1.Subhadra 4th phase of 1st installment on 25th Dec: ୨୫ ଡିସେମ୍ବରରେ ମିଳିବ ସୁଭଦ୍ରା କିସ୍ତି। ଏହା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ। ଏହି ଯୋଜନାରେ ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ହିତାଧିକାରୀ ଚୟନରେ ହୋଇଥିବା ତ୍ରୁଟି ସୁଧାରିବା ତଥା ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ପ୍ରଥମ କିସ୍ତିକୁ ବିଭିନ୍ନ ପର୍ଯ୍ୟାୟରେ ଦେଉଛନ୍ତି ସରକାର। ଆସନ୍ତାକାଲି ପ୍ରତି ମ୍ୟୁନିସିପାଲିଟି ଓ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ହେବ। ଅଯୋଗ୍ୟ ହିତାଧିକାରୀମାନେ ଚାହିଁଲେ ପୁନଃ ଆବେଦନ କରିପାରିବେ।
2.Maha CM to Take Oath, Odisha to witness: ଆଜି ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବ। ଶପଥପାଠ ଉତ୍ସବରେ ଯୋଗ ଦେବା ପାଇଁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହିକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଉତ୍ସବରେ ଅତିଥି ହେବେ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
3.French PM Lost Confidence: ୧୯୬୨ ପରେ ପ୍ରଥମଥର ପାଇଁ ଫ୍ରାନ୍ସର କୌଣସି ପ୍ରଧାନମନ୍ତ୍ରୀ ସାଂସଦଙ୍କ ଆସ୍ଥା ହରାଇଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ମାଇକେଲ ବାର୍ଣ୍ଣିୟରଙ୍କ ସରକାରର ପତନ ହୋଇଛି। ଦେଶର ଆର୍ଥିକ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିଚାରକୁ ଉଭୟ ଦକ୍ଷିଣ ଓ ବାମପନ୍ଥୀ ନେତାମାନେ ବିରୋଧ କରିଥିଲେ। ଫଳରେ ପତନ ହୋଇଥିଲା ବାଣ୍ଣ୍ଣିୟରଙ୍କ ସରକାର। ଆଜି ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ରାଷ୍ଟ୍ରକୁ ସମ୍ବୋଧନ କରିବା ସହ ନୂତନ ସରକାର ଗଠନ ସମ୍ପର୍କରେ କହିପାରନ୍ତି।
4.World Soil Day: ଆଜି ବିଶ୍ୱ ମୃତ୍ତିକା ଦିବସ। ବିଶ୍ୱ ପରିବେଶରେ ମୃତ୍ତିକାର ଭୂମିକାକୁ ମନେ ରଖିବା ହେଉଛି ଏହି ଦିବସର ଲକ୍ଷ୍ୟ। ପ୍ରତିବର୍ଷ ଡିସାମ୍ବର ୫ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।
5. Hydro Electricity not affected: ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ଅନେକ ବ୍ୟାରେଜ୍ ହୀରାକୁଦରେ ଜଳ ବିଜୁଳି ଅମଳକୁ ପ୍ରଭାବିତ କରିନାହିଁ। ସ୍ପଷ୍ଟ ଭାବେ ଏହି ତଥ୍ୟ ରଖିଛନ୍ତି ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ। ସେ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କୌଣସି ଜଳ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇ ନାହିଁ। ବିଧାନସଭାରେ ଉପସ୍ଥାପନ କରିଥିବା ଉତ୍ତରରେ ସେ ଜଣାଇଛନ୍ତି ଯେ, ନଭେମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟରେ ସମୁଦାୟ ୪୬୧୬ ମେଗା ଓ୍ୱାଟ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇଛି। ବୁର୍ଲାଠାରେ ଏହି ପରିମାଣ ୭୦୬ ମେଗାଓ୍ୱାଟ ହୋଇଥିବା ଏହି ତଥ୍ୟରେ ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଏଠାରୁ ୮୬୭ ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହୋଇଥିଲା।
