Russian Citizend Death: ରାୟଗଡ଼ାରେ ଋଷୀୟ ସାଂସଦ ଭ୍ଲାଦିମିର ବିଦାନଭଙ୍କ ମୃତ୍ୟୁ ହୋଇଥିବା ବେଳେ ତା ପରଦିନ ତାଙ୍କର ବନ୍ଧୁ ଆଣ୍ଟାଭା ପାଭେଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁଇଜଣ ହୋଟେଲରେ ରହୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା। ୨୧ ତାରିଖରେ ସାଂସଦ ଭ୍ଲାଦିମିର ବିଦାନଭଙ୍କ ମୃ୍ତ୍ୟୁ ହୋଇଥିଲା। ଉଭୟ ସେମାନଙ୍କ ଏକ ଗୋଷ୍ଠୀ ସହିତ ଓଡ଼ିଶା ଆସିଥିଲେ। ଏହା ସହିତ ସେମାନେ ପୁଟିନଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରୁଥିଲେ।
Trending Photos
Russian Citizend Death: ଭୁବନେଶ୍ୱର: ବିଗତ ଦୁଇ ସପ୍ତାହ ମଧ୍ୟରେ ୩ ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କର ଦକ୍ଷିଣ ଓଡ଼ିଶାର ରାୟଗଡ଼ ଜିଲ୍ଲାରେ ମୃତ୍ୟୁ ହୋଇଥିବା ବେଳେ ଆଜି ବନ୍ଦର ନଗରୀ ପାରାଦୀପରେ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ବ୍ୟତୀତ ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ କମିଶନରେଟ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ୩ ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଓ ଜଣଙ୍କୁ ଉଦ୍ଧାର କରିବା ଘଟଣା ଏବେ ପୁରା ଦେଶରେ ଚର୍ଚ୍ଚା ପାଲଟିଛି। ଏ ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ଥାନ, କାଳ ପାତ୍ର ଭିନ୍ନ ରହିଛି। କିନ୍ତୁ ଗୋଟିଏ କଥା ସମାନ ତାହା ହେଉଛି ଏମାନେ ଋଷୀୟ ନାଗରିକ। ଏହି ମୃତକଙ୍କ ମଧ୍ୟରେ ଜଣେ ଋଷୀୟ ସାଂସଦ ରହିଛନ୍ତି।
ରାୟଗଡ଼ାରେ ଋଷୀୟ ସାଂସଦ ଭ୍ଲାଦିମିର ବିଦାନଭଙ୍କ ମୃତ୍ୟୁ ହୋଇଥିବା ବେଳେ ତା ପରଦିନ ତାଙ୍କର ବନ୍ଧୁ ଆଣ୍ଟାଭା ପାଭେଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁଇଜଣ ହୋଟେଲରେ ରହୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା। ୨୧ ତାରିଖରେ ସାଂସଦ ଭ୍ଲାଦିମିର ବିଦାନଭଙ୍କ ମୃ୍ତ୍ୟୁ ହୋଇଥିଲା। ଉଭୟ ସେମାନଙ୍କ ଏକ ଗୋଷ୍ଠୀ ସହିତ ଓଡ଼ିଶା ଆସିଥିଲେ। ଏହା ସହିତ ସେମାନେ ପୁଟିନଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରୁଥିଲେ। ରାୟଗଡ଼ର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହିଥିଲେ। ତେବେ ପ୍ରଥମେ ବିଦାନଭଙ୍କ ମୃତ୍ୟ ହେବା ପରେ ତାଙ୍କ ବନ୍ଧୁ ଆଣ୍ଟାଭା ପାଭେଲ ଏକା ହୋଇଯାଇଥିଲେ। ବନ୍ଧୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପାଭେଲଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେବା ପରେ ତାଙ୍କ ବନ୍ଧୁମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ପରବର୍ତ୍ତି ସମୟରେ ତାଙ୍କର ମୃତଦେହ ହୋଟେଲ ନିକଟରୁ ମିଳିଥିଲା।
