Parineeti Raghav: ଜନ୍ମଦିନରେ ପରିଣୀତିଙ୍କୁ ଏଭଳି ଢଙ୍ଗରେ ୱିସ୍ କଲେ ରାଘବ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1927257

Parineeti Raghav: ଜନ୍ମଦିନରେ ପରିଣୀତିଙ୍କୁ ଏଭଳି ଢଙ୍ଗରେ ୱିସ୍ କଲେ ରାଘବ, ଦେଖନ୍ତୁ ଫଟୋ

Parineeti Raghav: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ରବିବାର ଦିନ ନିଜର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ସ୍ବାମୀ ରାଘବ ଚଡ୍ଡା (Raghav Chadha)।

ସୌ(ସୋସିଆଲ ମିଡିଆ)

Raghav Birthday Wishes to Parineeti: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ରବିବାର ଦିନ ନିଜର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ସ୍ବାମୀ ରାଘବ ଚଡ୍ଡା (Raghav Chadha)।

ସୂଚନା ଅନୁଯାୟୀ, ପରିଣୀତିଙ୍କ ଜନ୍ମଦିନକୁ ଅଧିକ ଖାସ୍ କରିଛି ସ୍ବାମୀ ତଥା ଆପ ସାଂସଦ ରାଘବ ଚଡ୍ଡାଙ୍କ ଏକ ପୋଷ୍ଟ । ସ୍ତ୍ରୀ ପରିଣୀତିଙ୍କ ଜନ୍ମଦିନ ଅବସରରେ ଏକ ଫଟୋ ସେୟାର କରି ରାଘବ ଲେଖିଛନ୍ତି, “ତୁମେ ସୁପରଷ୍ଟାର ପରି ମୋ ଜୀବନକୁ ଉଜ୍ଜଳ କରିଛ ପାରୁ । ତୁମର ଗୋଟିଏ ହସ ମୋ ସଂଘର୍ଷପୂର୍ଣ୍ଣ ଜୀବନରେ ଖୁସି ଭରିଦେଇଥାଏ । ତମେ ମୋ ଜୀବନରେ ବହୁ ଖୁସି ଆଣିଥାଓ । ଏହି ବିଶେଷ ଦିନରେ ମୁଁ ସେହି ଶ୍ରେଷ୍ଠ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଛି । ଏହି ଫଟୋରେ ହସ, ପ୍ରେମ ସହ ଏକାଠି ଅଭୁଲା ମୁହୂର୍ତ୍ତ ରହିଛି.. ଯେମିତିକି ଆମ ପ୍ରଥମ ବର୍ଷର ସୁନ୍ଦର ସମୟ.. ଜନ୍ମଦିନର ଶୁଭେଚ୍ଛା ୱାଇଫ”। ରାଘବଙ୍କ ପୂର୍ବରୁ ଭଉଣୀ ପ୍ରିୟଙ୍କା ଚୋପ୍ରା (Parineeti Chopra) ମଧ୍ୟ ପରିଣୀତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ଦେଶୀ ଗର୍ଲ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପରୀଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ସେୟାର ହୋଇଥିବା ଏହି ଫଟୋରେ ଉଭୟ ଭଉଣୀ ଏକାଠି ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସେୟାର କରି ପ୍ରିୟଙ୍କା ଲେଖିଥିଲେ, 'ଜନ୍ମଦିନର ଶୁଭେଚ୍ଛା ତ୍ରିଶା । ଆଶା କରେ ତୁମକୁ ଆଜି ଏବଂ ସର୍ବଦା ପ୍ରେମ ଓ ସୁଖରେ ଘେରି ରହିଥାଉ’ ।

 

ପରିଣୀତି ଚୋପ୍ରା ୧୯୮୮ ମସିହା ଅକ୍ଟୋବର ୨୨ରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ । ଗତ ମାସ ୨୪ ତାରିଖରେ ଅଭିନେତ୍ରୀ ପରିଣୀତି ଚୋପ୍ରା ( Parineeti Chopra) ଓ ଆପ ସାଂସଦ ରାଘବ ଚଡ୍ଡା (Raghav Chadha) ରାଜସ୍ଥାନ (Rajasthan) ଉଦୟପୁରର ଲୀଲା ପ୍ୟାଲେସରେ (Udaipur leela palace) ବିବାହ କରିଥିଲେ। ଏହି ବିବାହରେ  ବଲିଉଡ଼ ଜଗତର ଅନେକ ଷ୍ଟାରଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଆପ ସାଂସଦ ସଞ୍ଜୟ ସିଂହ ଯୋଗ ଦେଇଥିଲେ।

ନିକଟରେ ପରିଣୀତି ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇଙ୍କ ଫିଲ୍ମ 'ମିଶନ ରାଣୀଗଞ୍ଜ' (Mission Raniganj )ରେ ନଜର ଆସିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ 'ଅମର ସିଂ ଚମକିଲା'ର (Amar Singh Chamkila) ସୁଟିଂରେ ବ୍ୟସ୍ତ ଅଛନ୍ତି, ଯାହା ୨୦୨୪ରେ ରିଲିଜ ହେବ । ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ (imtiaz ali) ଏହି ଚଳଚ୍ଚିତ୍ରରେ ପରିଣୀତିଙ୍କ ସହ ଦିଲଜିତ ଦୋସାଞ୍ଜ (Diljit Dosanjh) ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଖୁବଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ।

Also Read-HBD Prabhas: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