Moosewala Murder Case: ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ସନ୍ଦେହ ଘେରରେ ଏହି ପଞ୍ଜାବୀ ଗାୟିକା, ଖୁବଶିଘ୍ର ହୋଇପାରନ୍ତି ବନ୍ଧା
Advertisement
Article Detail0/zeeodisha/odisha1411045

Moosewala Murder Case: ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ସନ୍ଦେହ ଘେରରେ ଏହି ପଞ୍ଜାବୀ ଗାୟିକା, ଖୁବଶିଘ୍ର ହୋଇପାରନ୍ତି ବନ୍ଧା

Moosewala Murder Case: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା (Moosewala Murder Case) । ଏହି ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି । କହିବାକୁ ଗଲେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁକୁ ବୁଧବାର ଗିରଫ କରାଯାଇଛି। 

ସୌଜନ୍ୟ : ସୋସିଆଲ ମିଡିଆ

Moosewala Murder Case:  ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା (Moosewala Murder Case) । ଏହି ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି । ଏନଆଇଏ (NIA) ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ସିଣ୍ଡିକେଟ୍ ମାମଲାରେ ସିଦ୍ଧୁଙ୍କ ନିକଟତର ସାଙ୍ଗ ତଥା ପ୍ରସିଦ୍ଧ ପଞ୍ଜାବୀ ପ୍ଲେକ୍ ସିଙ୍ଗର ଅଫସାନା ଖାନ(Punjabi singer Afsana Khan ) ଙ୍କୁ ଡକାଇଛି। ଏବଂବୟାନ ରେକର୍ଡ କରିଛି । କାହିଁକିନା ସିଦ୍ଧୁଙ୍କୁ ହତ୍ୟା ପୂର୍ବରୁ ଧମରଭରା ଫୋନ କଲ ଆସୁଥିଲା ବୋଲି ସେ ତାଙ୍କ ବାନ୍ଧବୀ ତଥା  ପଞ୍ଜାବୀ ପ୍ଲେକ୍ ସିଙ୍ଗର ଅଫସାନା ଖାନଙ୍କୁ ଜଣାଇଥିଲେ । ମଙ୍ଗଳବାର ଦିନ ଦିଲ୍ଲୀରେ ଅଫସାନାଙ୍କୁ ପାଞ୍ଚ ଘଣ୍ଟା ପଚରାଉଚୁରା କରିଛି। ଅଫସାନା ଖାନ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଭାଇ ଭାବରେ ବିବେଚନା କରିଥିଲେ ଏବଂ ଦୁହେଁ ଅତି ଘନିଷ୍ଠ ଥିଲେ। ସୂତ୍ର ଅନୁଯାୟୀ, ଅଫସାନା ଖାନଙ୍କ ଠାରୁ ସିଦ୍ଧୁ ମୁସେୱାଲା ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟରଙ୍କ ସହ ଏନଆଇଏ ଟିମ୍ ସୂଚନା ପାଇଛି। ସିଦ୍ଧୁଙ୍କ ହତ୍ୟାରେ ଅଫସାନା ଖାନ ଏକ ଭୂମିକା ଗ୍ରହଣ କରିଥିବା ଏନଆଇଏ ଟିମ୍ ସନ୍ଦେହ କରୁଛି। ଏଥି ସହିତ ଅଫସାନା ଖାନଙ୍କ ନାମ ମଧ୍ୟ ଏନଆଇଏର ରାଡାରରେ ଆସିଥିଲା।

