ଶହେ ପୋଲିସ ଅଧିକାରୀଙ୍କୁ DGP Disc Award, ଦେଖନ୍ତୁ ପୁରା ତାଲିକା
Advertisement
Article Detail0/zeeodisha/odisha1139110

ଶହେ ପୋଲିସ ଅଧିକାରୀଙ୍କୁ DGP Disc Award, ଦେଖନ୍ତୁ ପୁରା ତାଲିକା

ପ୍ରତ୍ୟେକ ବର୍ଷ ପୋଲିସ ବିଭାଗରେ କାର୍ଯ୍ୟରତ ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ DGP Disc Award ଦିଆ ଯାଏ। ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୧/ଏସିଆର ସେଲ ଅନୁଯାୟୀ ଚଳିତ-୨୦୨୧/୨୨ ବର୍ଷ ପାଇଁ ୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୱାର୍ଡ ଅଫ ଦି ଡିଜିପି ଡ଼ିସ୍କ (Award Of The DGP'S DISC)ରେ ୧୦୦ ଯବାନଙ୍କୁ ସମ୍ମାନିତ କରାଯିବ।

ଶହେ ପୋଲିସ ଅଧିକାରୀଙ୍କୁ DGP Disc Award, ଦେଖନ୍ତୁ ପୁରା ତାଲିକା

ରାୟଗଡ଼ା: ଏଥର ପୋଲିସ ପ୍ରତିଷ୍ଠା ଦିବସରେ ଶହେ ଜଣ ସଚ୍ଚୋଟ ଅଧିକାରୀ ଓ ଯବାନଙ୍କୁ DGP Disc Awardରେ ସମ୍ମାନୀତ କରାଯିବ। ଏନେଇ ଗତ ୨୮ ତାରିଖରେ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ଅବସରରେ ଦୁଇ ସ୍ୱର୍ଗତ ଯବାନଙ୍କ ସହିତ ରାଜ୍ୟ ପୋଲିସର ଶହେ ବୀରଙ୍କୁ DGP Disc Award ପ୍ରଦାନ କରାଯିବ।

ପ୍ରତ୍ୟେକ ବର୍ଷ ପୋଲିସ ବିଭାଗରେ କାର୍ଯ୍ୟରତ ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ DGP Disc Award ଦିଆ ଯାଏ। ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୧/ଏସିଆର ସେଲ ଅନୁଯାୟୀ ଚଳିତ-୨୦୨୧/୨୨ ବର୍ଷ ପାଇଁ ୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୱାର୍ଡ ଅଫ ଦି ଡିଜିପି ଡ଼ିସ୍କ (Award Of The DGP'S DISC)ରେ ୧୦୦ ଯବାନଙ୍କୁ ସମ୍ମାନିତ କରାଯିବ। ଆସନ୍ତା ଏପ୍ରିଲ ୧ ତାରିଖ ତଥା ଉତ୍କଳ ଦିବସରେ ପୋଲିସ ମହାନିର୍ଦ୍ଦେଶକ ଏସକେ ବଂଶଲ ଏହି ପୁରସ୍କାର ଦେବେ।

Also Read: ରାଜ୍ୟ ପରିବହନ ବିଭାଗରେ RRR କ୍ରେଜ୍, ୧୦୦ ବର୍ଷ ପଛକୁ ଗଲା ହେଲମେଟ୍ ନିୟମ

Award Of The DGP'S DISC ପାଇବାକୁ ଯୋଗ୍ୟଙ୍କ ମଧ୍ୟରେ ଜଣେ ଅତିରିକ୍ତ ଡିଜି (ରେଖା ଲୋହାନୀ), ତିନି ଜଣ ଏସ୍ପି, ଦୁଇ ଜଣ କମାନଡାଣ୍ଟ, ଜଣେ ଜେପୁଟି କମାନଡାଣ୍ଟ ଓ ଦୁଇ ଜଣ ଆସିସଟାଣ୍ଟ କମାନଡାଣ୍ଟ ଅଛନ୍ତି। ଏହା ବ୍ୟତୀତ ତାଲିକାରେ  ASP-୪, ADCP- ୨, ACP- ୨, DSP- ୧୧, ଇନ୍ସପେକ୍ଟର-୧୮, SI- ୧୪, ASI- ୮, ହାବିଲଦାର- ୩, କନେଷ୍ଟବଳ- ୧୬, ସିପାହୀ- ୧, କମାଣ୍ଡୋ- ୬, OAPF- ୪ ଅଛନ୍ତି। ମରଣତ୍ତୋର ଡ୍ରାଇଭର ହାବିଲଦାର ମନୋଜ ନାୟକ ଓ କନେଷ୍ଟବଳ ପୂର୍ଣ୍ଣ ଚନ୍ଦ୍ର ଭତ୍ରାଙ୍କୁ ମଧ୍ୟ ଜିଡିପି ପୁରସ୍କାର ମିଳିବ।

 

ରାୟଗଡା ଜିଲ୍ଲା କେନ୍ଦୁଗୁଡ଼ା ଫାଣ୍ଡିରେ କାର୍ଯ୍ୟରତ ASI କିଶୋର ଚନ୍ଦ୍ର ବେହେରା ଓ ବିଷମକଟକ SDPO ଆକାଶ ଚନ୍ଦ୍ର ସାହୁଙ୍କୁ ଓଡିଶା ପୋଲିସ ବିଭାଗ ତରଫରୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି। ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ ଉଭୟଙ୍କୁ DGP Disc Award ଦିଆଯିବ। ଏହି ପୁରସ୍କର ପାଇଁ ASI କିଶୋର ଚନ୍ଦ୍ର ବେହେରା ଓ DSP ଆକାଶ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଥିବାରୁ ଜିଲ୍ଲା ପୋଲିସରେ ଉଲ୍ଲାସର ମାହୋଲ ଦେଖିବାକୁ ମିଳିଛି। ଉଭୟ ଅଧିକାରୀଙ୍କୁ ପୋଲିସ ସେବାରେ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।