6. Govt supports Mechanisation of Agriculture: ରାଜ୍ୟରେ ୨୮.୭୫ ପ୍ରତିଶତ ଚାଷୀ ଏଯାଏ ହଳ ବଳଦକୁ ଚାଷ ପାଇଁ ବ୍ୟବହାର କରୁଛନ୍ତି। ପାଓ୍ୱାରଟିଲର ବ୍ୟବହାରକାରୀ ଚାଷୀଙ୍କ ହାର ୧୧ ପ୍ରତିଶତ ଥିବା ବେଳେ ୬୦.୨୫% ଚାଷୀ ଟ୍ରାକ୍ଟର ଜରିଆରେ ଚାଷକାମ କରୁଛନ୍ତି ବୋଲି ଦର୍ଶାଇଛନ୍ତି କୃଷିମନ୍ତ୍ରୀ। କୃଷି ଯାନ୍ତ୍ରିକୀକରଣ ପାଇଁ କ୍ରମାଗତ ସହାୟତା ଫଳରେ ରାଜ୍ୟରେ ଯାନ୍ତ୍ରିକ କୃଷି ପରିମାଣ ବଢ଼ୁଛି ବୋଲି ସେ କହିଛନ୍ତି।
7. Low Income of Farmers: ରାଜ୍ୟର ଜଣେ ଚାଷୀ ମାସକୁ ହାରାହାରି ୫୧୧୨ଟଙ୍କା ଆୟ କରୁଛି। ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ତଟ ଅନୁସାରେ ଏହା ସ୍ପଷ୍ଟ କରାଯାଇଛି। ଏଣୁ କୃଷକକଙ୍କ ଆୟ ବଢ଼ାଇବା ଲାଗି ସରକାର ଧାନ କ୍ରୟ ମୂଲ୍ୟରେ ୮୦୦ ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରି ସର୍ବନିମ୍ନ ସହାୟତା ମୂଲ୍ୟକୁ କ୍ୱିଣ୍ଟାଲ୍ ପିଛା ୩୧ ଶହ ଟଙ୍କା କରିଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ।
8. OMFED sells 30 Ton Ghee to Srimandir: ଶ୍ରୀ ଜଗନ୍ନାଥ ମନ୍ଦିରରେ ବର୍ଷକୁ ୩୦ ଟନ୍ ଘିଅ ବ୍ୟବହାର ହେଉଛି। କେବଳ ଓମ୍ଫେଡ୍ ଘିଅ ଶ୍ରୀମନ୍ଦିରରେ ବ୍ୟବହାର କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଉଥିବାରୁ ଓମ୍ଫେଡ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଘିଅକୁ ହିଁ ସମୁଦାୟ ଘିଅ ବ୍ୟବହାର ଭାବେ ଗ୍ରହଣ କରାଯାଇପାରେ। ଏହିକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓମ୍ଫେଡ୍ ବର୍ଷକୁ ୧୩୦୪ଟନ୍ ଘିଅ ପ୍ରସ୍ତୁତ କରୁଛି। ଏଥିରୁ ୧୨୫୮ ଟନ୍ ଖୋଲା ବଜାରରେ ବିକୁଥିବା ବେଳେ ୬୦ ଟନ୍ ବିଭିନ୍ନ ମନ୍ଦିରକୁ ପ୍ରଦାନ କରୁଛି। ଏଥିରୁ ୩୦ ଟନ୍ ଶ୍ରୀମନ୍ଦିରକୁ ପଠାଯାଉଛି।
9. Hassina address for the first time: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ସରକାର ଗଣ ହତ୍ୟାରେ ସମ୍ପୃକ୍ତ। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆମକ୍ରମଣ ଓ ହତ୍ୟା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଭାରତରେ ଆଶ୍ରୟ ନେଇଥିବା ହାସିନା ନିଜର ପ୍ରଥମ ଜନସମ୍ବୋଧନରେ ଏହା କହିବା ସହ ତାଙ୍କୁ ତାଙ୍କ ଦେଶରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
10. Indigo is the Worst service provider: ବିଶ୍ୱର ସବୁଠାରୁ ଖରାପ ବିମାନ ସେବା ଭାବେ ଇଣ୍ଡିଗୋକୁ ଅଭିହିତ କରାଯାଇଛ। ‘ଏୟାର ହେଲ୍ପ ସ୍କୋର ରିପୋର୍ଟ- ୨୦୨୪ ଆଧାରରେ ଏହାସ୍ଥିର କରାଯାଇଛି। ସମୁଦାୟ ୧୦୯ଟି ସେବା ପ୍ରଦାନକାରୀ ସଂସ୍ଥା ଭିତରେ ଇଣ୍ଡିଗୋର ସ୍ଥାନ ୧୦୩ ହୋଇଥିବା ବେଳେ ଏୟାର ଇଣ୍ଡିଆ ରହିଛି ୬୧ତମ ସ୍ଥାନରେ। ଇଣ୍ଡିଗୋ ଏହି ରିପୋର୍ଟକୁ ଖଣ୍ଡନ କରିଛି।