ପ୍ରଭାସଙ୍କ ଉପରେ ରାଗିଗଲେ ପ୍ରଶାନ୍ଥ! ବନ୍ଦ କଲେ ସଲାରର ସୁଟିଂ
Advertisement
Article Detail0/zeeodisha/odisha1203178

ପ୍ରଭାସଙ୍କ ଉପରେ ରାଗିଗଲେ ପ୍ରଶାନ୍ଥ! ବନ୍ଦ କଲେ ସଲାରର ସୁଟିଂ

ବହୁ ପୂର୍ବରୁ ସଲାରର ହିରୋ ଭାବେ ପ୍ରଭାସଙ୍କୁ ସାଇନ୍ କରାଇଥିଲେ ଡାଇରେକ୍ଟର ପ୍ରଶାନ୍ଥ ନିଲ୍। ହେଲେ ଶୁଣିବାକୁ ମିଳୁଛି ଯେ, ପ୍ରଶାନ୍ଥ ଏବେ ସଲାରର ସୁଟିଂ ଆରମ୍ଭ କରିବେ ନାହିଁ । 

ପ୍ରଭାସଙ୍କ ଉପରେ ରାଗିଗଲେ ପ୍ରଶାନ୍ଥ! ବନ୍ଦ କଲେ ସଲାରର ସୁଟିଂ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ ସଲାରର ରିଲିଜକୁ ନେଇ ଫ୍ୟାନ୍ସଙ୍କ ମନରେ ବେଶ ଉତ୍କଣ୍ଠା । ହେଲେ ଏହାରି ମଧ୍ୟରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ଲାଗିଛି ବଡ଼ ଝଟକା । କାରଣ ଡାଇରେକ୍ଟର ପ୍ରଶାନ୍ଥ ନିଲ୍ ସଲାରର ମୁଭିର ମୁଖ୍ୟ କ୍ୟାରେକ୍ଟର ପ୍ରଭାସଙ୍କୁ ନେଇ ସେତେଟା ସନ୍ତୁଷ୍ଟ ନୁହଁନ୍ତି। ବହୁ ପୂର୍ବରୁ ସଲାରର ହିରୋ ଭାବେ ପ୍ରଭାସଙ୍କୁ ସାଇନ୍ କରାଇଥିଲେ ଡାଇରେକ୍ଟର ପ୍ରଶାନ୍ଥ ନିଲ୍। ହେଲେ ଶୁଣିବାକୁ ମିଳୁଛି ଯେ, ପ୍ରଶାନ୍ଥ ଏବେ ସଲାରର ସୁଟିଂ ଆରମ୍ଭ କରିବେ ନାହିଁ । 

କେଜିଏଫ ମେକର (Kgf Maker) ପ୍ରଶାନ୍ଥ ନିଲ୍ ଯେବେ ଠାରୁ ଘୋଷଣା କରିଛନ୍ତି ଯେ, ପ୍ରଭାସଙ୍କ ଅଭିନୀତ ସଲାର ମୁଭି ଆସିବାକୁ ଯାଉଛି ସେବେ ଠାରୁ ଫ୍ୟାନ୍ସଙ୍କ ନିଦ ହଜିଯାଇଛି । ଟଲିଉଡ ରେବେଲ ଷ୍ଟାର ପ୍ରଭାସ ବାହୁବଳୀ-2 ଏବଂ ସାହୋ ପରେ ଅନ୍ୟ କୌଣସି ଆକ୍ସନ ମୁଭି ସୁଟିଂ କରିନାହାଁନ୍ତି। ତେବେ ସଲାରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ପ୍ରଭାସଙ୍କ ଡାଏ ହାର୍ଟ ଫ୍ୟାନ୍ସ। 