କହିବାକୁ ଗଲେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁକୁ ବୁଧବାର ଗିରଫ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ପୋଲିସ ତାକୁ ରାଜସ୍ଥାନ ଅଜମେର ଅଞ୍ଚଳରୁ ଗିରଫ କରିଛି। ଅନ୍ୟପଟେ ପଞ୍ଜାବ ପୋଲିସ ଏଜିଟିଏଫ ଟିମ ମଧ୍ୟ ଟିନୁକୁ ଅଜମେର ଅଞ୍ଚଳରେ ଖୋଜୁଥିଲା। ହେଲେ ଦିଲ୍ଲୀ ପୋଲିସ ପ୍ରଥମେ ତାକୁ ଖୋଜିବାରେ ସକ୍ଷମ ହୋଇଥିଲା। ଟିନୁ ମନସା ପୋଲିସ ହେପାଜତରେ ରହିଥିବା ବେଳେ ଫେରାର ହୋଇ ଯାଇଥିଲା। ତାକୁ ଫେରାର କରାଇବା ଅଭିଯୋଗରେ ଜଣେ ସିଆଇଏ ଇନ୍ସପେକ୍ଟର ସେବାରୁ ବରଖାସ୍ତ ହୋଇଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସିଆଇଏ ଦାୟିତ୍ୱରେ ରହିଥିବା ପ୍ରୀତପାଲ ସିଂହ ଦୀପକ ଟିନୁ ତାଙ୍କ ବ୍ୟକ୍ତିଗତ ଗାଡି଼ରେ ସିଆଇଏ ମାନସା କାର୍ଯ୍ୟାଳୟରୁ ମନସା ସିଭିଲ ଲାଇନ ଠାରେ ଅବସ୍ଥିତ ତାଙ୍କ ସରକାରୀ ବାସଭବନ ବି-୪ ନେଇଥିଲେ। ଯେଉଁଠାରେ ଟିନୁ ନିଜ ବାନ୍ଧବୀକୁ ଭେଟିବା ପାଇଁ ଏକ କୋଠରୀରେ ଏକୁଟିଆ ରହିଥିଲା। ଅନ୍ୟପଟେ ପ୍ରୀତପାଲ ସିଂହ ଅନ୍ୟ ଏକ କୋଠରୀକୁ ଚାଲି ଯାଇଥିଲା। ଏହି ସମୟରେ ଟିନୁ ନିଜ ଗର୍ଲଫ୍ରେଣ୍ଡ ସହ ଘଟଣାସ୍ଥଳରୁ ଫେରରା ହୋଇଯାଇଥିଲା।

ଏହାବି ପଢନ୍ତୁ :Happy Birthday Raveena Tandon: ଅକ୍ଷୟ ରବିନାଙ୍କ ସମ୍ପର୍କରେ ଷଣ୍ଢ ପୁରାଇଲେ ଟ୍ବିଙ୍କଲ,ଭାଙ୍ଗିଗଲା ବିବାହ

ଦୀପକ ଟିନୁ ହେଉଛି ସେହି ୨ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜଡ଼ିତ ରହିଛି। ଏହି ହତ୍ୟା ମାମଲାରେ ମନସା ପୋଲିସ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ଦୀପକ ନାଁ ଅନ୍ତର୍ଭୂକ୍ତ ରହିଛି। ଗତ ଜୁଲାଇ ୪ ତାରିଖରେ ତାକୁ ଦିଲ୍ଲୀରୁ ଟ୍ରାଞ୍ଜିଟ ରିମାଣ୍ଡରେ ଜେରା ପାଇଁ ତିହାଡ଼ ଜେଲ ଅଣା ଯାଇଥିଲା। ଚାର୍ଜସିଟ୍ ଅନୁଯାୟୀ ଟିନୁ ଏହି ହତ୍ୟାକାଣ୍ଡ ଭିଆଇବାରେ ସହାୟତା ପ୍ରଦାନ କରିଥିଲା। 

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟାଇବା ପାଇଁ ସେ ତିହାର ଜେଲରେ ବନ୍ଦୀ ରହିଥିବା ଲରେନ୍ସ ବିଷ୍ଣୋୟୀ ସହ ଯୋଗାଯୋଗରେ ରହିଥିଲା। ସେ ବିଦେଶରେ ଲୁଚି ରହିଥିବା ମାଷ୍ଟରମାଇଣ୍ଡ ଗୋଲଡି ବ୍ରାରକୁ ମଧ୍ୟ ସାହାଯ୍ୟ କରିଥିଲେ। ପୂର୍ବରୁ ଗତ ୨୦୧୭ ବର୍ଷରେ ପୋଲିସ ହେପାଜତରୁ ଫେରାର ହୋଇ ଯାଇଥିଲା ଦୀପକ ଟିନୁ। ତାହାର ଜଣେ ସହଯୋଗୀ ଟିନକୁ ହରିୟାଣାରୁ ଫେରାର ହୋଇଯିବାରେ ସାହାଯ୍ୟ କରିଥିଲା। ହରିୟାଣା ପଞ୍ଚକୁଲାସ୍ଥିତ ସିଭିଲ ହସ୍ପିଟାଲ ଠାରେ ଜଣେ ପୋଲିସ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଟିନୁକୁ ଫେରାର କରି ଦେଇଥିଲେ ତାହାର ସହଯୋଗୀ। ସେହି ବର୍ଷ ଡିସେମ୍ବର ମାସରେ ବେଙ୍ଗାଲୁରୁରୁ ଭବାନୀ ପୋଲିସ ଏହି ଗ୍ୟାଙ୍ଗଷ୍ଟରକୁ ଗିରଫ କରିଥିଲା। ଟିନୁ ବିରୋଧରେ ଅନେକ ରାଜ୍ୟରେ ହତ୍ୟା ସମେତ ଅନେକ ମାମଲା ରୁଜୁ କରାଯାଇଛି।