ପାରାଦୀପରେ ହୋଇଥିବା ଋଷିଆନ ଇଞ୍ଜିନିୟରଙ୍କ ମୃତ୍ୟୁ ହୃଦଘାତ ତଥା ସ୍ୱାଭାବିକ ବୋଲି କୁହାଯାଉଛି। କିନ୍ତୁ ରାୟଗଡ଼ାରେ ହୋଇଥିବା ଦୁଇ ଋଷିଆନଙ୍କ ମୃତ୍ୟୁ ପଛରେ ଅନେକ ପ୍ରସଙ୍ଗ ଯୋଡ଼ି ହୋଇ ରହିଛି। ଏହି ମୃତ୍ୟୁ ପଛରେ ଅର୍ଥନୈତିକ, ସାମ୍ପ୍ରଦାୟିକ ତଥା ରାଜନୈତିକ ଅଭିସନ୍ଧି ଥିବା ନେଇ ଚର୍ଟ୍ଟାର ଜୋର ଧରିଛି। ଯଦି ଏହାକୁ ଗଭୀର ଭାବେ ଆଲୋଚନା କରାଯାଏ ତେବେ ରାଜନୈତିକ ଅଭିସନ୍ଧି ଅପେକ୍ଷା ଅର୍ଥନୈତିକ ତଥା ସାମ୍ପ୍ରଦାୟିକ ଗନ୍ଧ ଅଧିକ ବାରି ହୋଇ ପଡ଼େ। ବିଭିନ୍ନ କୂଟନୈତିକ ତଥା ରାଜନୈତିକ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଜଣେ ଋଷୀୟ ସାଂସଦଙ୍କ ସମେତ ଦୁଇ ଜଣ ନାଗରିକ ରାୟଗଡ଼ ଆସିଥିବା ନେଇ ଚର୍ଚ୍ଚା ହୁଏ। ମିଶନାରୀ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି। ଦୁଇଟି ଗୋଷ୍ଠୀରେ ପ୍ରାୟ ଏକାଧିକ ସଂଖ୍ୟାରେ ଋଷୀୟ ନାଗରିକ ଏଠାକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି। ଏହା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମିଶନାରୀ ସଂଗଠନକୁ ଆସୁଥିବା ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ତନାଘନା କରିବାର କାର୍ଯ୍ୟକ୍ରମ ରହି ଥିଲା ବୋଲି ଚର୍ଚ୍ଚା ହୁଏ। ଏଥିପାଇଁ ସାଂସଦଙ୍କ ସମେତ ଅନ୍ୟ କିଛି କର୍ମଚାରୀ ମଧ୍ୟ ରାୟଗଡ଼ ଗସ୍ତ କରିଥିଲେ।
ଅର୍ଥନୈତିକ କାରବାର ଗୁଜବ
ତେବେ ଯାହା ଶୁଣିବାକୁ ମିଳୁଛି ମିଶନାରୀ ସଂଗଠନକୁ ଆସୁଥିବା ଅର୍ଥକୁ ନେଇ ଗୋଷ୍ଠୀର କିଛି ସଦସ୍ୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଯାହାକୁ ନେଇ ଠେଲାପେଲା ମଧ୍ୟ ହୋଇଥିଲା। ଏହାରି ମଧ୍ୟରେ ଦୁର୍ଘଟଣାବସତଃ ସାଂସଦଙ୍କୁ ଗୋଷ୍ଠୀ ମଧ୍ୟରୁ କେହି ଧକ୍କା ମାରିଦେବା ଫଳରେ ସେ ତଳେ ପଡ଼ିଯାଇଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଆଲୋଚନା ହୁଏ। ସେପଟେ ଏହି ଦୁର୍ଘଟଣା ପରେ କିଛି ସଦସ୍ୟ ସେଠାରୁ ପଳାଇଥିଲେ। ଏଥିରେ ତେବେ ସାଂସଦ ଭ୍ଲାଦିମିରଙ୍କ ମୃତ୍ୟୁରେ ତାଙ୍କ ସହିତ ଆଶିଥିବା ସହଯୋଗୀ ତଥା ବନ୍ଧୁ ଅତ୍ୟନ୍ତ ନିରାଶ ହୋଇ ପଡ଼ିଥିଲେ। ଘଟଣା ପରଠାରୁ ନିଖୋଜ ରହିଥିଲେ। ସହଯୋଗୀମାନେ ତାଙ୍କୁ ଖୋଜିବା ପରେ ପରଦିନ ତାଙ୍କର ମୃତଦେହ ହୋଟେଲ ନିକଟରୁ ମିଳିଥିଲା। କେହି କେହି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ନେଇ ମଧ୍ୟ ଦାବି କରି ଆସୁଛନ୍ତି।
