Budh Vakri December 2023: ଡିସେମ୍ବର ୨୮ରେ ବିଛା ରାଶିରେ ଚଳନ କରିବେ ବୁଧ, ଏହି ୩ରାଶିଙ୍କ ଫିଟିବ ଭାଗ୍ୟ !
Advertisement
Article Detail0/zeeodisha/odisha2025591

Budh Vakri December 2023: ଡିସେମ୍ବର ୨୮ରେ ବିଛା ରାଶିରେ ଚଳନ କରିବେ ବୁଧ, ଏହି ୩ରାଶିଙ୍କ ଫିଟିବ ଭାଗ୍ୟ !

Budh Vakri December 2023: ଡିସେମ୍ବର ୨୮ରେ ବୁଧ ପ୍ରତ୍ୟାବର୍ତ୍ତନ ହେବେ । ରିଟ୍ରୋଗ୍ରେଡ୍ ସ୍ଥିତି କାରଣରୁ କିଛି ରାଶିରେ ଏହାର ପ୍ରଭାବ ପଡିବ ।

Budh Vakri December 2023: ଡିସେମ୍ବର ୨୮ରେ ବିଛା ରାଶିରେ ଚଳନ କରିବେ ବୁଧ, ଏହି ୩ରାଶିଙ୍କ ଫିଟିବ ଭାଗ୍ୟ !

Budh Vakri December 2023: ବିଭିନ୍ନ ସମୟରେ ରାଶି ନକ୍ଷତ୍ରରେ ଗ୍ରହର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଅନେକ ଗ୍ରହ ସମୟ ସମୟରେ ରାଶି ଚକ୍ରରେ ପ୍ରତ୍ୟାବର୍ତ୍ତନ କରିବା କାରଣରୁ ଫଳାଫଳ ସେହି ହିସାବରେ ପ୍ରାପ୍ତି ହୋଇଥାଏ । ଯାହାର ପ୍ରଭାବ ମଧ୍ୟ ସମଗ୍ର ବିଶ୍ୱ ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ । ଏପରି ସ୍ଥିତିରେ ବର୍ତ୍ତମାନ ଡିସେମ୍ବର ୨୮ ତାରିଖ ଦିନ ବିଛା ରାଶିରେ ବୁଧ ଚଳନ କରିବେ । ବୁଧ ରିଟ୍ରୋଗ୍ରେଡ୍ ସ୍ଥିତି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିବା ସହିତ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି କରିବାର ସମ୍ଭାବନା ଅଛି ବୋଲି ଜୋତିର୍ବିଦମାନେ ମତ ଦେଇଛନ୍ତି ।

କର୍କଟ ରାଶି
ବିଛା ରାଶିରେ ବୁଧ ରିଟ୍ରୋଗ୍ରେଡ୍ ପ୍ରଭାବରେ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଲାଭଦାୟକ ହେବ । କର୍ମକ୍ଷେତ୍ରରେ ବିଶେଷ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ଅର୍ଥନୈତିକ ପରିସ୍ଥିତିରେ ବ୍ୟାପକ ଉନ୍ନତି ସମ୍ଭବପର ହୋଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ନୂତନ ବର୍ଷ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ ସୁଖମୟ ହେବ ।

ତୁଳା ରାଶି
ବୁଧଙ୍କ ରିଟ୍ରୋଗ୍ରେଡ୍ ପ୍ରଭାବ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍ ଶୁଭପ୍ରଦ ହେବ । ବିଶେଷକରି ଚାକିରି କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ୨୦୨୪ ତଥା ନୂଆ ବର୍ଷରେ ଆପଣଙ୍କର କଠିନ ପରିଶ୍ରମର ମିଠା ଫଳ ମିଳିବ । ଆପଣ ନିଜ ପରିଶ୍ରମ ଦ୍ୱାରା ଖୁବ ଉଚ୍ଚକୁ ଯାଇପାରିବେ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ବ୍ୟବସାୟରେ ଲାଭ ଫଳ ମିଳିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ମକର ରାଶି
ବୁଧଙ୍କ ରିଟ୍ରୋଗ୍ରେଡ୍ ଗତିବିଧି କାରଣରୁ ମକର ରାଶିର ଲୋକମାନେ ଖୁବ୍ ଉପକୃତ ହେବେ । ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିପାରେ । ୨୦୨୪ରେ ନୂତନ ବ୍ୟବସାୟ କିମ୍ୱା ଚାକିରିରେ ଆଗକୁ ବଢିପାରନ୍ତି । ପୁଞ୍ଜି ବିନିଯୋଗ କରି ଆପଣ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି । ପରିବାରରେ ସୁଖ ଏବଂ ଶାନ୍ତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଖୁସି ମିଳିବ । ନୂତନ ଯାନ କିମ୍ବା ଅଳଙ୍କାର କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ ।

ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ବିବରଣୀ ପାଇଁ ଆପଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

Also Read- Air Indiaକୁ ମିଳିଲା ଭାରତର ପ୍ରଥମ ଏୟାରବସ A350 ବିମାନ

Also Read- ରିଲିଜ୍ ହେଲା ଚଳଚ୍ଚିତ୍ର "ଅପରେସନ ୧୨/୧୭" ର ଅଡିଓ, ନୂଆବର୍ଷରେ ମୁକ୍ତିଲାଭ