Odisha news
Odisha News: ଜଗତସିଂହପୁର ବଡ଼ବାଗ ଗାଁରେ ବଡ଼ ଅଘଟଣ, ବିସ୍ଫୋରଣରେ ଗୋଟିଏ ପରିବାରର ୨ ମୃତ, ୨ ଗୁର
Odisha News: ଭୟଙ୍କର ବାଣ ବିସ୍ଫୋରଣରେ ଥରି ଉଠିଲା ଗାଁ, ଭୁଶୁଡି ପଡ଼ିଲା କୋଠା । ଏହି ଛାତିଥରା ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
Jan 4,2025, 8:43 AM IST
Odisha News: ଅମଳ ବେଳକୁ ଦାଉ ସାଧିଲା ବର୍ଷା, ଜଗତସିଂହପୁରରେ ଧାନ ଚାଷ ପ୍ରଭାବିତ
Odisha News: ଅଦିନିଆ ବର୍ଷା ରେ ଧାନଚାଷ ପ୍ରଭାବିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରାୟତଃ ୭୫ ପ୍ରତିଶତ ଧାନଚାଷ ଉପରେ ନିର୍ଭରଶୀଳ। ଲଗାତାର ଦୁଇଦିନ ଧରି ମଧ୍ୟମ ଧରଣର ବର୍ଷା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଝିପିଝିପି ବର୍ଷା ସହିତ ପାଗ କୋହଲା ଥିବାରୁ ବଜାର ଘଟ ଜନଶୂନ୍ୟ ରହିଛି। ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି।
Dec 21,2024, 12:23 PM IST
Odisha News: ନୂଆବର୍ଷ ଓ ବଡ଼ ଦିନ ପୂର୍ବରୁ ନେହରୁ ବଙ୍ଗଳାରେ ପର୍ଯ୍ୟଟକଙ୍କ ଭିଡ
ଆଗକୁ ଡିସେମ୍ବର ୨୫ ବଡଦିନ ଓ ନୂଆବର୍ଷ ଥିବାରୁ ପାରାଦୀପ ନେହେରୁ ବଙ୍ଗଳା ରେ ବହୁ ପର୍ଯ୍ୟଟକଙ୍କ ଭିଡ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ସମୁଦ୍ର ମୁହାଣ ମୁହଁରେ ବୋଟିଂ ସହିତ ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲ ମଧ୍ୟରେ ବଣଭୋଜି ସହିତ ନାଚଗୀତ ଏକ ନିଆରା ଅନୁଭୂତି ବୋଲି କହିଛନ୍ତି ପର୍ଯ୍ୟଟକ।
Dec 20,2024, 14:02 PM IST
Odisha News: ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ଅଜଣା ବ୍ୟକ୍ତି
Odisha News: ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଡେଇଁ ପଡିଲେ ଜଣେ ଅଜଣା ବ୍ୟକ୍ତି। ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନଥିବା ବେଳେ ଖବରପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।
Nov 16,2024, 13:06 PM IST
Kartika Purnima
Kartika Purnima: ବୋଇତ ବନ୍ଦାଣ ଉତ୍ସବରେ ସପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Kartika Purnima: ପାରାଦୀପ ବନ୍ଦର ଅଧ୍ଯକ୍ଷ ଶ୍ରୀ ପି ଏଲ୍ ହରନାଧ ସ୍ବାଗତ ଭାଷଣ ଦେବା ସହ ପାରାଦୀପ ବନ୍ଦରର ଅଭୂତପୂର୍ବ ସଫଳତା ବିଷୟରେ କହିଥିଲେ। ପାରାଦୀପ ବନ୍ଦର ସମ୍ପ୍ରତି ଦେଶର 1 ନମ୍ବର ବୃହତ୍ ବନ୍ଦରରେ ପରିଣତ ହୋଇସାରିଛି । 2047 ମସିହା ସୁଦ୍ଧା ବନ୍ଦର ର କ୍ଷମତା 500 ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ବରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ ବୋଲି ସେ ଆଶା ପୋଷଣ କରିଥିଲେ। ଶେଷରେ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ନୀଳଭ୍ର ଦାସଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ରେ ପାରାଦୀପ ବନ୍ଦର ର ସମସ୍ତ କର୍ମକର୍ତ୍ତା,ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Nov 15,2024, 18:35 PM IST
