କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ, ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍
Advertisement
Article Detail0/zeeodisha/odisha1174525

କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ, ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍

କରନଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ ଟ୍ୱିଷ୍ଟ , ଟିଭି ପରଦାରେ ନୁହେଁ ବରଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରଣ ହେବ କରନଙ୍କ ଫେମସ ଟକ୍ ଶୋ' କଫି ୱିଥ୍ କରନ । କଫି ସହ ନିଜ ଜୀବନର ମଜାଦାର କାହାଣୀ ବଖାଣିବେ ସେଲିବ୍ରିଟି ।

କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ,  ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍

ନୂଆଦିଲ୍ଲୀ: ସେଲିବ୍ରିଟିଙ୍କ ସିକ୍ରେଟ୍ ଗସିପ୍ , ରାପିଡ୍ ଫାୟାର , ରୋମାନ୍ସ , ଦୋସ୍ତି , ଦୁଶମନି , ଫ୍ଲର୍ଟିଂ ଆଉ ଗସିପରୁ ନେଇ ସାଧାରଣ ଜ୍ଞାନ ପର୍ଯ୍ୟନ୍ତ ଏବେ ଆପଣ ଏହି ସବୁ ଦେଖିପାରିବେ ଆପଣଙ୍କ ଫେଭରେଟ ଶୋ' କଫି ୱିଥ୍ କରନ' (Koffee With Karan)ରେ  । କାହିଁକି ନା କଫି ୱିଥ୍ କରନ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି ।ହେଲେ ଏଥର ଟିଭି ପରଦାରେ ନୁହେଁ ବରଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରଣ ହେବ କରନଙ୍କ ଫେମସ ଟକ୍ ଶୋ' କଫି ୱିଥ୍ କରନ । ବହୁ ପ୍ରତିକ୍ଷୀତ କଫି ୱିଥ କରନ ଶୋର ସିଜିନ ୭ର ଏଥର Exclusively ଡିଜନି + ହଷ୍ଟଷ୍ଟାର (Disney+ Hotstar) ରେ ପ୍ରସାରିତ ହେବ । 

ବୁଧବାର କରନ ଜୋହର (Karan Johar)ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଏହି ଶୋ ଆଉ ଟିଭିରେ ପ୍ରସାରଣ ହେବ ନାହିଁ ବୋଲି ସେୟାର କରିଥିଲେ ।ସେ ଏକ ନୋଟ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ କ୍ୟାପସନ ଲେଖିଥିଲେ  ଗୁରୁତ୍ୱପୂର୍ଣ୍ଣ ଘୋଷଣା । ସେ ଲେଖିଥିଲେ  ' ଗତ ୬ ସିଜନ ହେଲା  କଫି ୱିଥ୍ କରନ  ମୋର ଆଉ ଆପଣଙ୍କ ଜୀବନର ଗୋଟିଏ ଅଂଶ ଥିଲା । ମୁଁ ଭାବୁଛି ଆମେ କିଛି ପ୍ରଭାବ ପକାଇଛୁ ଏବଂ ପପ୍ କଲଚର୍ ହିଷ୍ଟ୍ରୀରେ ଆମ ସ୍ଥାନ ତିଆରି କରିଛୁ । ଦୁଃଖର ସହ ମୁଁ ଘୋଷଣା କରୁଛି ଯେ କଫି ୱିଥ୍ କରନ ଆଉ ଫେରିବନି -କରନ ଜୋହର ।' 

Also Read: ଇଦରେ ଭାଇଜାନ ଓ ଶେହନାଜଙ୍କ ଇସ୍କ

କରନଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ନିରାଶ କରିଥିଲା । ଅନେକ ସେଲିବ୍ରିଟି ଆଉ ଦର୍ଶକ କରନଙ୍କ ପୋଷ୍ଟରେ କମେଣ୍ଟ କରି ନିଜ ଦୁଃଖ ଜାହିର କରିଥିଲେ ।ଏହାପରେ କରନ ଆଉ ଏକ ପୋଷ୍ଟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଯାହା ପଢି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ଟିଭି ନୁହେଁ ବରଂ ଡିଜନି + ହଷ୍ଟଷ୍ଟାରରେ କଫି ୱିଥ୍ କରନ ସିଜିନ ୭ (Koffee With Karan-7) ପ୍ରସାରଣ ହେବ ବୋଲି କରନ ଜୋହର ସୂଚନା ଦେଇଛନ୍ତି ।ସେ ଲେଖିଛନ୍ତି -' କଫି ୱିଥ୍ କରନ ଟିଭିକୁ ଫେରିବନି । କାହିଁକି ନା ସବୁ ଭଲ ଷ୍ଟୋରୀକୁ କିଛି ଟ୍ୱିଷ୍ଟର ଆବଶ୍ୟକତା ରହିଛି , ମୁଁ ଖୁସିର ସହ ଘୋଷଣା କରୁଛି ଯେ କଫି ୱିଥ୍ କରନ  Exclusively  ଡିଜନି + ହଷ୍ଟଷ୍ଟାରରେ ଷ୍ଟ୍ରିମିଂ ହେବ ।

Also Read : ଅଡୁଆରେ ରାଞ୍ଝଣା; ସମନ ଜାରି କଲେ କୋର୍ଟ

କରନ ଆହୁରି କହିଛନ୍ତି ଭାରତର ସବୁ ଷ୍ଟାର ଶୋକୁ ଆସିବେ ଏବଂ କଫି ନିଜ ଜୀବନ ସହ ଜଡ଼ିତ ମଜାଦାର କଥା କହିବେ । ବହୁତ ସାରା ଗେମ୍ , ବହୁତ ଗୁଜବକୁ ରୋକାଯିବ ଏବଂ ପ୍ରେମକୁ ନେଇ କିଛି ଗମ୍ଭୀର କଥାବାର୍ତ୍ତା ହେବ ।କରନଙ୍କ ଏହି ପୋଷ୍ଟ ପରେ ଫ୍ୟାନ ଆଉ ସେଲିବ୍ରିଟି ବହୁତ ଖୁସି ହୋଇଯାଇଛନ୍ତି । ଫେଭରେଟ  ଟକ୍ ଶୋକୁ ପୁଣି ଦେଖିବାକୁ ପାଇବେ ଦର୍ଶକ ।କରନଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ରାକୁଲ ପ୍ରୀତ (Rakul Preet), ସିଙ୍ଗର ବି ପ୍ରାକ୍ (B Prak) ପ୍ରମୁଖ କମେଣ୍ଟ   କରି କରନଙ୍କ ଟ୍ୱିଷ୍ଟର ପ୍ରଶଂସା କରିଛନ୍ତି ।  ଏହି  କଫି ୱିଥ କରନ ଶୋ' ୨୦୦୪ ମସିହା ନଭେମ୍ବର ୧୯ ତାରିଖରୁ ପ୍ରସାରିତ ହୋଇ ଆସୁଛି ।