Zwigato: 'ଜିଗାଟୋ'ରେ 'କପିଲ ଶର୍ମାଙ୍କ ପୁଅ ଭୂମିକାରେ ନଜର ଆସିଲେ ଓଡ଼ିଆ ଶିଶୁ କଳାକାର ପ୍ରଜ୍ୱଳ
Advertisement
Article Detail0/zeeodisha/odisha1614289

Zwigato: 'ଜିଗାଟୋ'ରେ 'କପିଲ ଶର୍ମାଙ୍କ ପୁଅ ଭୂମିକାରେ ନଜର ଆସିଲେ ଓଡ଼ିଆ ଶିଶୁ କଳାକାର ପ୍ରଜ୍ୱଳ

Zwigato: ବଡ଼ ପରଦାରେ ରିଲିଜ ହୋଇଛି କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଜିଗାଟୋ' । ସବୁବେଳେ ନିଜ କମେଡ଼ିରେ ହସେଇ ହସେଇ ବେଦମ କରୁଥିବା କପିଲ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏଥିରେ କେମଡି଼ କିଙ୍ଗ ଜଣେ ଫୁଡ଼ ଡ଼େଲିଭରୀ ବୟ ଭାବେ ନଜର ଆସିଛନ୍ତି । ଏହି ଫିଲ୍ମରେ କଟକର ୧୩ ବର୍ଷିୟ ଶିଶୁ କଳାକାର ପ୍ରଜ୍ବଳ ସାହୁ ଓରଫ ଓମ୍ ଡେବ୍ୟୁ କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Zwigato: ବଡ଼ ପରଦାରେ ରିଲିଜ ହୋଇଛି କମେଡ଼ି କିଙ୍ଗ କପିଲ ଶର୍ମାଙ୍କ (kapil Sharma)ବହୁ ପ୍ରତିକ୍ଷୀତ ଫିଲ୍ମ 'ଜିଗାଟୋ' । ସବୁବେଳେ ନିଜ କମେଡ଼ିରେ ହସେଇ ହସେଇ ବେଦମ କରୁଥିବା କପିଲ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏଥିରେ କେମଡି଼ କିଙ୍ଗ ଜଣେ ଫୁଡ଼ ଡ଼େଲିଭରୀ ବୟ ଭାବେ ନଜର ଆସିଛନ୍ତି । ଏହି ଫିଲ୍ମରେ କଟକର ୧୩ ବର୍ଷିୟ ଶିଶୁ କଳାକାର ପ୍ରଜ୍ବଳ ସାହୁ ଓରଫ ଓମ୍ ଡେବ୍ୟୁ କରିଛନ୍ତି ।

