ସମ୍ବଲପୁର କଳାକାର ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ବହୁ କଳାକାରଙ୍କର ସମାଗମ ହୋଇଥିଲା। କିଏ ଗୀତ ଗାଇ ତ କିଏ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ଭାଵବିହ୍ଵଳ ହୋଇଯାଇଥିଲେ।
Trending Photos
ସମ୍ବଲପୁର: ଶୋକାକୁଳ ପରିବେଶରେ "ସ୍ମୃତିରେ ମାନସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସମ୍ବାଦିକ ସ୍ୱର୍ଗତ ମାନସ ରଞ୍ଜନ ଜୟପୁରିଆଙ୍କ ସ୍ମୃତିରେ ଶନିବାର ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତାଙ୍କର ଜନ୍ମବାର୍ଷିକୀରେ ସମସ୍ତେ ସ୍ୱର୍ଗତ ଜୟପୁରିଆଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ୱର୍ଗତ ମାନସ ରଞ୍ଜନ ଜୟପୁରିଆ ଏକାଧାରରେ ଜଣେ ସାମ୍ବାଦିକ, ସଂଗଠକ, ଉଦଘୋଷକ, ଗାୟକ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଶନିବାର ସନ୍ଧ୍ୟାରେ ତାଙ୍କର ଜନ୍ମବାର୍ଷିକୀ ଅବସରରେ "ସ୍ମୃତିରେ ମାନସ" ନାମରେ ଏକ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତେ ମାନସଙ୍କର ସ୍ମୃତିକୁ ରୋମନ୍ଥନ କରି ସଙ୍ଗୀତ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Also Read: ପପ୍ ଷ୍ଟାର Justin Bieberଙ୍କ ମୁହଁରେ ପକ୍ଷାଘାତ, ଡାକ୍ତର କହିଲେ...
ସମ୍ବଲପୁର କଳାକାର ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ବହୁ କଳାକାରଙ୍କର ସମାଗମ ହୋଇଥିଲା। କିଏ ଗୀତ ଗାଇ ତ କିଏ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ଭାଵବିହ୍ଵଳ ହୋଇଯାଇଥିଲେ। ପ୍ରାୟତଃ ସମସ୍ତେ ତାଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନସଙ୍କର ପିତାମାତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମାନସ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଅନେକ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ ଦିଲ୍ଲୀସ୍ଥିତ ଜୀ ମିଡ଼ିଆ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଗତବର୍ଷ ଏପ୍ରିଲରେ କୋରୋନାରେ ତାଙ୍କର ବିୟୋଗ ହୋଇଥିଲା। ଦିଲ୍ଲୀରୁ ସମ୍ବଲପୁର ଫେରିବାର କିଛି ଦିନ ଭିତରେ ମାନସ ସମସ୍ତଙ୍କୁ ପରକରି ଚାଲିଯାଇଥିଲେ। ଜୀ ମିଡିଆ ତରଫରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।