'ବାପା-ମାଆଙ୍କୁ ଗାଳି କଲେ ଚଳିବ, କିନ୍ତୁ ମହମ୍ମଦଙ୍କୁ ଅପମାନିତ କଲେ ରକ୍ତପାତ ହେବ'
Advertisement
Article Detail0/zeeodisha/odisha1209797

'ବାପା-ମାଆଙ୍କୁ ଗାଳି କଲେ ଚଳିବ, କିନ୍ତୁ ମହମ୍ମଦଙ୍କୁ ଅପମାନିତ କଲେ ରକ୍ତପାତ ହେବ'

ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବୃତ୍ତିକୁ ନେଇ ବୁନ୍ଦି ଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦାଖଲ କରିବାକୁ ଶୁକ୍ରବାର ମୁସଲିମ ସମ୍ପ୍ରଦାୟ ଆସିଥିଲେ। ଏହି ସମୟରେ ମୌଲାନା ନାଦିମ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି।

ସୌ- ସୋସିଆଲ ମିଡିଆ

ଜୟପୁର: ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜସ୍ଥାନ ଜଣେ ମୌଲାନା ବର୍ତ୍ତମାନ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି। ବୁନ୍ଦୀର ମୌଲାନା ମୁଫତି ନାଦିମ କହିଛନ୍ତି ଯେ, ଯଦି ମହମ୍ମଦଙ୍କ ବିରୁଦ୍ଧରେ କଥାବାର୍ତ୍ତା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ମୁସଲମାନ ସମ୍ପ୍ରଦାୟ ସେମାନଙ୍କ ସହ ମୁକାବିଲା କରିବେ। ଏପରି କି ହତ୍ୟା କରିବାକୁ ମଧ୍ୟ ମୌଲାନା ନାଦିମ ଧମକ ଦେଇଛନ୍ତି। ସେ ଏହି ସମୟରେ ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଥିଲା।

ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବୃତ୍ତିକୁ ନେଇ ବୁନ୍ଦି ଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦାଖଲ କରିବାକୁ ଶୁକ୍ରବାର ମୁସଲିମ ସମ୍ପ୍ରଦାୟ ଆସିଥିଲେ। ଏହି ସମୟରେ ମୌଲାନା ନାଦିମ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, 'ଯିଏ ମହମ୍ମଦଙ୍କ ବିରୁଦ୍ଧରେ କଥାବାର୍ତ୍ତା କରେ, ସେ ଆଖି ଦେଖାଇଲେ ଆଖି ତାଡି ନିଆଯିବ, ଯଦି ସେ ହାତ ଉଠାଏ, ତେବେ ହାତ ଭାଙ୍ଗିଦିଆଯିବ ଏବଂ ଯଦି ସେ ଆଙ୍ଗୁଳି ଉଠାନ୍ତି ତେବେ ତାକୁ କାଟି ଦିଆଯିବ।" ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, କଲେକ୍ଟର ପରିସରରେ ତାହା ପୁଣି ରାଜସ୍ଥାନ ପୋଲିସ ସମ୍ମୁଖରେ ମୌଲାନା ଏହି ଉତ୍ତେଜନାମୂଳକ ଭାଷଣ ଦେଇଛନ୍ତି।

Also Read: ପାର୍ଟିରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନୁପୁର; କହିଲେ- 'ମହାଦେବଙ୍କ ଅପମାନ ...'

ମୌଲାନା ମୁଫତିଙ୍କ ବିବୃତ୍ତି ଦିନକୁ ଦିନ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି। ବୁଣ୍ଡିର ମୌଲାନା ମୁଫତି ନାଦିମ ତାଙ୍କ ବିବୃତ୍ତିରେ ଆହୁରି କହିଛନ୍ତି ଯେ, ଯଦି ମହମ୍ମଦଙ୍କୁ ଅପମାନିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଆମେ ମଧ୍ୟ ନିୟମ ବିରୁଦ୍ଧରେ ଯିବୁ। ଯଦି ଏହା ଆଇନର ବିରୋଧୀ, ତେବେ ପ୍ରଶାସନ ଏବଂ ଦେଶର ସରକାର ଖୋଲା କାନରେ ଶୁଣିବା ଉଚିତ୍ ଏବଂ ଯେଉଁମାନେ ଗୁରୁଙ୍କ ସମ୍ମାନହାନୀ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍, ଯଦି ନହୁଏ ତେବେ ମୁସଲମାନମାନେ ପ୍ରତିକ୍ରିୟା ଦେବେ।

 

ମୌଲାନା ମୁଫତି ଆହୁରି କହିଛନ୍ତି, 'ଯେତେବେଳେ ମୁସଲମାନ ପ୍ରତିକ୍ରିୟା କରନ୍ତି, ତାରିଖ ଉଠାଇ ନିଅନ୍ତୁ ଏବଂ ଦେଖନ୍ତୁ, ଯେଉଁମାନଙ୍କ ବିରୁଦ୍ଧରେ ମୁସଲମାନମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ସେମାନେ ଜମି ଖଣ୍ଡେ ମଧ୍ୟ ପାଇ ନାହାଁନ୍ତି।' ମୌଲାନା ଚେତାବନୀ ଦେଇ କହିଛନ୍ତି ଯେ, ଆମକୁ ଗାଳି ଦିଅ, ଆମ ବାପା ମାଆଙ୍କୁ ଗାଳି ଦିଅ, ଆମ ପୂର୍ବପୁରୁଷଙ୍କୁ ଗାଳି ଦିଏ ଚଳିବ। କିନ୍ତୁ ଯଦି ଯେଉଁମାନେ ମହମ୍ମଦଙ୍କ ବିରୁଦ୍ଧରେ ବିବୃତ୍ତି ଦିଅନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ଆମେ ପ୍ରତିକ୍ରିୟା କରିବୁ। ଏହା ଏକ ଅନୁରୋଧ ନୁହେଁ, ଏହା ଏକ ଖୋଲା ଚେତାବନୀ ବୋଲି ମୌଲାନା କହିଛନ୍ତି।

Also Read: BJP ନେତାଙ୍କ ବୟାନ ଉପରେ ରାଗିଗଲା କତାର; ରାଷ୍ଟ୍ରଦୂତଙ୍କୁ ଡାକି କହିଲା- କ୍ଷମା ମାଗୁ ଭାରତ

ସ୍ମାରକ ପତ୍ର ଦେବାକୁ ଯାଇଥିବା ବେଳେ ବୁନ୍ଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁସଲମାନ ସମ୍ପ୍ରଦାୟ ନାରାବାଜି କରିବା ସହ ବହୁ ସ୍ଲୋଗାନ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେମାନେ ସବୁକିଛି ଶୁଣୁଥିଲେ। ବର୍ତ୍ତମାନ ହିନ୍ଦୁ ସଂଗଠନଗୁଡ଼ିକ ଏହି ପ୍ରସଙ୍ଗରେ ଏକ ସାମ୍ମୁଖ୍ୟ ଖୋଲିଛନ୍ତି। ନିକଟରେ ଏକ ଟିଭି ନ୍ୟୁଜ ଚ୍ୟାନେଲରେ ବିତର୍କ ହେବା ପରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯାହା ମୁସଲିମ ସମ୍ପ୍ରଦାୟର ଧାର୍ମୀକ ବିଶ୍ୱାସକୁ କୁଠାରଘାତ କରିଥିଲା। ପରବର୍ତ୍ତୀ ସମୟରେ ବିଜେପି ନେତ୍ରୀ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି।