧରି ଅଭିନେତ୍ରୀ ଉର୍ବଶୀ ରୌତେଲାଓ କ୍ରିକେଟର ଋଷଭ ପନ୍ତଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଚର୍ଚ୍ଚାର ବିଷୟ ବସ୍ତୁ ରହିଆସୁଛି । ଉର୍ବଶୀ ରୌତେଲା ମେଲବର୍ଣ୍ଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଟି-20 ବିଶ୍ୱକପର ମ୍ୟାଚକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ହଠାତ୍ ସୋସିଆଲ ମିଡିଆରେ ସେ ମୁଭ୍ ଅନ୍ କରିବା କଥା ପୋଷ୍ଟ କରିଛନ୍ତି ।

Urvashi Rautela: ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!

Urvashi Rautela: ଉର୍ବଶୀ ରୌତେଲା କିଛି ସମୟ ଧରି ପ୍ରାୟତଃ ଭାରତୀୟ ଦଳ (Team India) ର ମ୍ୟାଚ ଦେଖିବାକୁ ଷ୍ଟାଡିୟମକୁ ଯାଉଛନ୍ତି । ନିକଟ ଅତୀତରେ ସୋସିଆଲ ମିଡିଆରେ ଉର୍ବଶୀ ରୌତେଲା (Urvashi Rautela) ଓ ଋଷଭ ପନ୍ତ (Rishabh Pant) ଙ୍କ ମଧ୍ୟରେ ସିଧାସଳଖ ପରିବର୍ତ୍ତେ ପରୋକ୍ଷ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା । କିନ୍ତୁ କିଛି ଦିନ ପରେ ଅଭିନେତ୍ରୀ ଉର୍ବଶୀ ରୌତେଲା କାହାର ନାମ ନ ନେଇ କ୍ଷମା ମାଗିଥିଲେ । ସେବେଠାରୁ ହଠାତ୍ କ୍ରିକେଟ୍ ପ୍ରତି ତାଙ୍କର ପ୍ରେମ ବଢିଚାଲିଛି । ସେ ଏସିଆ କପ୍ ୨୦୨୨ (Asia Cup 2022) ରେ ଅନେକ ଥର ଭାରତୀୟ ଦଳର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ନଜରକୁ ଆସିଛନ୍ତି । ଉର୍ବଶୀ ରୌତେଲା ମେଲବର୍ଣ୍ଣରେ ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ହୋଇଥିବା ଟି-20 ବିଶ୍ୱକପ (T20 World Cup 2022) ର ମ୍ୟାଚକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ହଠାତ୍ ସୋସିଆଲ ମିଡିଆରେ ସେ ମୁଭ୍ ଅନ୍ କରିବା କଥା ପୋଷ୍ଟ କରିଛନ୍ତି ।

