Kalahandi Ground Report: ଅନାହାର ଓ ଅକାଳ ମୃତ୍ୟୁ ରୋକିବ କି 'ରେଓ୍ୱାଡ଼ି କଲଚର'
Advertisement
Article Detail0/zeeodisha/odisha1464865

Kalahandi Ground Report: ଅନାହାର ଓ ଅକାଳ ମୃତ୍ୟୁ ରୋକିବ କି 'ରେଓ୍ୱାଡ଼ି କଲଚର'

Kalahandi Ground Report: ବିଗତ କିଛି ଧରି ରେବାଡ଼ି ସଂସ୍କୃତି ଉପରେ ଦୀର୍ଘ ସମୟ ଧରି ଆଲୋଚନା ଜାରି ରହିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଆଲୋଚନା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ମାଗଣାରେ ଜିନିଷ ଦେବା ରାଜ୍ୟ ରାଜସ୍ୱକୁ ଖାଲି ହେବାରେ ଲାଗିଛି। କିନ୍ତୁ ଅନେକ ରାଜ୍ୟ ସରକାର କହୁଛନ୍ତି ଯେ ଏହା ଜନକଲ୍ୟାଣ ଯୋଜନା। ଏହାକୁ ରେବାଡ଼ି ବଣ୍ଟନ କହିବା ଭୁଲ ହେବ। 

Kalahandi Ground Report: ଅନାହାର ଓ ଅକାଳ ମୃତ୍ୟୁ ରୋକିବ କି 'ରେଓ୍ୱାଡ଼ି କଲଚର'

Kalahandi Ground Report:  ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମାଗଣା ବାଣ୍ଟିବା ଯୋଜନାକୁ ପ୍ରାୟତଃ ସମସ୍ତ ରାଜନୈତିକ ଦଳ ତାଙ୍କର ଏଜେଣ୍ଡା ମଧ୍ୟରେ ସାମିଲ କରିସାରିଛନ୍ତି। ଏଭଳି ସ୍ଥିତିରେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଂଗ ହେଉଛି ଦେଶର ପଛୁଆ ଜିଲ୍ଲା ତାଲିକାରେ ଆସୁଥିବା କଳାହାଣ୍ଡି ଜିଲ୍ଲାର ସ୍ଥିତି ଏବେ କଣ ରହିଛି।  ଏହି ଜିଲ୍ଲାକୁ ରାଜ୍ୟ ସରକାର ଦୀର୍ଘ ସମୟ ପର୍ଯ୍ୟନ୍ତ ମାଗଣାରେ ଅନେକ ମୌଳିକ ସାମଗ୍ରୀ ବାଣ୍ଟି ଆସୁଛନ୍ତି। କଳାହାଣ୍ଡି ଜିଲ୍ଲା ଆଜିବି ସେହି ଭୟଙ୍କର ତଥା ଲଜ୍ଜାଜନକ ଘଟଣାକୁ ଭୁଲି ପାରିନାହିଁ। ଯେତେବେଳେ ମୁଠାଏ ଚାଉଳ ପାଇଁ ବିଭିନ୍ନ ସ୍ଥାନରେ ହାତପାତିବାକୁ ପଡ଼ୁଥିଲା। ଏପରିକି ଶହେ ଟଙ୍କା ପାଇଁ ନିଜ ଝିଅକୁ ବିକିବାକୁ ପଡ଼ୁଥିଲା ପରିବାରକୁ। କେବଳ ଏତିକି ନୁହେଁ, ଗୋଟିଏ ଶାଢୀ ଓ ୪୦ ଟଙ୍କା ପାଇଁ ନିଜର ୧୪ ବର୍ଷୀୟ ଝିଅକୁ ବିକ୍ରିକରିବାକୁ ପଡ଼ୁଥିଲା। ଏଭଳି ଏକ ଦୟନୀୟ ସ୍ଥିତି ଦେଇ ଗତି କରିଛି କଳାହାଣ୍ଡି ଜିଲ୍ଲୀ। 

ଏଭଳି ସମୟକୁ ମନେ ପକାଇ କଳାହାଣ୍ଡିର ଗୁନ୍ଧର ନାୟକ କୁହନ୍ତି ମୁଁ ବହୁତ ଛୋଟ ଥିଲି। ମୋ ମା'ଙ୍କୁ  ହରାଇଥିଲି। ମୋତେ ଏନେଇ ଟିକିଏ ବି ଖବର ନଥିଲା। ମୁଁ ଘର ଭିତରେ ଥିଲି। ଲଗାଣ ଛେଚା ବର୍ଷା ହେଉଥିଲା। ମୁଁ ମା' ମା' ବୋଲି ଚିତ୍କାର କରି ଡାକୁଥିଲି। ସନ୍ଧ୍ୟାରେ ଗାଁ ଲୋକ ଶ୍ମଶାନରୁ ଫେରିବା ପରେ ମୁଁ ଜାଣିଲି ଯେ ମୋ ମା ଆଉ ଏ ଦୁନିଆରେ ହିଁ ନାହିଁ। ସେହି ସମୟରେ ମୁଁ ପ୍ରାୟ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଖାଇବାକୁ ପାଇନଥିଲି ବୋଲି ଗୁନ୍ଧର କୁହନ୍ତି।  ତେବେ ଭାତ ହାଣ୍ଡିରୁ ଗୋଟିଏ ଭାତ ଆଣି ପରଖିବା ସଦୃଶ। ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଗୁନ୍ଧରଙ୍କୁ ଦେଖିବାକୁ ମିଳିବ। 

ବରିଷ୍ଠ ସାମ୍ବାଦିକ ରବି ଦାସ କୁହନ୍ତି ଏବେ କିନ୍ତୁ କଳାହାଣ୍ଡିରୁ ଆଉ ଅନାହାର ମୃତ୍ୟୁ ଖବର ସାମ୍ନାକୁ ଆସୁନାହିଁ। ସେହିପରି ଆଉ ଜଣେ ହେଉଛନ୍ତି ସୁପାରୀ ପୁଟେଲ। ସୁପାରୀ ପୁଟେଲଙ୍କୁ ଏବେ ପ୍ରତି ମାସରେ ୨୫ କିଲୋ ଚାଉଳ ଓ ବିଧବା ଭତ୍ତା ସରକାର ଯୋଗାଇ ଦେଉଛନ୍ତି। ପ୍ରଥମେ ପୁଅ ଓ ପରେ ସ୍ୱାମୀର ମୃତ୍ୟୁ ପରେ ଘରର ତିଆରିରେ ଯେଉଁ ସବୁ କାମ ଅଟକି ରହିଯାଇଥିଲା ତାହା ଏବେ ସବୁ ପୁରଣ ହେବାକୁ ଯାଉଛି। ତେବେ ବିଜୁ ପକ୍କା ଘର ଯୋଜନାରେ ସୁପାରୀ ପୁଟେଲଙ୍କୁ ଏହି ଘର ମିଳିଛି। ଯଦିଓ ସେ ଏବେବି ନିଜର ପୁରୁଣା ଘରେ ରହି ଆସୁଛନ୍ତି। 

