Top 5 Lucky Zodiac Sign, 4 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୦୪ ଡିସେମ୍ୱର ଶନିବାର ଦିନ ଗଠିତ ହେଉଥିବା ଶୁଭଯୋଗ ପ୍ରଭାବରେ ୫ ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବାକୁ ଯାଉଛନ୍ତି ।
ମିଥୁନ ରାଶି
ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବାକୁ ଯାଉଛି । ଦିନଟିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ । ଭଲ ସ୍ଥାନରେ ଟଙ୍କା ବିନିଯୋଗ କରିବାର ସୁଯୋଗ ମିଳିପାରେ । କୌଣସି ଏକ ଖୁସି ଖବର ପାଇ ପରିବାର ସଦସ୍ୟ ବହୁତ ଉତ୍ସାହିତ ଦେଖାଯିବେ । ଘରେ କିମ୍ୱା ସାଙ୍ଗସାଥୀଙ୍କ ସହ ଭୋଜିଭାତର ବିଶେଷ ଆୟୋଜନ କରିପାରନ୍ତି । ବ୍ୟବସାୟରେ ଅଗ୍ରଗତି କରିବେ । ଆପଣଙ୍କ ଶତ୍ରୁମାନେ ଚେଷ୍ଟା କରି ମଧ୍ୟ ଆପଣଙ୍କର କୌଣସି ଅନିଷ୍ଟ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କ ସହିତ ସନ୍ଧ୍ୟା ସମୟ ବିତାଇପାରନ୍ତି ।
କର୍କଟ ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଶନି ଦେବଙ୍କ କୃପା ଆପଣଙ୍କ ପ୍ରତି ରହିବ । ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ । ନିଜ ଲକ୍ଷ୍ୟ ପୂରଣ ଦିଗରେ ଅଧିକ ଧ୍ୟାନ ଦେବେ । ସମ୍ପତ୍ତି ସହିତ ଜଡିତ ଏକ ବଡ ଡିଲ୍ ଚୂଡାନ୍ତ କରିପାରନ୍ତି । କିଛି ସମ୍ପର୍କୀୟଙ୍କୁ ଦେଖା କରିବାର ସୁଯୋଗ ମିଳିବ । ଚାକିରି ଖୋଜୁଥିଲେ ଦିନଟିରେ ଖୁସିଖବର ମିଳିପାରେ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ମିଳିବାର ସମ୍ଭାବନା ଅଧିକ ।
କନ୍ୟା ରାଶି
ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ପିଲାଙ୍କ ଅଗ୍ରଗତି ଦେଖି ଆପଣ ଖୁସି ଅନୁଭବ କରିବେ । ଆପଣଙ୍କ କାନ୍ଧରୁ ବୋଝ ହାଲୁକା ହୋଇଯିବ । ଦିନଟିରେ ମନର ଇଚ୍ଛା ପୂରଣ ହୋଇପାରେ । ଟଙ୍କା ସଞ୍ଚୟ କରିବାରେ ସଫଳ ହେବ । ବ୍ୟବସାୟ କାର୍ଯ୍ୟରେ ଦିନସାରା ବ୍ୟସ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ଅର୍ଜନ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନରେ ସାଥୀଙ୍କ ନିକଟତର ହେବେ । ସନ୍ଧ୍ୟାରେ ପିତାମାତାଙ୍କ ସହିତ ଘରୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ।
ବିଛା ରାଶି
ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ହେବାକୁ ଯାଉଛି । ପ୍ରତ୍ୟେକ କାର୍ଯ୍ୟକୁ ସଠିକ ଢଙ୍ଗରେ ଶେଷ କରିବାରେ ସକ୍ଷମ ହେବେ । ଶନିଦେବଙ୍କ ଆଶୀର୍ବାଦ ସହ ସମସ୍ତ କାର୍ଯ୍ୟ ଶେଷ କରିବାରେ ସକ୍ଷମ ହେବେ । କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଜଣେ ବନ୍ଧୁ କିମ୍ବା ପ୍ରିୟଜନଙ୍କୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି । ନୂଆ କ୍ୟାରିଅର୍ ଆରମ୍ଭ କରିବାକୁ ଚାହୁଁଥିଲେ ଏକ ଭଲ ସୁଯୋଗ ମିଳିପାରେ । ସାଥୀଙ୍କ ସହିତ କୌଣସି ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ପାର୍ଟି କରିପାରନ୍ତି ।
ମକର ରାଶି
ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହୋଇପାରେ । ଶନିଦେବଙ୍କ କୃପାରୁ ବିପୁଳ ପରିମାଣର ଟଙ୍କା ପାଇପାରନ୍ତି । ପୁରୁଣା ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ । ଘରେ କୌଣସି ବିବାଦ ଥିଲେ ତାହା ଆପୋଷ ବୁଝାମଣା ମଧ୍ୟରେ ଶେଷ ହେବ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମିଳିପାରେ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ପୂରଣ କରିବାରେ ସକ୍ଷମ ହେବେ। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଆପଣଙ୍କ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ତାହା ଦୂର ହେବ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़