Paradeep News
Paradeep News: ପସରା ମେଲିଛି ଟେରାକୋଟା ମାଟିଦୀପ, ଆଦରି ନେଉଛନ୍ତି ପାରାଦୀପବାସୀ
ପାରାଦୀପ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳୀ। ଜଗତସିଂହପୁର ଜିଲ୍ଲା କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମରେ ଟେରାକୋଟା କାରିଗରମାନେ ସୁନ୍ଦର ସୁନ୍ଦର ମାଟିର ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଦୀପାବଳି ପାଳନ କରିବା ପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଦୀପାବଳୀରେ ମହତ୍ବ ବହନ କରିଥାଏ ମାଟିଦୀପ।ଏଲ୍ଇଡି ଲାଇଟ୍ ଆସିବା ପରେ ଦିନକୁ ଦି
Oct 29,2024, 6:44 AM IST
Odisha News: ତେଜିଲା ପାରାଦୀପ ବିଜେଡି କଳି, ପଦଯାତ୍ରାରେ ଦେଖିବାକୁ ମିଳିଲା ଏଭଳି କିଛି...
Odisha News: ପାରାଦୀପ ବିଜେଡି ଦଳରେ ଫାଟ। ବିଜେଡି ଦଳ ତରଫରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ତାହା ଦେଖିବାକୁ ମିଳିଛି। ବିଜେଡି ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ରୁ ଆରମ୍ଭ ହୋଇଛି ପଦଯାତ୍ରା।
Oct 3,2024, 9:20 AM IST
Subhadra Yojana
ଜଗତସିଂହପୁର ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ବ୍ୟାପକ ବ୍ୟବସ୍
Odisha News: ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ହିତାଧିକାରୀମାନଙ୍କୁ ଫର୍ମ ବଣ୍ଟନ ସହିତ ଆଧାର ସେଣ୍ଟର, ମୋ ସେବା କେନ୍ଦ୍ର ଓ ଜନ ସେବାକେନ୍ଦ୍ର ଆଦିରେ ହିତାଧିକାରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋପ୍ଲାନ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
Sep 6,2024, 13:51 PM IST
vishwakarma Puja 2024
Vishwakarma Puja 2024: ଆସୁଛି ବିଶ୍ବକର୍ମା ପୂଜା, ଚଳିତ ଥର ପାରାଦୀପରେ ବଢିବ ମଣ୍ତପ ସଂଖ୍ୟା
Vishwakarma Puja 2024: ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଚଳିତ ବର୍ଷ ପୂଜା ମଣ୍ଡପ ସଂଖ୍ୟା ବୃଦ୍ଧି ପାଇଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ବନ୍ଦର ସହର ପାରାଦୀପରେ ହେବାକୁ ଯାଉଥିବା ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଉତ୍ସବ ପାଇଁ ବିଭିନ୍ନ ପୂଜା ମଣ୍ଡପ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।
Aug 23,2024, 9:06 AM IST
Odisha News: ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ, ପ୍ରଭାବିତ ଜନଜୀବନ
Odisha News: ରାଜ୍ୟର ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଜଳ ବଢିବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ହୋଇଛି। ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି ।
Aug 10,2024, 10:06 AM IST
odisha crime
Odisha Crime: ଥଣ୍ଡାଦେଇ ପିଲା ଚୋରୀ କରିବାକୁ ଚାହୁଁଥିଲା ଯୁବକ, ମାଡ଼ିବସିଲେ ଗ୍ରାମବାସୀ..
