Sonali Phogat Passes Away: ହୃଦଘାତରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ
Advertisement
Article Detail0/zeeodisha/odisha1315269

Sonali Phogat Passes Away: ହୃଦଘାତରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ସୋମବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସେ ନିଜର କିଛି ଷ୍ଟାଫଙ୍କ ସହ ଗୋଆ ଯାଇଥିବା ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିବା ସୂଚନା ମିଳିଛି । ସୋନାଲି ଫୋଗଟ ବହୁଚର୍ଚ୍ଚିତ ରିଆଲିଟି ଶୋ' Bigg Boss 14 ସଂସ୍କରଣରେ ଶେଷ ଥର ପାଇଁ ନଜର ଆସିଥିଲେ ।

Sonali Phogat Passes Away: ହୃଦଘାତରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

Sonali Phogat Passes Away, ନୂଆଦିଲ୍ଲୀ: ଯୁବ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ ହୋଇଛି। 
ସୋମବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ନିଜର କିଛି ଷ୍ଟାଫଙ୍କ ସହ ଗୋଆ ଯାଇଥିବା ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିବା ସୂଚନା ମିଳିଛି। ସୋନାଲି ଫୋଗଟଙ୍କ ଦେହାନ୍ତରେ ଉଭୟ ରାଜନୈତିକ ଓ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

ଗୋଆରେଅ ଭିନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଶେଷଥର ପାଇଁ ବହୁଚର୍ଚ୍ଚିତ ରିଆଲିଟି ଶୋ' Bigg Boss 14ରେ ନଜର ଆସିଥିଲେ। ୱାଇଲ୍ଡକାର୍ଡ (wildcard) ପ୍ରତିଯୋଗୀ ଭାବେ ସେ ଏଥିରେ ଏଣ୍ଟ୍ରି କରିଥିଲେ। ସୋନାଲି ଜଣେ ଲୋକପ୍ରିୟ ଟିକଟକ୍ ଷ୍ଟାର ମଧ୍ୟ ଥିଲେ। ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଆଦମପୁର ଆସନରୁ ସୋନାଲି ବିଜେପିରୁ ଟିକେଟରେ ନିର୍ବାଚନ ଲଢିଥିଲେ। ହରିୟାଣା ବିଜେପି ୟୁନିଟ୍ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଥିଲା। 

Also Read: Prophet Muhammad row: ବିଜେପି ବିଧାୟକ ରାଜା ସିଂହ ଅଟକ, ଅନେକ ସମର୍ଥକଙ୍କୁ ବି ଉଠାଇନେଲା ପୋଲିସ

ଗତ ୨୦୧୬ ମସିହାରେ ସୋନାଲିଙ୍କ ସ୍ବାମୀ ସଞ୍ଜୟ ଫୋଗଟଙ୍କ ଦେହାନ୍ତ ହୋଇଥିଲ। ବର୍ତ୍ତମାନ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ୨୦୦୬ରେ ଦୁରଦର୍ଶନର ଏକ ହରିୟାଣଭି ଶୋରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସୋନାଲି ୨୦୧୬ରେ ଟିଭି ସିରିଅଲ 'ଏକ ମାଆ ଯୋ ଲାଖୋଂ କେ ଲିୟେ ବନି ଅମ୍ମା'(Ek Maa Jo Laakhon Ke Liye Bani Amma)ରେ ଡେବ୍ୟୁ କରିଥିଲେ। ସେ ହରିୟାଣା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୯ରେ ସୋନାଲି ଫୋଗାଟ ଦ ଷ୍ଟୋରୀ ଅଫ ବଦମାସଗଡରେ ମଧ୍ୟ କାମ କରିଛନ୍ତି। 

ସୋନାଲି ୨୧ ସେପ୍ଟେମ୍ବର ୧୯୭୯ ମସିହାରେ ହରିୟାଣାର ଫତେହାବାଦର ଭୁଟାନ କଲାନ ଗ୍ରାମରେ ଏକ ଜାଟ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜଣ ଭାଇ ଏ ତିନି ଜଣ ଭଉଣୀ ଅଛନ୍ତି। ସୋନାଲି ୨୦୦୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ ପରେ ସେ ତାଙ୍କ ଝିଅ ଯୋସଦାଙ୍କ ସହ ରହୁଥିଲେ।