ସୁପାରୀଙ୍କ ପୁରୁଣା ଘର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ନୁଆଁଣିଆ ଚାଳଛପର ଘରେ ସେ ଆଜି ବି ରହି ଆସୁଛନ୍ତି। ଘର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ବେଶ ନଇଁବାକୁ ପଡ଼ିଥାଏ। ଠିଣ ଡବ୍ବାକୁ କାଟି ସେଥିରେ ଘରର କବାଟ ପ୍ରସ୍ତୁତ କରାଯାଇଛି। ଘର ଭିତରକୁ ପଶିଗଲେ ଛପର ଭେଦି ସୂର୍ଯ୍ୟକିରଣ ଘର ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିବ। ସେହି ଚାରି କାନ୍ଥ ମଧ୍ୟରେ ରହିଛି ସୁପାରୀ ପୁଟେଲଙ୍କ ଜୀବନଯାକ ପରିଶ୍ରମ କରି ଅର୍ଜିଥିବା ସମ୍ପତ୍ତି। ଘର ଭିତରେ ରହିଛି କିଛି ପିନ୍ଧା ଲୁଗା। ଗୋଟିଏ କୋଣରେ ରହିଛି ଦୁଇଟି ବସ୍ତା ଓ କିଛି ବିଛଣା। ଏହା ସହିତ କିଛି ରୋଷେଇ ସରଞ୍ଜାମ ଓ ଦୁଇଟି ଗ୍ୟାସ ସିଲିଣ୍ଡର। 

ସୁପାରୀ କୁହନ୍ତି, ପୁଅ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ହୋଇ ପଡ଼ି ରହିଥିଲା। ଦୀର୍ଘ ଦିନ ଧରି ସରକାରଙ୍କ ନିକଟରୁ ମିଳିଥିବା ଘର ପାଇଁ ଅର୍ଥ ମଧ୍ୟ ସରିଯାଇଥିଲା। କିନ୍ତୁ ପୁଅର ଜୀବନ ରକ୍ଷା ହୋଇ ପାରିନଥିଲା। ଆମେ ସ୍ୱାମୀସ୍ତ୍ରୀ ଦୁହେଁ ଭାବିଥିଲୁ ରାଜ୍ୟ ବାହାରକୁ ଯାଇ କାମଧନ୍ଦା କରି ପେଟ ପୋଷିବୁ। କିଛି ପଇସା ସଞ୍ଚୟ କରି ଘର କରିବୁ। କାରଣ ବ୍ଲକ ଅଧିକାରୀ କହିଥିଲେ କି ଯଦି ତୁମେ ଘର ନ କରିବ ତେବେ ତୁମ ପାଇଁ ସମସ୍ୟା ଆସିପାରେ। କିନ୍ତୁ ଭାଗ୍ୟକୁ ତ କେହି ବଦଳାଇ ପାରିବେ ନାହିଁ। କାମ ନିଶାରେ ଆମେ ମୁମ୍ବାଇ ଯାଇଥିଲୁ। ସେଠାରେ ପହଞ୍ଚିବାର ୧୦ ଦିନ ମଧ୍ୟରେ ସ୍ୱାମୀଙ୍କ ଦେହ ଖରାପ ହୋଇଥିଲା ଆଉ କିଛି ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।  ଏଠାରୁ ବହୁତ ଗୁଡ଼ିଏ ଲୋକ ଘର, ପୋଲ ଓ ରାସ୍ତା କାମ ନିର୍ମାଣ ପାଇଁ ବହୁତ ଲୋକ ସେଠାକୁ ଯାଉଛନ୍ତି ବୋଲି ସୁପାରୀ କହିଛନ୍ତି। 

ତେବେ ମହାରାଷ୍ଟ୍ରରୁ ଫେରିବା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପରିବାରର ମୁଖିଆଙ୍କ ମୃତ୍ୟୁ ହୋଇଯିବା ପରେ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଥାଏ। ସେହିପରି ସୁପାରୀ ଆହୁରି ମଧ୍ୟ କୁହନ୍ତିକି ଘରେ ଗ୍ୟାସ ରହିଛି। କିନ୍ତୁ ହଜାରେ ୧୨ ଶହ ଟଙ୍କା ଦେଇ ଗ୍ୟାସ ଭରିବା କାଠିକର ପାଠ ବୋଲି ସୁପାରୀ କହିଛନ୍ତି। ତେବେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର କଥା ହେଉଛି କି ସରକାର ତାଙ୍କୁ କେଉଁ ଯୋଜନା ଆଧାରରେ ଗ୍ୟାସ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ତାଙ୍କୁ ଜଣାନାହିଁ।