Horoscope of 10th October 2022: ସପ୍ତାହର ପ୍ରଥମ ଦିନରେ ସୃଷ୍ଟି ହେବ ବିବାଦ, ଦାମ୍ପତ୍ୟ ଜୀବନରେ ପଡିପାରେ ଚଡ଼କ
Advertisement
Article Detail0/zeeodisha/odisha1387803

Horoscope of 10th October 2022: ସପ୍ତାହର ପ୍ରଥମ ଦିନରେ ସୃଷ୍ଟି ହେବ ବିବାଦ, ଦାମ୍ପତ୍ୟ ଜୀବନରେ ପଡିପାରେ ଚଡ଼କ

Horoscope of 10th October 2022: କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ସୌଭାଗ୍ୟ ବନ୍ତ ହେବେ । 

Horoscope of 10th October 2022: ସପ୍ତାହର ପ୍ରଥମ ଦିନରେ ସୃଷ୍ଟି ହେବ ବିବାଦ, ଦାମ୍ପତ୍ୟ ଜୀବନରେ ପଡିପାରେ ଚଡ଼କ

Horoscope of 10th October 2022: ମେଷ: ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ: ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ମିଥୁନ: ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି ।

କର୍କଟ: ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ବନ୍ଧୁ ସାହାଯ୍ୟ ପାଇ ଖୁସି ହେବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ ।

Also Read: Kumar Purnima : କୁମାର ପୁର୍ଣ୍ଣିମାରେ ମାଆ ସମଲେଶ୍ବରୀଙ୍କର ହୁଏ ରାଜ ରାଜେଶ୍ୱରୀ ବେଶ, ଜାଣନ୍ତୁ

ସିଂହ: ଶରୀର ସାମାନ୍ୟ ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ । ଆର୍ଥିକ ଅନାଟନ ଦେଇ ଗତିକରିବେ । ପାରିବାରିକ ସୁଖଶାନ୍ତି ବ୍ୟାହତ ହେବ ।

କନ୍ୟା: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।

ତୁଳା: କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ ।  

ବିଛା: ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ  ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।

Also Read: Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ

ଧନୁ: କର୍ମ ପ୍ରବଣତା ପ୍ରକାଶ ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟିହେବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ମକର: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ବିବାହ ଆଦି ଭୋଜିଭାତରେ ଯୋଗ ଦେବେ ।

କୁମ୍ଭ: ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମଶାନ୍ତି ଲଭିବେ । ଦିଅଁ ଦର୍ଶନ ମଙ୍ଗଳକର ହେବ । ଭୂମି କିମ୍ବା ଗୃହ କ୍ରୟ ପାଇଁ ଯୋଗାଯୋଗ ସ୍ଥାପନ କରିବେ ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।