Ollywood News: ଘୋଷଣା ହେଲା ମେଗା ଷ୍ଟାର ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ 'ରାମ୍'
Advertisement
Article Detail0/zeeodisha/odisha1803008

Ollywood News: ଘୋଷଣା ହେଲା ମେଗା ଷ୍ଟାର ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ 'ରାମ୍'

Ollywood News: ଦଶହରାକୁ ଆସୁଛି ଓଲିଉଡ ନାୟକ ଅରିନ୍ଦମଙ୍କ ଅଭିନିତ ନୂଆ ସିନେମା 'ରାମ୍'

Ollywood News: ଘୋଷଣା ହେଲା ମେଗା ଷ୍ଟାର ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ 'ରାମ୍'

Ollywood News: ଦୀର୍ଘ ବର୍ଷର ନୀରବତା ପରେ ଏକ ଧମାକାଧାର ନୂଆ ଓଡ଼ିଆ ଚଳଚ୍ଚିତ୍ର (Film) ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ (arindam roy) । ଅରିନ୍ଦମ ‘ବାବୁ ଭାଇଜାନ୍’ ପରେ କିଛି ଦିନର ନୀରବତା ଭଙ୍ଗ କରି ନୂଆ ଲୁକ୍ ନୂଆ କାହାଣୀ ସହ ଦଶହରା (dussehra) ଖୁସିକୁ ଦ୍ବିଗୁଣିତ ତଥା ଉତ୍ସବ ମୁଖର କରିବା ସହିତ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଥିବା ବେଳେ ପ୍ରଶଂସକ ମହଲରେ ଆନନ୍ଦ ଖେଳିଯାଇଛି ।  ତେବେ ରତ୍ନା ଫିଲ୍ମ ବ୍ୟାନର (Ratna Film Banner)ର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିକଟରେ ଶୁଭ ମହୁରତ ହୋଇଥିଲା । ମହୁରତ ପରଠାରୁ ସୋସିଆଲ ମିଡିଆରେ ସିନେମାଟି ଖୁବ ଚର୍ଚ୍ଚାରେ ରହିଛି ଅରିନ୍ଦମଙ୍କ ଏହି ଫିଲ୍ମ । ଅନ୍ୟ ଏକ ଚର୍ଚ୍ଚାର କାରଣ ହେଉଛି ଫିଲ୍ମର ନାଁ । ସିନେମାର ନାଁକୁ ନେଇ ଦର୍ଶକଙ୍କ ମନରେ ଯେଉଁ ଅପେକ୍ଷା ଥିଲା ତାହା ଆଜି ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଘୋଷଣା କରାଯାଇଛି । ତେବେ ଚଳଚ୍ଚିତ୍ରର ନାଁ "R. A. M (ରାମ୍) ରଖାଯାଇଛି ।

ଏହି 'ରାମ' ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ତଥା ମେଗାଷ୍ଟାର ଅରିନ୍ଦମ, ଅଭିନେତ୍ରୀ ରୂପସା, ପିଙ୍କି ପ୍ରଧାନ (Pinki pradhan), ଓଡିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବରିଷ୍ଠ କ୍ୟାମେରାମ୍ୟାନ ସୁରେନ୍ଦ୍ର ସାହୁ, ପ୍ରଯୋଜକ ମଣ୍ଟୁ ନାୟକ (Producer mantu nayak), ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଯୁଗଳ ଦେବତା, ଅତିସ ରାଉତ, ଟୁଟୁ ନାୟକ, ବିନି ସାମଲ, ନିର୍ଦ୍ଦେଶକ ଅଶୋକ ପତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

R.A.M(ରାମ୍) ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି (Director Ashok pati) ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ଅସାଦ ନିଜାମ ଓ ଲିଙ୍କନ , କ୍ୟାମେରା ପରିଚଳନା ଦାୟିତ୍ବରେ ଅଛନ୍ତି ସୁବ୍ରତ  କେ ଖଟୋଇ। ଫିଲ୍ମଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ (Shooting start) ହେବାକୁ ସମସ୍ତ ପ୍ରସ୍ତୁତି ସରିଛି । ଗୀତ ଗୁଡିକର ରେକର୍ଡିଂ (Song Recording) ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ନିକଟରେ ରେକର୍ଡିଂ ଷ୍ଟୂଡିଓରୁ ଏକ ଫଟୋ ସୋସିଆଲ ମିଡିଆ (Social media)ରେ ବେଶ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଅରିନ୍ଦମ, ମଣ୍ଟୁ ରାଉତ, ତାରିକ ଅଜିଜ୍, ସ୍ଵୟମ୍ ପାଢୀ (Singer swayam padhi) ଓ ଅନ୍ତରା ଚକ୍ରବର୍ତ୍ତୀ (singer antara chakrabarty) ନଜର ଆସିଛନ୍ତି । ତେଣୁ ଗୋଟେ ପ୍ରକାରର ନିଶ୍ଚିତ ଯେ, ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଓ ଗାୟିକାମାନଙ୍କର ଏହି ଦମଦାର ଟିମ୍ ର ସବୁ ଗୀତ ଗୁଡିକ ଦଶହରାରେ ଓଡ଼ିଶା ବଜାରରେ ଚହଳ ପକାଇବ । ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କ ମନରେ ମେଗା ଆକ୍ସନ ଷ୍ଟାର ଅରିନ୍ଦମଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ରହିଥିଲା । ସମସ୍ତେ ଅରିନ୍ଦମଙ୍କ ସମେତ ପୁରା ଟିମକୁ ଶୁଭେଚ୍ଛା ଜଣାଇଥିଲେ । ଚଳଚ୍ଚିତ୍ରଟି ଓଲିଉଡ଼ରେ ଚହଳ ସୃଷ୍ଟି କରୁ ସମସ୍ତେ ଏଇ କାମନା କରିଛନ୍ତି । ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନରର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି । ପୂର୍ବରୁ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭୋଟିଦେଇଥିବା ଓଲିଉଡ ନାୟକ ଅରିନ୍ଦମ ରୟଙ୍କର ଏହା ୫୪ ତମ ଚଳଚ୍ଚିତ୍ର ।

Also Read- Seema Haider Pregnant: ଗର୍ଭବତୀ ଅଛନ୍ତି କି ସୀମା ହାଇଦର ? ପଞ୍ଚମ ସନ୍ତାନକୁ ଗ୍ରହଣ କରିବେ କି ସଚିନଙ୍କ ପରିବାର?