ନନ୍ଦିତା ଦାସଙ୍କ(Nandita das) ନିର୍ଦ୍ଦେଶିତ ଏହି ଫିଲ୍ମଟି ଶୁକ୍ରବାର ଦିନ ବଡ଼ ପରଦାରେ ରିଲିଜ ହୋଇଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଓ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ସବୁବେଳେ ହାସ୍ୟ ଅଭିନୟ କରୁଥିବା କପିଲଙ୍କୁ ତାଙ୍କ ଭାବମୂର୍ତିର ବିପରୀତ ଭୂମିକାରେ ଦେଖିବାକୁ ମିଳିଛି । 'ଜିଗାଟୋ'ରେ(zwigato) ଡେଲିଭରୀ ବୟ ଭୂମିକାରେ ନଜର ଆସିଛନ୍ତି କମେଡ଼ି କିଙ୍ଗ। କପିଲଙ୍କ ସ୍ତ୍ରୀ ଭାବେ ଅଭିନେତ୍ରୀ ସାହାନା ଗୋସ୍ବାମୀଙ୍କୁ(Shahana Goswami) କାଷ୍ଟ କରାଯାଇଛି । ଏଥିରେ ଓଡ଼ିଆ ପୁଅ ପ୍ରଜ୍ୱଳଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ପ୍ରଜ୍ୱଳ କପିଲଙ୍କ ପୁଅ ଭୂମିକାରେ ନଜର ଆସିଛନ୍ତି । ଏନେଇ ପ୍ରଜ୍ୱଳ କହିଛନ୍ତି କି, ଅଡ଼ିସନରେ ମୁଁ ୧୨ରୁ ୧୫ ଜଣ ପିଲାଙ୍କ ମଧ୍ୟର ସିଲେକଟ ( Select)  ହୋଇଥିଲି । ମୁଁ ଯେତେବେଳେ ପ୍ରଥମେ ସୁଟିଂ ସେଟକୁ ଯାଇଥିଲି, ସେଠାରେ ବେଶ ଉପଭୋଗ କରିଥିଲି । ଆଗରୁ ମୁଁ ଅଭିନୟ ଜାଣିନଥିଲି । ଘରେ ମୁଁ ଲୁଚି ଲୁଚି ଅଭିନୟ କରୁଥିଲି । ପ୍ରଜ୍ୱଳ ହେଉଛନ୍ତି କଟକର ବିଶିଷ୍ଟ ଶିଳ୍ପପତି ଶରତ କୁମାର ସାହୁଙ୍କ ନାତି। ପ୍ରଜ୍ୱଳଙ୍କ ପିତା ଅରବିନ୍ଦ ସାହୁ ଓ ମା' ଶାଳିନୀ ସାହୁ ମଧ୍ୟ ବିଶିଷ୍ଟ ଶିଳ୍ପପତି ଅଟନ୍ତି । କୋଭିଡ଼ ମହାମାରୀ ସମୟରେ ଜଣେ ମଧ୍ଯବତ୍ତି ଡେଲିଭରୀ ବୟର(Delivery Boy)ସଂର୍ଘଷର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ଏହି ପେଶା ପଛରେ ଥିବା ଦୁଃଖ କାହାଣୀକୁ ଏହି ଫିଲ୍ମ ଜରିଆରେ ଲୋକଙ୍କ ନିକଟରେ ପ୍ରର୍ଦଶିତ କରାଯାଇଛି। ଏହି ପେଶାରେ ଥିବା ଲୋକକୁ କେଉଁ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ତାହାକୁ ଏଥିରେ ଦେଖାଯାଇଛି । ତେବେ ସବୁବେଳେ ନିଜର କମେଡ଼ିରେ ଲୋକଙ୍କୁ ବେଦମ କରୁଥିବା କପିଲଙ୍କୁ ଏହି ଚରିତ୍ରରେ ଦେଖି ଦର୍ଶକ ବେଶ ପ୍ରସଂଶା କରିଛନ୍ତି ।  ଚଳଚ୍ଚିତ୍ରର ଅଧିକାଂଶ ସୁଟିଂ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିଲା। ବିଶେଷ କରି ପୁରୁଣା ଭୁବନେଶ୍ବର, ବିନ୍ଦୁସାଗର, ରାଜମହଲ ଏହି ସବୁ ଅଞ୍ଚଳରେ ଫିଲ୍ମର ହୋଇଥିବା ଦେଖିବାକୁ ମିଳିଛି ।

Also Read-Swara Bhasker Pregnant: ବିବାହ ପୂର୍ବରୁ ଗର୍ଭବତୀ ଥିଲେ ସ୍ବରା! ସୋସିଆଲ ମିଡ଼ିଆରେ ବେବି ବମ୍ପକୁ ନେଇ ଚର୍ଚ୍ଚା

ଫିଲ୍ମ “କିସ୍ କିସ୍ କୋ ପ୍ୟାର୍ କରୁଁ ” ରେ କପିଲଙ୍କୁ ଅନ୍‌ଲିମିଟେଡ୍ କମେଡି଼ କରୁଥିବାର ଦେଖିବାକୁ ମିଳିଥିଲା । ସେମିତି “ଫିରଙ୍ଗୀ” ରେ ବି  ଦର୍ଶକଙ୍କ ଖୁବ୍ ହସାଇଥିଲେ କମେଡ଼ି କିଙ୍ଗ । ତେବେ ଏହି ଫିଲ୍ମର ଟ୍ରେଲକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।