Film News: ଏହି କମ ବଜେଟର ସିନେମା ବକ୍ସ ଅଫିସରେ କରିଛି ରେକର୍ଡ
Advertisement
Article Detail0/zeeodisha/odisha1821922

Film News: ଏହି କମ ବଜେଟର ସିନେମା ବକ୍ସ ଅଫିସରେ କରିଛି ରେକର୍ଡ

Film News: ଏପରି କିଛି କାହାଣୀ ସ୍ୱଳ୍ପ ବଜେଟରେ ପ୍ରସ୍ତୁତ ହୁଏ ଯାହା ବକ୍ସ ଅଫିସରେ ନୂଆ ରେକର୍ଡ କରିଥାଏ । ଆଜି ଆପଣଙ୍କୁ ଏପରି କିଛି ସିନେମା ବିଷୟରେ କହିବୁ ଯାହା କମ ବଜେଟରେ ତିଆରି ହୋଇ ବହୁତ ଭଲ ରୋଜଗାର କରିବାରେ ସକ୍ଷମ ହୋଇଛି ।

Film News: ଏହି କମ ବଜେଟର ସିନେମା ବକ୍ସ ଅଫିସରେ କରିଛି ରେକର୍ଡ

Film News: ବିଗତ କିଛି ବର୍ଷ ମଧ୍ୟରେ ଦେଶ ତଥା ସମଗ୍ର ବିଶ୍ୱରେ ଏପରି ଅନେକ ସ୍ୱଳ୍ପ ବଜେଟ୍ ଚଳଚ୍ଚିତ୍ର (Low budget film) ନିର୍ମାଣ କରାଯାଇଛି ଯାହା ଆୟ ହିସାବରେ ବକ୍ସ ଅଫିସରେ ଖୁବ୍ ଭଲ ପ୍ରଦର୍ଶନ କରିଛି । ଏପରି ମଧ୍ୟ ପରିସ୍ଥିତି ହୋଇଛି କିଛି ସିନେମା ଖର୍ଚ୍ଚ ଦେଇପାରୁନଥିବା ସମୟରେ ଅନେକ ଛୋଟ ବଜେଟ୍ ଚଳଚ୍ଚିତ୍ର ଉଭୟ ଭାରତ ଏବଂ ଦେଶ ବାହାରେ ବ୍ଲକବଷ୍ଟର (Blockbuster) ହୋଇଛି । କମ ବଜେଟର ସିନେମା ବଡ଼ ବଜେଟ୍ ସିନେମା ସହିତ ଅନେକ ସମୟରେ ପ୍ରତିଦ୍ୱନ୍ଦିତା କରିବା ସହ ଖର୍ଚ୍ଚଠାରୁ ବହୁ ଗୁଣ ଅଧିକ ଲାଭ (Profit) ଦେଇଛି । ଏମିତି କିଛି ସିନେମା ଲିଷ୍ଟରେ ରହିଛି 'କେରଳ କାହାଣୀ', (the kerala story) 'କାଶ୍ମୀର ଫାଇଲ' ଏବଂ 'ଗ୍ୟାଙ୍ଗ ଅଫ୍ ୱାସିପୁର' । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ୨୦୦୭ ମସିହାରେ ରିଲିଜ ହୋଇଥିବା ଏକ ହଲିଉଡ ଫିଲ୍ମ ସିନେମାରେ ଖର୍ଚ୍ଚ ହୋଇଥିବା ବଜେଟରୁ ଆଶ୍ଚର୍ଯ୍ୟଜନକ ଲାଭ ଉପାର୍ଜନ କରିଥିଲା ​​। ଉକ୍ତ ଚଳଚ୍ଚିତ୍ରଟି ଖର୍ଚ୍ଚ ହୋଇଥିବା ବଜେଟ୍ ଠାରୁ ଶହେ ଗୁଣ ଅଧିକ ବଜେଟ ହାସଲ କରିବାରେ ସକ୍ଷମ ହୋଇଛି ।

ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା କମ ବଜେଟ ହଲିଉଡ ଫିଲ୍ମର ନାମ ଥିଲା 'ପାରାନର୍ମାଲ ଆକ୍ଟିଭିଟି' । ଯାହାର ଉଭୟ ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱରେ ଥିଲେ ଓରେନ୍ ପେଲି । କେବଳ ସେତିକି ନୁହେଁ ସେ ନିଜେ ହିଁ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ । ଡିଏନ୍ଏ ରିପୋର୍ଟ ମୁତାବକ ହ୍ୟାଣ୍ଡହେଲ୍ଡ କ୍ୟାମେରା ଏବଂ ସିସିଟିଭି କ୍ୟାମେରା (CCTV Camera)ରେ ସମ୍ପୂର୍ଣ୍ଣ ସିନେମାଟିର ସୁଟିଂ କରାଯାଇଥିଲା । ଏହି ଚଳଚିତ୍ର ନିର୍ମାଣ କରିବାରେ ଖର୍ଚ୍ଚ ହୋଇଥିଲା ସମୁଦାୟ ୧୫ଶହ ଡଲାର ଅର୍ଥାତ ମାତ୍ର ୬ଲକ୍ଷ ଭାରତୀୟ ଟଙ୍କା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସିନେମାର ଟିମକୁ ମାଲାମାଲ କରିଥିବା ସିନେମାଟି । କାରଣ ସିନେମା ରିଲିଜ ପରେ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଥିଲେ । ସିନେମା ବକ୍ସ ଅଫିସରେ ସୁପର ଡୁପର ହିଟ୍ ହେବାରେ ସକ୍ଷମ ହୋଇଥିଲା । ୧୫ ଶହ ଡଲାରରେ ପ୍ରସ୍ତୁତ ସିନେମାଟି ୧୯୩ ମିଲିୟନ ଡଲାର ଅର୍ଥାତ ୮ଶହ କୋଟି ଟଙ୍କା ସଂଗ୍ରହ କରିଥିଲା । ସିନେମା ନିର୍ମାଣରେ ଖର୍ଚ୍ଚ ହୋଇଥିବା ବଜେଟ ଓ ଆୟର ପରିମାଣରେ ଏତେ ବଡ଼ ପାର୍ଥକ୍ୟ ଆଗରୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳିନଥିଲା । ଏହି ସିନେମା ରିଲିଜ୍ ପରେ ନିଜର ଅର୍ଥ ଉପାର୍ଜନ ପାଇଁ ଇତିହାସ ସୃଷ୍ଟି କରିଥିଲା । ସିନେମାର ସଫଳତା ଦେଖିବା ପରେ ନିର୍ମାତାମାନେ ଏହାର ଗୋଟିଏ ପରେ ଆଉଗୋଟିଏ ସିକ୍ୱେଲ୍ (sequel) ତିଆରି କରିଥିଲେ ।

ନିର୍ମାତା ସିନେମା 'ଓରେନ୍ ପେଲି'ର ସମୁଦାୟ ୬ ଟି ସିକ୍ୱେଲ୍ ଏବଂ 'ପାରାନର୍ମାଲ ଆକ୍ଟିଭିଟିସ' (paranormal activity)ର ସ୍ପିନୋଫ୍ ତିଆରି କରିବାକୁ ଯୋଜନା କରି ଏହାକୁ ସମ୍ପୂର୍ଣ୍ଣ କରିଥିଲେ । 'ପାରାନର୍ମାଲ ଆକ୍ଟିଭିଟିସ' ଫ୍ରାଞ୍ଚାଇଜ୍ ର ୭ ଟି ଚଳଚ୍ଚିତ୍ର ସମଗ୍ର ବିଶ୍ୱରେ ମୋଟ ୮୯୦ ମିଲିୟନ୍ ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ୭୩୨୦  କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ଖର୍ଚ୍ଚ ହୋଇଥିବା ସମୁଦାୟ ବଜେଟ ଥିଲା ମାତ୍ର ୨୮ ମିଲିୟନ୍ ଡଲାର୍ ଅର୍ଥାତ୍ ୨୩୦ କୋଟି ଟଙ୍କା ଥିଲା । ୨୦୦୭ ମସିହାର ପ୍ରଥମ ଭାଗରେ ବଡ଼ ସଫଳତା ମିଳିବା ପରେ ୩ ବର୍ଷ ପରେ ଦ୍ୱିତୀୟ ଭାଗ ପ୍ରସ୍ତୁତ କରାଯାଇଥିଲା । ପରେ ୨୦୧୧ ମସିହାରେ ତୃତୀୟ, ୨୦୧୨ ମସିହାରେ ଚତୁର୍ଥ, ୨୦୧୪ ମସିହାରେ ପଞ୍ଚମ, ୨୦୧୫ ମସିହାରେ ଷଷ୍ଠ ଓ ଶ୍ଷରେ ୨୦୨୧ ମସିହାରେ ସିନେମାର ସାତ ନମ୍ୱର ସିକ୍ୱେଲ ରିଲିଜ୍ କରାଯାଇଥିଲା ।

Also Read- Business Tips: ଧନୀ ହେବାକୁ ଚାହାନ୍ତି କି? ସାବୁନ ତିଆରି କରି ହୁଅନ୍ତୁ ଲକ୍ଷପତି