ବଲିଉଡ ଅଭିନେତ୍ରୀ ସୋମବାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଏହା ଉପରେ କ୍ୟାପସନରେ ଲେଖିଛନ୍ତି ଯେ, ଏଠାରୁ ଚାଲିଯିବାକୁ ମୋର ହୃଦୟ ଭାଙ୍ଗୁଛି । ଆଗକୁ ସେ ଏହା ମଧ୍ୟ ଲେଖିଛନ୍ତି ଯେ, ବର୍ତ୍ତମାନ ଆଗକୁ ବଢ଼ିବାର ସମୟ ଆସିଛି । ଆଜିକାଲି ସୋସିଆଲ ମିଡିଆରେ ଉର୍ବଶୀ ବହୁତ ସକ୍ରିୟ ଅଛନ୍ତି । ପ୍ରାୟତଃ ତାଙ୍କ କୌଣସି ପୋଷ୍ଟ ବା କମେଣ୍ଟର ଲିଙ୍କ୍ ଋଷଭ ପନ୍ତଙ୍କ ସହ ଯୋଡ଼ି ହୋଇଯାଏ । କିଛି ଦିନ ପୂର୍ବେ ପନ୍ତଙ୍କ ଜନ୍ମଦିନରେ ଉର୍ବଶୀ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଫ୍ଲାଇଙ୍ଗ କିସ୍ ଦେଉଥିବାର ନଜର ଆସିଥିଲେ । ଉର୍ବଶୀ ରୌତେଲା ଋଷଭ ପନ୍ତଙ୍କ ନାମ ନ ଲେଖି ହ୍ୟାପି ବର୍ଥଡେ ମଧ୍ୟ ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ବିଗତ ଦିନରେ ମଧ୍ୟ ଉର୍ବଶୀ ରୌତେଲା କିଛି ପୋଷ୍ଟ କରିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟି ଥିଲା । ଆଜ୍ଞା ହଁ, ରବିବାର ଉର୍ବଶୀ ରୌତେଲା ୨ଟି ପୋଷ୍ଟରେ ଫ୍ଲାଇଟରେ ନଜର ଆସିଛନ୍ତି, ୨ଟି ପୋଷ୍ଟରେ ଶାୟାରୀ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ଉର୍ବଶୀ ରୌତେଲା ମଧ୍ୟ ୨ଟି ଭିଡିଓ ସେୟାର କରିଛନ୍ତି । ଏସବୁ ପୋଷ୍ଟ ମାଧ୍ୟମରେ ଉର୍ବଶୀ ରୌତେଲା ଅଷ୍ଟ୍ରେଲିଆ ଯାଉଛନ୍ତି ବୋଲି ଖୁଲାସା କରିଥିଲେ । ଏହା ପରେ ଲୋକମାନେ କହିଥିଲେ ଯେ, ସେ ଋଷଭ ପନ୍ତଙ୍କ ପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି । 

ଏହା ବି ପଢ଼ନ୍ତୁ:-'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ବର୍ଷିବ ଶନି ଦେବଙ୍କ କୃପା, ବର୍ତ୍ତମାନ ଏସବୁ ରାଶିର ଲୋକଙ୍କ ଖୋଲିବ ଭାଗ୍ୟ; ପୂରଣ ହେବ ମନସ୍କାମନା

ଅଧିକ ପଢ଼ନ୍ତୁ:-ଯଦି ଲକ୍ଷ୍ମୀ-ଗଣେଶଙ୍କ ଯୋଗୁଁ କିଛି ଅସୁବିଧା ହେଉଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ, ବିଜେପିକୁ କହିଲେ ଆପ୍ ବିଧାୟକ

ନିକଟ ଅତୀତରେ ସୋସିଆଲ ମିଡିଆରେ ଉର୍ବଶୀ ରୌତେଲା ଓ ଋଷଭ ପନ୍ତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ଯଦିଓ ଉଭୟ ଏହି ସମୟ ମଧ୍ୟରେ କାହାର ନାମ ନେଇ ନଥିଲେ । କିନ୍ତୁ ସେମାନେ ଏପରି ପୋଷ୍ଟଗୁଡିକ କରିଥିଲେ, ଯାହାକୁ ଦେଖି ଲୋକମାନେ ଅନୁମାନ କଲେ ଯେ ସେମାନେ ନିଜ ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି ଓ ସେମାନଙ୍କ ମଧ୍ୟରେ ସବୁ ଠିକ୍ ନୁହେଁ । କଥିତ ଭାବେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା କିଛି ବର୍ଷ ପୂର୍ବେ ଡେଟିଂ କରୁଥିଲେ । ଅନେକ ଥର ସେମାନଙ୍କୁ ନିଜ କ୍ୟାମେରାରେ 'ପାପାରାତ୍ସୀ' କଏଦ କରିଥିଲା । ନିଜର କଥିତ ସମ୍ୱନ୍ଧକୁ ନେଇ ଇଣ୍ଟରନେଟରେ ଚାଲୁଥିବା କାହାଣୀ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରି ଉର୍ବଶୀ ଖୁଲାସା କରିଥିଲେ ଯେ, ସେ ମୁମ୍ବାଇରେ ମିଷ୍ଟର 'ଆରପି'ଙ୍କ ସହ ସାକ୍ଷାତ କରିଥିଲେ । ଯଦିଓ ଉର୍ବଶୀ ସେହି ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି, ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରିଛନ୍ତି ଯେ ସେ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କ ବିଷୟରେ କହୁଛନ୍ତି ।