Also Read: ମହଙ୍ଗା ହେବ ଛେନା ଓ ପନୀର, ଏକାଥରେ ବଢ଼ିବ ଏତିକି ଟଙ୍କା

ସେପଟେ ସଲାର ମୁଭିର (Movie salaar) ସୁଟିଂ ଆରମ୍ଭ ହେବା ପୂର୍ବରୁ ପ୍ରଭାସ କିଛି ଓଜନ ହ୍ରାସ କରନ୍ତୁ ବୋଲି ପ୍ରଶାନ୍ଥ ନୀଲ ଚାହୁଁଛନ୍ତି। ଯଦିଓ ପ୍ରଭାସଙ୍କ ସମ୍ପ୍ରତି ଚଳଚ୍ଚିତ୍ର ଗ୍ରାଫିକ୍ସ ଉପରେ ନିର୍ଭରଶୀଳ,  ହେଲେ ଏହି ହାଇ ବିଗବଜେଟ ଫିଲ୍ମ ପାଇଁ ନିର୍ଦ୍ଦେଶକ ଏହିପରି ସର୍ତ୍ତ ଉପରେ ନିର୍ଭର କରିବାକୁ ଚାହୁଁନାହାଁନ୍ତି । ସୂଚନାନୁସାରେ, ପାନ ଇଣ୍ଡିଆ ତାରକାଙ୍କ ପୂର୍ବ ସିନେମା ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଚେହେରା ରହିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାନ୍ଥ ନୀଲ (Prashanth Neel) ଲୁକ୍ ସମ୍ବନ୍ଧରେ ଆପୋଷ ବୁଝାମଣା କରିବାକୁ ଚାହାଁନ୍ତି ନାହିଁ ଏବଂ ପାନ୍ ଇଣ୍ଡିଆ ଷ୍ଟାର୍ ଟନ୍ ନହେବା ପର୍ଯ୍ୟନ୍ତ ସଲାରର ସୁଟିଂ ଆରମ୍ଭ କରିବେ ନାହିଁ । 

ଏଥିପାଇଁ ସୁପରଷ୍ଟାର ହିରୋ ପ୍ରଭାସ (Prabhas) ସଲାରର ଚରିତ୍ରରେ ପରିଣତ ହେବା ପାଇଁ ଅତ୍ୟଧିକ ଓଜନ ହ୍ରାସ କରିବେ । ପ୍ରଶଂସକମାନେ ଏହି ହାଇ ବଜେଟ ଚଳଚ୍ଚିତ୍ରରେ ଏକ ପତଳା ଏବଂ ସ୍ଲିମଟ୍ରିମ୍ ପ୍ରଭାସଙ୍କୁ ଦେଖିବାକୁ ପାଇବେ । ନିର୍ଦ୍ଦେଶକ ପ୍ରଶାନ୍ଥ ନୀଲ ପ୍ରଭାସଙ୍କ ମେକଓଭର ଉପରେ ତୀକ୍ଷ୍ଣ ନଜର ରଖିବେ । ସେପଟେ ମୁଭିରେ ପ୍ରଭାସଙ୍କ ଏହି ପରିବର୍ତ୍ତନକୁ ନେଇ ସେ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ, କାରଣ ସଲାରର ସୁଟିଂ ଠାରୁ ଆରମ୍ଭ କରି ରିଲିଜ ହେବା ପର୍ଯ୍ୟନ୍ତ ଫ୍ୟାନ୍ସ ମାନେ ରେବେଲେ ଷ୍ଟାରଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ପାଇବେ। 

Also Read: ଅତ୍ୟଧିକ ଶୋଇବାରୁ ବଢ଼ିଥାଏ ଏହି ୫ଟି ରୋଗର ଆଶଙ୍କା, ତୁରନ୍ତ ବଦଳାନ୍ତୁ ଅଭ୍ୟାସ

ଫିଲ୍ମ ସଲାର ଏକ ହେଭି ଡ୍ୟୁଟି ଆକ୍ସନ୍ ଥ୍ରୀଲର୍ (Action Thriller) ଏବଂ ୨୦୨୩ ର ଖରାଦିନ ସମୟରେ ପ୍ୟାନ୍ ଇଣ୍ଡିଆ ଥିଏଟର ରିଲିଜ୍ ହେବ । ପ୍ରଭାସଙ୍କ ସହିତ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ଶ୍ରୁତି ହାସନ, ଜଗପତି ବାବୁ, ପ୍ରୀତିରାଜ ସୁକୁମାରନ୍ ଏବଂ ଅନ୍ୟମାନେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।