OCS Recruitment 2025: ଓଡି଼ଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡି଼ଶା ସିଭିଲ୍ ସର୍ଭିସ୍ -୨୦୨୪ (ଓସିଏସ୍) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଶହ ପଦ ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ ଫେବୃଆରୀ ୧୦ ତାରିଖ ଧାର୍ଯ୍ୟ ହୋଇଛି।
ଓପିଏସି ପକ୍ଷରୁ ପ୍ରତିବର୍ଷ ଓସିଏସ୍ ପରୀକ୍ଷା କାରଯାଉଛି। ଏଥର ୨ଶହ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୬୫ ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ବର୍ଗରେ ୪୫, ଏସିବିସି ୩୫, ଏବଂ ଅଣସଂରକ୍ଷିତ ବର୍ଗରେ ୭୦ ପଦ ରହିଛି। ବିଜ୍ଞପ୍ତି ଅନୁସାରେ, ମୋଟ୍ ୨୦୦ ପଦ ମଧ୍ୟରୁ ଓଡିଶା ପ୍ରଶାସନିକ ସେବା ( ଓଏଏସ୍) ରେ ୩୦ ପଦ, ଓଡି଼ଶା ବିତ୍ତ ସେବା(ଓଏଫଏସ୍)ରେ ୪୬, ଓଡି଼ଶା ଟ୍ୟାକେସସନ୍ ଓ ଆକାଉଣ୍ଟ ସର୍ଭିସ୍ (ଓଟିଏସି)ରେ ୬୨,ଓଡିଶା କୋଅରେଟିଭ୍ ଅଡିଟ୍ ସର୍ଭିସ୍-ରେ ୫, ଓଡିଶା କୋଅରେଟିଭ୍ ସର୍ଭିସ୍-ରେ ୧୪ ଏବଂ ଓଡି଼ଶା ରାଜସ୍ବ ସେବା (ଓଆରଏସ୍)ରେ ୪୩ ପଦ ପୂରଣ କରାଯିବ।