Weekly Health Horoscope 20 To 26 Jan 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂଆ ସପ୍ତାହଟି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସମସ୍ତ ରାଶି ପାଇଁ କପରି ବିତିବ ଆସନ୍ତୁ ଜାଣିବା ।
ମେଷ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସପ୍ତାହଟି ଭଲ ରହିବ। ସାମାନ୍ୟ ଛୋଟ ସମସ୍ୟା ଦେଖାଦେଇପାରେ।
ବୃଷ ରାଶି
ନୂଆ ସପ୍ତାହରେ ଆପଣ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗି ପାରନ୍ତି । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଅତ୍ୟଧିକ କାମ କାରଣରୁ ଆପଣ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ଶାରୀରିକ ଥକାପଣ ମଧ୍ୟ ଅନୁଭବ କରିପାରନ୍ତି। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ଋତୁକାଳୀନ ରୋଗଠାରୁ ଦୂରେଇ ରୁହନ୍ତୁ।
ମିଥୁନ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ନିଜ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅବହେଳା କଲେ କୌଣସି ରୋଗର ଶିକାର ହୋଇପାରନ୍ତି ।
କର୍କଟ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଭଲ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ତାହା ଧିରେ ଧିରେ ଭଲ ହୋଇଯିବ । ଏହି ସପ୍ତାହରେ ଆପଣ ଭଲ ଅନୁଭବ କରିବେ।
ସିଂହ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୂଆ ସପ୍ତାହଟି ଶୁଭଫଳ ପ୍ରଦାନ କରିବ । କିନ୍ତୁ ପରିବାର ସଦସ୍ୟଙ୍କ ମଧ୍ୟରୁ କେହି ଋତୁକାଳୀନ ରୋଗର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ମୁକ୍ତ ରହିପାରନ୍ତି।
କନ୍ୟା ରାଶି
ନୂଆ ସପ୍ତାହରେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହିବାର ଆବଶ୍ୟକତା ରହିଛି। ନଚେତ୍ କୌଣସି ବଡ଼ ରୋଗର ଶିକାର ହୋଇପାରନ୍ତି। ଋତୁକାଳୀନ ରୋଗ କାରଣରୁ ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ।
ତୁଳା ରାଶି
ଏହି ସପ୍ତାହରେ ଋତୁକାଳୀନ ରୋଗରୁ ଦୂରେଇ ରହିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ। ବାହାର ଖାଦ୍ୟ ଖାଇବାରେ ନିୟନ୍ତ୍ରଣ କରନ୍ତୁ। ଯୋଗ ଏବଂ ବ୍ୟାୟାମ ଇତ୍ୟାଦି କରି ଫିଟ୍ ରୁହନ୍ତୁ ।
ବିଛା ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିରୁ ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ଆପଣଙ୍କ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନଚେତ୍ ଆପଣ ଏସିଡିଟି ଏବଂ ପେଟ ଯନ୍ତ୍ରଣା ଭଳି ରୋଗର ଶିକାର ହୋଇପାରନ୍ତି। ଋତୁକାଳୀନ ରୋଗରୁ ରକ୍ଷା ପାଇବା ପାଇଁ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ପରାମର୍ଶ ଦିଅନ୍ତୁ।
ଧନୁ ରାଶି
ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଋତୁକାଳୀନ ରୋଗରୁ ଦୂରେଇ ରୁହନ୍ତୁ। ନିଜ ଖାଦ୍ୟ ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ । ନିଜକୁ ଫିଟ୍ ରଖିବା ପାଇଁ ଆପଣ ବ୍ୟାୟାମ କରନ୍ତୁ । ସକାଳ ସମୟରେ ଚାଲିବା ଅଭ୍ୟାସ କରନ୍ତୁ ।
ମକର ରାଶି
ନୂଆ ସପ୍ତାହରେ ନିଜ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ମାନସିକ ଏବଂ ଶାରୀରିକ ଅସ୍ଥିରତା ଦେଖାଦେଇପାରେ । ପାଣିପାଗରେ ପରିବର୍ତ୍ତନ କାରଣରୁ ସ୍ତ୍ରୀ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବାହାର ଖାଦ୍ୟ ଖାଇବାଠାରୁ ଦୂରରେ ରୁହନ୍ତୁ। ନିଜ ସ୍ୱାସ୍ଥ୍ୟ ସମେତ ପରିବାରର ଯତ୍ନ ନିଅନ୍ତୁ। ବ୍ୟାୟାମ ଏବଂ ଯୋଗର ସାହାଯ୍ୟ ନିଅନ୍ତୁ।
କୁମ୍ଭ ରାଶି
ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନଚେତ୍, ଆପଣ ଆର୍ଥିକ କ୍ଷତିର ସାମ୍ନା କରିପାରନ୍ତି । ଆବଶ୍ୟକ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ମୀନ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ସ୍ୱାଭାବିକ ରହିବ। ସପ୍ତାହ ଆରମ୍ଭରେ ପରିବାର ସଦସ୍ୟଙ୍କ ମଧ୍ୟରୁ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ । କିନ୍ତୁ ସପ୍ତାହ ଶେଷ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़