ମୋଦି ସରକାରଙ୍କ ବଡ଼ ଘୋଷଣା; ୨୦୨୪ ନିର୍ବାଚନ ପୂର୍ବରୁ ଏତିକି ବେକାରୀ ଯୁବକ ଯୁବତୀ ପାଇବେ ସରକାରୀ ଚାକିରି
Advertisement
Article Detail0/zeeodisha/odisha1219384

ମୋଦି ସରକାରଙ୍କ ବଡ଼ ଘୋଷଣା; ୨୦୨୪ ନିର୍ବାଚନ ପୂର୍ବରୁ ଏତିକି ବେକାରୀ ଯୁବକ ଯୁବତୀ ପାଇବେ ସରକାରୀ ଚାକିରି

ପିଏମଓ ଇଣ୍ଡିଆ ଏକ ଟୁଇଟ୍‌ରେ କହିଛି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।'

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ଖୁବଶୀଘ୍ର ଦେଶର ବେକାରୀ ସମସ୍ୟା ଦୂର ହେବ। ଆସନ୍ତା ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧୦ ଲକ୍ଷ ଜଣଙ୍କୁ ନିଯୁକ୍ତି ଦେବେ। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ଯେଉଁ ସମୟରେ ସମସ୍ତ ବିରୋଧୀ ଦଳ ଦେଶର ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି, ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏର ବଡ ଘୋଷଣା କରିଛି। ପିଏମଓ ମଙ୍ଗଳବାର ଟ୍ୱିଟ କରି କହିଛି ଯେ, ମୋଦି ସରକାର ଆସନ୍ତା ଦେଢ ବର୍ଷ ମଧ୍ୟରେ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ। ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ 'ମିଶନ ମୋଡ'ରେ ନିଯୁକ୍ତି ଆରମ୍ଭ କରିବାକୁ କହିଛନ୍ତି ବୋଲି ପିଏମଓ ସୂଚନା ଦେଇଛି। 

Also Read: ଦଶମ ପାସ୍ କରିଥିଲେ ବିନା ପରୀକ୍ଷା ଦେଇ ରେଲୱେରେ କରିପାରିବ ଚାକିରି; ଶୀଘ୍ର କରନ୍ତୁ ଆବେଦନ

ପିଏମଓ ଇଣ୍ଡିଆ ଏକ ଟୁଇଟ୍‌ରେ କହିଛି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।' ପିଏମଓର ଏପରି ଘୋଷଣା ଏବେ ବିରୋଧିଙ୍କ ମୁହଁ ଚୁପ କରିଛି। ଖୁବଶୀଘ୍ର ଦେଶର ବେକାରୀ ସମସ୍ୟାରେ ଅବନ୍ନତି ଆସିବ। ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ବିଜ୍ଞାପନ ଦିଆଯିବ ବୋଲି ଆଶା କରାଯାଉଛି। 

 

୨୦୨୪ରେ ସାଧାରଣ ନିର୍ବାଚନ ହେବ। କୁହାଯାଉଛି ଯେ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ଲୋଭନୀୟ ସ୍କିମର ଘୋଷଣା କରିଛନ୍ତି। ସରକାରଙ୍କ ସମସ୍ତ ବିଭାଗରେ ଶହ ଶହ ପଦବୀ ଖାଲି ଅଛି। କିନ୍ତୁ ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତି କେବଳ ନିର୍ବାଚନ ଲଲିପପ୍। ଯଦି ଦେଢବର୍ଷରେ ସରକାର ୧୦ ଲକ୍ଷ ନିଯୁକ୍ତି ଦେବାକୁ ଯାଉଛନ୍ତି, ତେବେ ମାସିକ ହାରାହାରି ୫୫ ହଜାର ପଦବୀ ପୂରଣ କରିବାକୁ ପଡିବ ବୋଲି ବିରୋଧି ଦଳର ନେତାମାନେ କହିଛନ୍ତି।

Also Read: ଦଶମ ଗଣିତରେ ୩୬ ମାର୍କ ଓ ଇଂରାଜୀରେ ୩୫ ମାର୍କ; ଆଜି କଲେକ୍ଟର ଅଟନ୍ତି ତୁଷାର ସୁମେରା

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ​​ତଥ୍ୟାନୁସାରେ, ଏପ୍ରିଲରେ ଦେଶର ବେକାରୀ ହାର ୭.୮୩% ଥିବା ବେଳେ ମେ’ରେ ତାହା  ୭.୧୨%କୁ ଖସିଛି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ, ଯଦି ଭାରତରେ ବେକାରୀ ହାର ଅଧିକ ରହେ, ତେବେ ଏଥିପାଇଁ ଚାକିରି ବୃଦ୍ଧିରେ ଧ୍ୟାନ ଦେବା ପରିବର୍ତ୍ତେ ଧାର୍ମିକ ବିଭାଜନକୁ ସମର୍ଥନ କରୁଥିବା 'ଉଦ୍ୟୋଗୀ' ରାଜନେତାମାନେ ଦାୟୀ। ବିଶେଷକରି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ବେକାରୀ ସମସ୍ୟା ଅଧିକ ଅସମାନତା ଏବଂ ବିଭାଜନ ସୃଷ୍ଟି କରେ।