Weekly horoscope: ଫେବୃଆରୀ ମାସର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ୧୨ଟି ରାଶି ମଧ୍ୟରୁ କେଉଁ ରାଶିକୁ କିପରି ଫଳାଫଳ ମିଳିବ ଆସନ୍ତୁ ଜାଣିବା..
ମେଷ ରାଶି
ସୃଜନଶୀଳତା ଶୀର୍ଷରେ ଆପଣ ରହିବେ। ସପ୍ତାହଟି ଆରାମଦାୟକ ଭାବେ ବିତିବ । କ୍ୟାରିୟରରେ ଉନ୍ନତି ହେବ। କିନ୍ତୁ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି।
ବୃଷ ରାଶି
ସପ୍ତାହଟିରେ ସତର୍କତା ରହିବା ଆବଶ୍ୟକ । ଛୋଟ କଥାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ନୁହେଁ।
ମିଥୁନ ରାଶି
ସପ୍ତାହଟି ଆପଣଙ୍କ ପାଇଁ ବଡ଼ ସଫଳତା ଆଣିପାରେ। ପ୍ରଗତିର ନୂଆ ରାସ୍ତା ଖୋଲିବ। ନେଟୱାର୍କିଂ ପାଇଁ ସମୟ ଭଲ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କର୍କଟ ରାଶି
ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ଭିନ୍ନ ଚମକ ଦେଖିବାକୁ ମିଳିବ। ସମାଜରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ସିଂହ ରାଶି
ଆର୍ଥିକ ସଙ୍କଟ ଦେଖାଦେଇପାରେ । ଯଗି ରଖି ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ । ଆପଣଙ୍କ କିଛି ପ୍ରୟାସ ବିଫଳ ହୋଇପାରେ। କୌଣସି କାମରେ ବାଧା ଉପୁଜିପାରେ । ଧର୍ଯ୍ୟ ଧରି ଆଗକୁ ବଢନ୍ତୁ ।
କନ୍ୟା ରାଶି
ଆପଣ ଯେତେ ଅଧିକ ସୃଜନଶୀଳ ହେବେ ସେତେ ଅଧିକ ଲାଭ ପାଇବେ। କ୍ୟାରିୟରରେ ଉନ୍ନତି ହେବ। ବହୁତ ଦିନ ପରେ ଆପଣ ନିଜ କାର୍ଯ୍ୟରେ ସନ୍ତୁଷ୍ଟ ଅନୁଭବ କରିବ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସିରେ ସମୟ ବିତାଇବେ।
ତୁଳା ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଭାଗ୍ୟବାନ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ରହିବ। ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଆକର୍ଷଣ ବଢିବ । ବ୍ୟବସାୟରେ ଲାଭ ଅଧିକ ପାଇବେ ।
ବିଛା ରାଶି
ଆପଣଙ୍କ ପାଇଁ ଫେବୃଆରୀ ଦ୍ୱିତୀୟ ସପ୍ତାହ ଶୁଭଫଳ ପ୍ରଦାନ କରିବ । ଅନେକ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ସମୟ ଭଲରେ କଟିବ । ନିବେଶରେ ଅତ୍ୟଧିକ ବିପଦ ନିଅନ୍ତୁ ନାହିଁ। କିମ୍ବା ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ଧନୁ ରାଶି
ଅଯଥା ଟଙ୍କା ଖର୍ଚ୍ଚ କରିବା ଉଚିତ୍ ନୁହେଁ। ନଚେତ୍, ଆର୍ଥିକ ସଙ୍କଟ ଦେଖାଦେଇପାରେ । ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । କୌଣସି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ ।
ମକର ରାଶି
ଆପଣ ସତର୍କ ରହିବା ଆବଶ୍ୟକ । ନିୟମ ଏବଂ ଆଇନ ଭଙ୍ଗ କରନ୍ତୁ ନାହିଁ। ଯଦି କିଛି ମାମଲା କୋର୍ଟ କଚେରୀରେ ଚାଲିଛି ତେବେ ଆପଣଙ୍କ ସପକ୍ଷରେ ଫଳାଫଳ ଆସିନପାରେ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଠିକ୍ ରହିବ।
କୁମ୍ଭ ରାଶି
ଘରେ କିଛି ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ପିଲାମାନଙ୍କ ପ୍ରତି ନମ୍ର ହୁଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।
ମୀନ ରାଶି
ଆପଣଙ୍କୁ ହଠାତ୍ ଲାଭ ମିଳିପାରେ। ବିପଦପୂର୍ଣ୍ଣ ନିବେଶ ଆପଣଙ୍କୁ ଲାଭ ଦେଇପାରେ। କିନ୍ତୁ ସୀମା ମଧ୍ୟରେ ରହି ବିପଦ ନିଅନ୍ତୁ। ନିଜ ଲକ୍ଷ୍ୟ ପ୍ରତି ଅଧିକ ଗମ୍ଭୀର ହୁଅନ୍ତୁ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़