Entertainment News: ଗତକିଛି ଦିନ ହେବ କଳା ଜଗତରୁ ଲଗାତର ଭାବରେ ଦୁଃଖଦ ଖବର ଆସୁଛି। ତେବେ, ଏହାରି ଭିତରେ ଆଉ ଏକ ଖବର ସିନେମା ଜଗତରୁ ଆସିଛି । ଏହାଶୁଣି ଫ୍ୟାନ୍ସଙ୍କୁ ଝଟକା ଲାଗିପାରେ। ଏକ ଭୟଙ୍କର ଦୁର୍ଘଟଣା ସମ୍ମୁଖିନ ହୋଇଛନ୍ତି ଜଣେ ଅଭିନେତା। କନ୍ନଡ଼ ସିନେ ଜଗତର ଜଣାଶୁଣା ଅଭିନେତା କିରନ୍ ରାଜ୍। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ବାଙ୍ଗାଲୋରର କେଙ୍ଗେରୀ ରୋଡ୍ ରେ ଏହି ଦୁର୍ଘଟଣା ଘଟିଛି...
ମିଡିଆ ରିପୋର୍ଟ ଅନୁସାରେ, ନିଜର ଏକ ମର୍ସିଡିଜ୍ କାରରେ କିରଣ ସୁଟିଂ ସାରି ବାଙ୍ଗାଲୋରର କେଙ୍ଗେରୀ ରୋଡ୍ ରେ ଘରକୁ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ଅଭିନେତା । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିନେତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗତକାଲି ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଜି ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଦୁର୍ଘଟଣାରେ ତାଙ୍କ ଆଣ୍ଠୁ ଓ କାନ୍ଧରେ ଅଧିକ କ୍ଷତ ହୋଇଥିବା ଜଣାପଡିଛି।
ତେବେ, ସୂଚନାଯୋଗ୍ୟ, କିରନ୍ କେବଳ କନ୍ନଡ ଇଣ୍ତଷ୍ଟ୍ର୍ରିରେ ନାଁ କମେଇ ନାହାଁନ୍ତି । ସେ କନ୍ନଡ଼ ସହ ତେଲୁଗୁ ସିନେମାରେ ମଧ୍ୟ କାମ କରିଛନ୍ତି। ଏପରିକି ହିନ୍ଦୀ ଟେଲିଭିଜନ୍ ରେ ପ୍ରସାରିତ ହେଉଥିବା ଅନେକ ଗୁଡିଏ ସିରିଏଲ୍ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। 'ଏ ରିସ୍ତା କ୍ୟାୟା କେହେଲାତା ହେ' ଓ'ତୁ ଆସିକି' ସିରିଏଲ୍ ରେ ମଧ୍ୟ ଅଭିନୟ କରିଛନ୍ତି। ଏହାସହ ରିୟଲିଟି ସୋ- 'ଲାଇଫ୍ ସୁପର ଗୁରୁ' ରେ ମଧ୍ୟ ନଜର ଆସିଛନ୍ତି। ସେହିପରି ଲୋକପ୍ରିୟ ଧାରାବାହିକ 'କିନ୍ନରି ' ରେ ଅଭିନୟ କରିଛନ୍ତି। ତାଙ୍କ ଆଗାମୀ ଫିଲ୍ମ'ଦ ରନି ଦି ରୁଲର୍ ' ଆଜି ରିଲିଜ୍ ହେବାକୁ ଯାଉଛି।