Urfi Javed New Video: ଡ୍ରେସ୍ ପିନ୍ଧିବାର ସୀମା ଟପିଲେ ଉର୍ଫି ଜାଭେଦ୍, ଫ୍ୟାଶନ୍ ଦେଖି ଆଶ୍ଚଯ୍ୟ ହୋଇଗଲେ ଫ୍ୟାନସ୍
Advertisement
Article Detail0/zeeodisha/odisha1356819

Urfi Javed New Video: ଡ୍ରେସ୍ ପିନ୍ଧିବାର ସୀମା ଟପିଲେ ଉର୍ଫି ଜାଭେଦ୍, ଫ୍ୟାଶନ୍ ଦେଖି ଆଶ୍ଚଯ୍ୟ ହୋଇଗଲେ ଫ୍ୟାନସ୍

Urfi Javed New Video: ଫ୍ୟାଶନର ସବୁ ସୀମା ଟପିଗଲେ ଅଭିନେତ୍ରୀ ଉର୍ଫି ଜାଭେଦ। ଅଭିନେତ୍ରୀ କେତେବେଳେ ସେଫଟି ପିନକୁ ପୋଷାକ କରନ୍ତି  ତ ଆଉ କେତେବେଳେ ଶରୀରରେ ପ୍ଲାଷ୍ଟିକ୍ ଫଏଲ୍ ଗୁଡ଼ାଇ ହୋଇ କ୍ୟାମେରା ଆଗରେ ପୋଜ ଦିଅନ୍ତି।

 Urfi Javed New Video: ଡ୍ରେସ୍ ପିନ୍ଧିବାର ସୀମା ଟପିଲେ ଉର୍ଫି ଜାଭେଦ୍, ଫ୍ୟାଶନ୍ ଦେଖି ଆଶ୍ଚଯ୍ୟ ହୋଇଗଲେ ଫ୍ୟାନସ୍

Urfi Javed New Video, ନୂଆଦିଲ୍ଲୀ: ନିଜ ଫ୍ୟାଶନ୍ ଇନ୍ସ ଏବଂ ବୋଲ୍ଡ ଷ୍ଟାଇଲ୍ ପାଇଁ ଟିଭି ଅଭିନେତ୍ରୀ ତଥା ସୋସିଆଲ୍ ମିଡିଆ ପ୍ରଭାବଶାଳୀ ଉର୍ଫି ଜାଭେଦ୍ ବେଶ ଜଣାଶୁଣା । ଉର୍ଫି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍। ସେ ତାଙ୍କ ଲୁକର ଫଟୋ ଏବଂ ଭିଡିଓକୁ ଇନଷ୍ଟାରେ ସେୟାର କରନ୍ତି। ଅନେକ ଲୋକ ତାଙ୍କ ସାହସକୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ଟ୍ରୋଲ ମଧ୍ୟ କରନ୍ତି। ନିକଟରେ ଉର୍ଫି ତାଙ୍କ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି।

ଫ୍ୟାଶନର ସବୁ ସୀମା ଟପିଗଲେ ଅଭିନେତ୍ରୀ ଉର୍ଫି ଜାଭେଦ। ଅଭିନେତ୍ରୀ କେତେବେଳେ ସେଫଟି ପିନକୁ ପୋଷାକ କରନ୍ତି  ତ ଆଉ କେତେବେଳେ ଶରୀରରେ ପ୍ଲାଷ୍ଟିକ୍ ଫଏଲ୍ ଗୁଡ଼ାଇ ହୋଇ କ୍ୟାମେରା ଆଗରେ ପୋଜ ଦିଅନ୍ତି। ଉର୍ଫି ନିକଟରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କ’ଣ ପିନ୍ଧୁଛନ୍ତି ତାହା ବୁଝିବା କଷ୍ଟକର ହୋଇଡିଛି। ସେକ୍ସି ବିକିନି ପିନ୍ଧି ଉର୍ଫି ତାଙ୍କ ପାଦ ବାନ୍ଧି ଏକ ବୋଲ୍ଡ ଭିଡିଓ ତିଆରି କରିଛନ୍ତି। ଏହି ଡ୍ରେସଅପରେ ତାଙ୍କର ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି।

Also Read: ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କୀର୍ତ୍ତି ! ପୂର୍ବରୁ ଅନ୍ୟଜଣଙ୍କ ସହ ଥିଲା ବାହୁବଳୀ ହିରୋଙ୍କ ଚକ୍କର

ରବିବାର ଇନଷ୍ଟାରେ ସେୟାର କରିଥିବା ଭିଡିଓରେ ଉର୍ଫି ଏକ କଳା ବିକିନି ପିନ୍ଧିଛନ୍ତି। ବିକିନି ପିନ୍ଧିଥିବା ପରେ ମଧ୍ୟ ଲୋକଙ୍କ ଧ୍ୟାନ ତାଙ୍କ ପାଦରେ ରହିଛି। କାରଣ ଅଭିନେତ୍ରୀ ଉର୍ଫି ତାଙ୍କ  ପାଦରେ ଏକ ଅଦ୍ଭୁତ ନୀଳ ରଙ୍ଗର କପଡା ଗୁଡ଼ାଇ ରଖିଛନ୍ତି। ଯେଉଁଥିପାଇଁ ଉର୍ଫି ଜାଭେଦ୍ ତାଙ୍କୁ ଗୋଟିଏ ପାଦ ଆଗକୁ ବଢାଇବାରେ କଷ୍ଟ ହେଉଛି। ଉର୍ଫିଙ୍କ ବକ୍ଷଜ ତଳେ ଥିବା ଟାଟୁ ମଧ୍ୟ ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଭିଡିଓରେ ଉର୍ଫି ତାଙ୍କ ନିଆରା ପୋଜ୍ ସହ ବହୁତ ବୋଲ୍ଡ ଏବଂ ସେକ୍ସି ଦେଖାଯାଉଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଉର୍ଫି ନିଜ ଗୋଡକୁ ନୀଳ ରଙ୍ଗର କପଡ଼ାରେ ବାନ୍ଧି ରଖିଛନ୍ତି। ସେ ଦୀର୍ଘ ସମୟ ଧରି କପଡ଼ାରେ ଗଣ୍ଠି ବାନ୍ଧି ତାହାକୁ ପାଦ ବାନ୍ଧିଛନ୍ତି। ଯେଉଁ କପଡା ସହିତ ଉର୍ଫି ଗୋଡକୁ ବାନ୍ଧି ରଖିଛନ୍ତି, ତାହା ଦୂରରୁ ବେଲୁନ୍ ପରି ଦେଖାଯାଉଛି। ଉର୍ଫିଙ୍କ ନୂଆ ଡ୍ରେସରେ କଳା ବିକିନି ଓ କଳା ସେଣ୍ଡେଲ ପିନ୍ଧିଛନ୍ତି। କିଛି ଲୋକ ତାଙ୍କୁ ମୁଣ୍ଡରେ ଦୁପଟ୍ଟା ପକାଇବାକୁ ପରାମର୍ଶ ଦେଇଥିବା ବେଳେ କିଛି ଲୋକ ତାଙ୍କ ସୁନ୍ଦରତା ପ୍ରଶଂସା କରିଛନ୍ତି।