କଣ କହୁଛି ପୋଲିସ ତଦନ୍ତ
ତେବେ ଏହି ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଫଳରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ ଗଠନ କରି ଘଟଣାସ୍ଥଳକୁ ବାରମ୍ବାର ଗସ୍ତ କରି ତଦନ୍ତକୁ ଆଗେଇ ନେଇଛନ୍ତି। ଏହି ହାଇପ୍ରୋଫାଇଲ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ କାର୍ଯ୍ୟ ଜାରି ରଖିଛି ପୋଲିସ। ବିଭିନ୍ନ ଦିଗକୁ ଧ୍ୟାନରେ ରଖି ତଦନ୍ତ କାର୍ଯ୍ୟକୁ ଆଗେଇଛି ପୋଲିସ। ତଦନ୍ତ ଭାର ଜାରି ରହିଥିବାରୁ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ମତାମତ ଦେବା ଭୁଲ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ତିନୋଟି ମୃତ୍ୟୁ ମାମଲାରେ ଲିଙ୍କ ରହିଛି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।
ରହିଛି କି କିଛି କୂଟନୈତିକ ଅଭିସନ୍ଧି
ଭାରତ ଓ ଋଷ ସମଗ୍ର ବିଶ୍ୱର ଦୁଇ ଜଣ ଭଲବନ୍ଧୁ ବୋଲି ପରିଗଣିତ ହୋଇଥାନ୍ତି। ଉଭୟ ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ଭଲ ବନ୍ଧୁ ଅଟନ୍ତି। ମୋଦିଙ୍କର ପ୍ରତିଟି ବୟାନକୁ ପୁଟିନ ବେଶ ଭଲ ଭାବେ ଶୁଣିଥାନ୍ତି ଓ ବୁଝିଥାନ୍ତି ମଧ୍ୟ। ଉଭୟ ରାଷ୍ଟ୍ର ମଧ୍ୟରେ ବାଣ୍ୟିଜ୍ୟିକ, ପାରମ୍ପରିକ ତଥା ବ୍ୟକ୍ତିଗତ ସମ୍ପର୍କ ବେଶ ମଜବୁତ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିବା ବେଳେ ଦେଶ ମଧ୍ୟରେ ଏଭଳି କୌଣସି ଘଟଣା ଘଟାଇ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚାହିଁବେନି ଦୁଇ ବନ୍ଧୁ ବୋଲି କୁଟନୈତିଜ୍ଞମାନେ ପ୍ରକାଶ କରିଛନ୍ତି। ଏହା ଯେ କେବଳ ଦୁର୍ଘଟଣାଜନିତ ମୃତ୍ୟୁ ସେଥିରେ ଦ୍ୱିମତ ନାହିଁ ବୋଲି କୁଟନୈତିଜ୍ଞମାନେ ପ୍ରକାଶ କରିଛନ୍ତି।
ହେଉଛି କି ରାଜନୀତିକରଣ
ଏହି ଦୁଇ ଜଣଙ୍କ ମୃତ୍ୟୁକୁ ନେଇ କିଛି ରାଜନୈତିକ ଦଳ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ଜଣେ ହାଇପ୍ରୋଫାଇନ ଅତିଥିଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଅବହେଳା କରୁଛି ବୋଲି ଏହି ବାମପନ୍ଥୀ ନେତାମାନେ ଅଭିଯୋଗ ଉଠାଇଛନ୍ତି। କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ ଏହା ଏକ ମିଡ଼ିଆ ନ୍ୟାରେଟିଭ ବୋଲି କହିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଏହା ଉପରେ ତଦନ୍ତ ଚଳାଉଛନ୍ତି। ସତ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ସେମାନେ କହିଛନ୍ତି।
