Weekly Horoscope 4th November to 10th November 2024: ନୂଆ ସପ୍ତାହଟି ଆପଣଙ୍କ ପାଇଁ କିପରି ଫଳାଫଳ ଦେବ ଜାଣନ୍ତୁ
ମେଷ ରାଶି
ଜୀବନର ଗତି ଟିକେ ମନ୍ଥର ହୋଇପାରେ । ଧୈର୍ଯ୍ୟ ଧରି ଅନେକ କାମରେ ସଫଳତା ପାଇବେ । ଆପଣଙ୍କର ଆଦର୍ଶ ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଅନ୍ତୁ ।
ବୃଷ ରାଶି
ନିଜ ନମନୀୟତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହି ସପ୍ତାହ ଆପଣଙ୍କ ଜୀବନର ବିଭିନ୍ନ ଦିଗରେ ଅଗ୍ରଗତି ଏବଂ ସଫଳତା ପ୍ରଦାନ କରିବ । ନିଜର ମିଠା ବ୍ୟବହାରରେ ଅନ୍ୟର ମନ ଜିଣିବାରେ ସଫଳ ହେବେ ।
ମିଥୁନ ରାଶି
ଶିଖିବା ଏବଂ ପ୍ରେରଣାଦାୟକ ବାର୍ତ୍ତାଳାପରେ ଜଡିତ ହେବା ପାଇଁ ଏହା ଆପଣଙ୍କ ପାଇଁ ଭଲ ସମୟ । ମାନସିକ ଶକ୍ତିରେ ବୃଦ୍ଧି ଘଟିବ । ନିଜ ଧାରଣାକୁ ପ୍ରାଥମିକତା ଦିଅନ୍ତୁ ଏବଂ ସ୍ୱଚ୍ଛ ଲକ୍ଷ୍ୟ ସ୍ଥିର କରନ୍ତୁ ।
କର୍କଟ ରାଶି
ଜୀବନର ଦିଗ ବିଷୟରେ ଏକ ପ୍ରମୁଖ ସ୍ପଷ୍ଟୀକରଣ ପାଇବାକୁ ସୁଯୋଗ ପାଇବେ । କିଛି ସମୟରେ ଆପଣ ଭାବପ୍ରବଣ ହୋଇପାରନ୍ତି । ବ୍ୟକ୍ତିଗତ ଜୀବନରେ ଏକ ନିର୍ଦ୍ଦିଷ୍ଟ ଜିନିଷର ସନ୍ଧାନର ଶେଷ ହୋଇପାରେ ।
ସିଂହ ରାଶି
ଆପଣଙ୍କ ମଧ୍ୟରେ ନେତୃତ୍ୱ ନେବା କ୍ଷମତା ବୃଦ୍ଧି ପାଇବ । ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ଆପଣ ସକରାତ୍ମକତାର ସହିତ ଆଗକୁ ବଢିବେ । ଅନ୍ୟମାନଙ୍କ ହିତ ପାଇଁ କାମ କରିବେ । ଆପଣଙ୍କର ଆତ୍ମବିଶ୍ୱାସ ଯେପରି ଅହଂକାରରେ ପରିଣତ ନହୁଏ ସେଥିପ୍ରତି ଯତ୍ନବାନ ହୁଅନ୍ତୁ ।
କନ୍ୟା ରାଶି
ମାନସିକ ଭାବେ ଆପଣ ଶାନ୍ତି ପାଇବେ । ଅକସ୍ମାତ ବିପୁଳ ସମ୍ପତ୍ତି ପ୍ରାପ୍ତ ହୋଇପାରେ । ସମସ୍ୟାର ସମାଧାନ କରିବା ଦିଗରେ ଚେଷ୍ଟା ଜାରି ରଖିବେ । ମାନସିକ କ୍ଲାନ୍ତିକୁ ଏଡାଇବା ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିୟୋଜିତ ହୁଅନ୍ତୁ ।
ତୁଳା ରାଶି
ଅନେକ ଲୋକଙ୍କ ସହ ଆପଣ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବେ । ଆପଣଙ୍କ ଆଖପାଖରେ ଶାନ୍ତିର ପରିବେଶ ରହିବ । କ୍ୟାରିଅର କ୍ଷେତ୍ରରେ ଆପଣ ସାବଧାନ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନିଅନ୍ତୁ ।
ବିଛା ରାଶି
ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ଜଟିଳ ପରିସ୍ଥିତିକୁ ସହଜରେ ମୁକାବିଲା କରିବାରେ ସକ୍ଷମ ହେବେ । ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ମଧ୍ୟମଧରଣର ଫଳାଫଳ ମିଳିବ ।
ଧନୁ ରାଶି
ବ୍ୟବସାୟ ଏବଂ ଚାକିରିରେ ଶୁଭ ଫଳାଫଳ ପାଇବେ । ନିଜ ବ୍ୟକ୍ତିତ୍ୱର ଉନ୍ନତି ହେବ । ଅନ୍ୟ କାହାର ନିଷ୍ପତ୍ତିରେ ନଚାଲି ନିଜେ ଭାବି ଚିନ୍ତି କାମ କରନ୍ତୁ ।
ମକର ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି । କାର୍ଯ୍ୟ କରିବା ପରେ ଶରୀରକୁ ଯଥେଷ୍ଟ ବିଶ୍ରାମ ଦେବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ କୌଣସି ନୂଆ ଡିଲ୍ ଚୁଡାନ୍ତ ହୋଇପାରେ । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବାର ସମ୍ଭାବନା ।
କୁମ୍ଭ ରାଶି
ନିଜ ଚିନ୍ତାଧାରାରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବ । ଆପଣଙ୍କ ଉତ୍ତମ ବ୍ୟବହାର ଅନ୍ୟମାନଙ୍କ ପାଇଁ ଉଦାହାରଣ ହେବ । ସୁସ୍ଥତା ବଜାୟ ରଖିବା ପାଇଁ ବ୍ୟାୟାମ କରନ୍ତୁ । ବ୍ୟକ୍ତିଗତ ଅଭିବୃଦ୍ଧି ସହ ନୂତନ ସୁଯୋଗ ମିଳିବ ।
ମୀନ ରାଶି
ବିଭିନ୍ନ କ୍ଷେତ୍ରରେ ସପ୍ତାହଟିରେ ଆପଣଙ୍କର ଅଭିବୃଦ୍ଧି ହେବ । ବିଭିନ୍ନ ସୁତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ । ଆପଣଙ୍କ ଅସୁବିଧା ସମୟରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଆପଣ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗଭର ହେବେ । ଲୋକସମ୍ପର୍କ ବୃଦ୍ଧି ପାଇବ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़