HBD Akshay Kumar: କୋଟି କୋଟିର ପ୍ୟାଲେସ ପରି ଘର, ଏମିତି ରୟାଲ ଷ୍ଟାଇଲରେ ଜୀବନ ବିତାନ୍ତି ଖିଲାଡି କୁମାର...
Advertisement
Article Detail0/zeeodisha/odisha1862816

HBD Akshay Kumar: କୋଟି କୋଟିର ପ୍ୟାଲେସ ପରି ଘର, ଏମିତି ରୟାଲ ଷ୍ଟାଇଲରେ ଜୀବନ ବିତାନ୍ତି ଖିଲାଡି କୁମାର...

HBD Akshay Kumar: ବଲିଉଡ଼ ଅଭିନେତା ଅକ୍ଷୟ କୁମାର (Bollywood Actor Akshay Kumar)। ନିଜ ଦମଦାର ଅଭିନୟ ପାଇଁ ବଲିଉଡରେ (Bollywood )ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମ ଇଣ୍ତଷ୍ଟ୍ରିରେ ସେ ଖିଲାଡି଼ କୁମାର ନାଁରେ ପରିଚିତ । ତେବେ, ଆଜି ଏହି ଅଭିନେତାଙ୍କ ଜନ୍ମଦିନ (Happy Birthday Akshay Kumar) । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।

ସୌଜନ୍ୟ- ସୋସିଆଲ ମିଡି଼ଆ

HBD Akshay Kumar: ବଲିଉଡ଼ ଅଭିନେତା ଅକ୍ଷୟ କୁମାର (Bollywood Actor Akshay Kumar)। ନିଜ ଦମଦାର ଅଭିନୟ ପାଇଁ ବଲିଉଡରେ  (Bollywood )ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମ ଇଣ୍ତଷ୍ଟ୍ରିରେ ସେ ଖିଲାଡି଼ କୁମାର ନାଁରେ ପରିଚିତ । ତେବେ, ଆଜି ଏହି ଅଭିନେତାଙ୍କ ଜନ୍ମଦିନ  (Happy Birthday Akshay Kumar) । ସେ ୧୯୬୭ ମସିହା ଆଜିକା ଦିନରେ ପଞ୍ଜାବର ଅମ୍ରିତସହରରେ ଜନ୍ମଗ୍ରହଣ କରିଥିଲେ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।  

Also Read : Jawan: ବକ୍ସ ଅଫିସରେ ‘ଜବାନ’ର କ୍ରେଜ୍, ଦ୍ବିତୀୟ ଦିନରେ ଆୟ କଲା ଏତେ କୋଟି

ବଲିଉଡ଼ରେ ଅଧିକ ପାରିଶ୍ରମିକ ନେଇଥିବା ଅଭିନେତାଙ୍କ କଥା ଆସିଲେ ଅକ୍ଷୟଙ୍କ ନାଁ ପ୍ରଥମେ ଆସେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଏକ  ଫିଲ୍ମ କରିବା ପାଇଁ ୮୦ ରୁ ୧୦୦ କୋଟି ଟଙ୍କା ଚାର୍ଜ କରନ୍ତି। କେବଳ ଫିଲ୍ମ ନୁହେଁ, ବିଜ୍ଞାପନ ରୁ ସେ ବର୍ଷକୁ ପାଖାପାଖି ସେ ୫୦୦ କୋଟି ରୋଜଗାର କରନ୍ତି। ଅକ୍ଷୟ କୁମାରଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୨୫୯୧ କୋଟି ଟଙ୍କା ହେବ (Akshay Kumar Net Worth)।  ଏହାସହ ଅକ୍ଷୟ କୁମାର ମହାରାଷ୍ଟ୍ରର ଜୁହୁରେ (Juhu bungalow) ଏକ ଆଲିସାନ୍ ବଙ୍ଗଳାରେ ରୁହନ୍ତି । ଯେଉଁ ବଙ୍ଗଳାର ମୂଲ୍ୟ ପାଖାପାଖି ୫୦ କୋଟିରୁ ଅଧିକ ହେବ। ସେ ସେଠାରେ ନିଜ ପରିବାର ସହ ରୁହନ୍ତି।  ଏହା ବ୍ୟତିତ ଅକ୍ଷୟଙ୍କ ମୁମ୍ବାଇରେ ଆଉ ଚାରୋଟି ଫ୍ଲାଟ୍ ବି ରହିଛି ।  ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ। ସେହିପରି, ଅକ୍ଷୟଙ୍କର ଗୋଆରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି ଯେଉଁଠାରେ ସେ ନିଜ ପରିବାର ସହିତ ଛୁଟିଦିନରେ ବୁଲିବାକୁ ଯାଆନ୍ତି। ଆଉ ସେଠାରେ ନିଜ ପରିବାର ସହ ଛୁଟି କାଟନ୍ତି। 

ସେହିପରି ଖିଲାଡି଼ କୁମାର କାର୍ ଚଢିବାକୁ ପସନ୍ଦ କରନ୍ତି। ତାଙ୍କ ପାଖରେ ଏକାଧିକ ଲକଜୁରୀୟସ୍ କାର ରହିଛି ।  ତାଙ୍କ ପାଖରେ  Rolls-Royce Phantom VIIର ଏକ ଦାମୀ କାର ରହିଛି । ଯାହାର ଦାମ୍ ପାଖାପାଖି ୧୧ କୋଟି ହେବ। ଏହା ବ୍ୟତିତ ତାଙ୍କ ପାଖରେ Mercedes Benz Five Class ରହିଛି । ଯାହାର ଦାମ୍ ୧.୧୦ କୋଟି ହେବ। ସେହିପରି, Bentley ଓ Range Rover ପରି କାର ଚଢନ୍ତି ଅକ୍ଷୟ। ସେହିପରି ଖିଲାଡି କୁମାର ବାଇକ୍ ଚଲାଇବାକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି। ଏହା ଛଡା ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି । ଯାହାର ଦାମ୍ ୨୬୦ କୋଟି ହେବ। ଅକ୍ଷୟ କୁମାର କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ସେ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରୁହନ୍ତି। ସେ ବିଶ୍ୱାସ କରନ୍ତି ଯେ ,ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ ସମ୍ପଦ । ତେଣୁ ସେ ନିଜକୁ ସବୁବେଳ ଫିଟ୍ ରଖିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ସେ ଲେଟ୍ ନାଇଟ୍ ପାର୍ଟିରେ ବି ସାମିଲ୍ ହୁଅନ୍ତି ନାହିଁ। ପ୍ରତିଦିନ ସକାଳେ ଯୋଗ ଏବଂ ବ୍ୟାୟାମ କରି ନିଜକୁ ଫିଟ୍ ରଖନ୍ତି (fitness freak) ।