ଓଡ଼ିଶା କାହିଁକି ଆସୁଛନ୍ତି ଋଷୀୟ ନାଗରିକ
କେବଳ ରାୟଗଡ଼ ନୁହେଁ, ନିକଟରେ ପାରାଦୀପରୁ ମଧ୍ୟ ଜଣେ ଋଷୀୟ ନାଗରିକଙ୍କ ମୃତଦେହ ଉଦ୍ଧାର କରିଥିଲା ପାରାଦୀପ ପୋଲିସ । ଏହା ପୂର୍ବରୁ ମଧ୍ୟ ରାଜଧାନୀରୁ ଜଣେ ଋଷୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା ପୋଲିସ। କମିଶନରେଟ ପୋଲିସ ଉଦ୍ଧାର କରିଥିବା ଋଷୀୟ ନାଗରିକ ଜଣକ ଆଣ୍ଡ୍ରିୟୁ ଗ୍ଲାଗୋଲେଭ ବୋଲି ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ବରଂ ଆହୁରି ଅନେକ ଋଷୀୟ ନାଗରିକ ତଥା ପର୍ଯ୍ୟଟକମାନେ ଲକ୍ଷାଧିକ ସଂଖ୍ୟାରେ ଭାରତ ଗସ୍ତରେ ଆସିଥାନ୍ତି। ସେମାନଙ୍କୁ ଓଡ଼ିଶା ଏକ ଧାର୍ମିକ ତଥା ପର୍ଯ୍ୟଟନରେ ଭରପୁର ରାଜ୍ୟ। ଫଳରେ ଏଠାକୁ ବୁଲିବାକୁ ତଥା ଧର୍ମ ସମ୍ପର୍କରେ ଗବେଷଣା କରିବାକୁ ଆସିଥାନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଫଳରେ ଏଠାକୁ ବିଭିନ୍ନ ଉଦ୍ଦେଶ୍ୟ ତଥା ପର୍ଯ୍ୟଟନ, ଧାର୍ମିକ ଓ ଗବେଷଣା ପାଇଁ ଆସିଥାନ୍ତି। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଆଣ୍ଡର୍ୟୁ ଗ୍ଲାଗୋଲେଭ ପର୍ଯ୍ୟଟନ ଭିସାରେ ଆସି ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଘୁରି ବୁଲିଥିଲେ। ଶେଷରେ ଓଡ଼ିଶାରେ ରହିଯାଇଥିଲେ। ତେବେ ସେ କାହିଁକି ମୁଁ ଋଷିୟ ଶରଣାର୍ଥୀ, ମୁଁ ଯୁଦ୍ଧର ବିରୋଧୀ, ମୁଁ ପୁଟିନଙ୍କ ବିରୁଦ୍ଧରେ, ମୁଁ ଗୃହହୀନ। ଦୟାକରି ମୋତେ ସାହାଯ୍ୟ କରନ୍ତୁ ବୋଲି ଲେଖିଥିଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ଆଣ୍ଡ୍ରିୟୁ ଗ୍ଲାଗୋଲେଭ United Nation For High Commissioner For Refuges, New Delhi (UNHCR) ରେ ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରିଛନ୍ତି, ଯାହାକି ବିଚାରଧିନ ଅଛି। ଏହି ସାର୍ଟିଫିକେଟ୍ ୨୪.୦୭.୨୦୧୭ ରୁ ୦୫.୧୨.୨୦୧୭ ପର୍ଯ୍ୟନ୍ତ ବୈଧ ରହିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଆଣ୍ଡ୍ରିୟୁ ଗ୍ଲାଗୋଲେଭ୍ UNHCR ରୁ ସର୍ବଶେଷ ପ୍ରମାଣପତ୍ର ଭାରତରେ asylum seeker ଭାବେ UNHCR ଦ୍ବାରା ପଞ୍ଜୀକୃତ ହୋଇଛନ୍ତି ଓ ଯାହା ୨୯.୦୯.୨୦୨୨ ରୁ ୨୮.୦୯.୨୦୨୩ ପର୍ଯ୍ୟନ୍ତ ବୈଧ ଅଟେ। ସେହିପରି ପାରାଦୀପରେ ଉଦ୍ଧାର ହୋଇଥିବା ମୃତକ ଜଣେ ମେରାଇନ ଇଞ୍ଜିନିୟର ରହିଥିଲେ। ତାଙ୍କର ଜାହାଜରେ ଡ୍ୟୁଟି ଲାଗିଥିଲା। ତେବେ ବନ୍ଦର କୂଳରେ ଜାହାଜ ଲାଗିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।