Odisha Crime: ଝିଅର ଜେଜେମା ଅନ୍ୟ ଜଣଙ୍କୁ ଜଳଖିଆ ଦେବାବେଳେ ଅନ୍ୟମନସ୍କ ର ସୁଯୋଗ ଦେଖି ୭ ବର୍ଷ ର ଝିଅକୁ ନେଇ ଦୌଡିଲା ଯୁବକ। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅଧିନ ବିଶ୍ବାଳି ବଜାରରେ। ଯୁବକ କୁ ପ୍ରଥମେ ଝିଅ ର ଜେଜେମା ଦେଖି ପାଟି କରିବା ସହିତ ଦୌଡି ଦୌଡି ଯୁବକକୁ ଧରି ଥିଲେ।
Aug 8,2024, 15:21 PM IST
Paradip Port
ପାରାଦୀପ ପୋର୍ଟରେ ଅଟକ ରଖାଗଲା ଚୀନ୍ ଜାହାଜ
Paradip Port: ପାରାଦୀପ ପୋର୍ଟରେ ଏକ ଚୀନ୍ ଜାହାଜକୁ ଜବତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଓଡି଼ଶା ହାଇକୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାହାଜ ବନ୍ଦରରେ ଅଟକି ରହିବ।
Jul 31,2024, 20:11 PM IST
Odisha News: ସରକାର ପରିବର୍ତ୍ତନ ପରେ ଦେବୀ ନଦୀ ସେତୁ ନିର୍ମାଣକୁ ନେଇ ଅନିଶ୍ଚିତତା
Odisha News: ପ୍ରତିଦିନ ହଜାର ହଜାର ଲୋକ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। ଦୀର୍ଘ ବର୍ଷ ହେବ ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଜଗତସିଂହପୁର ଓ ପୁରୀ ଜିଲ୍ଲାବାସୀ ଙ୍କ ଯାତାୟତ କୁ ଦୃଷ୍ଟି ରେ ରଖି ତତ୍କାଳୀନ ସରକାରଙ୍କ ସମୟରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ଭଣ୍ଡିସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇ ଥିଲେ। ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବାବେଳେ ଏବେ ସରକାର ପରିବର୍ତ୍ତନ ହୋଇ ଥିବାବେଳେ ବ୍ରିଜ ନିର୍ମାଣ କେବେ ହେବ ତାକୁ ନେଇ ଆଶା ଆଶଙ୍କା ରହିଛନ୍ତି ଅଂଚଳବାସୀ।
Jul 30,2024, 5:57 AM IST
Odisha News: ଜିଲ୍ଲାସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
Odisha News: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତ ଅଧକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରି ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
Jul 26,2024, 12:10 PM IST
ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶିଲେ ତା'
Odisha News: ପୋଲିସକୁ ଖୁଲମ୍ ଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଅବସରପ୍ରାପ୍ତ ଅଧ୍ୟାପକ ଙ୍କୁ ଖଣ୍ଡାରେ ହାଣି ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ହସିଣା ଗ୍ରାମ ଷୋହଳ ନମ୍ବର ରାସ୍ତା କଡରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ଦୁଇ ଦୁର୍ବୁତ୍ତ ତାଙ୍କୁ ଖଣ୍ଡାରେ ହାଣିବା ସହ ନଗଦ ଚାଳିଶ ହଜାର ନଗଦ ଟଙ୍କା ଓ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇ ଯାଇଛନ୍ତି ।
Jul 25,2024, 10:58 AM IST
Odisha News: ଭଣ୍ଡିସାହି ଲୋକଙ୍କ ପାଇଁ ଦୁଃଖ ପାଲଟିଛି ଦେବୀ ନଦୀ, କୂଳ ଲଙ୍ଘୁ ଥିବାରୁ ଚିନ୍ତାରେ
Odisha News: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହିର ଦୁଃଖ ପାଲଟିଛି ଦେବୀ ନଦୀ। ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମାନ୍ତ ଭଣ୍ଡିସାହି ନିକଟରେ ବହି ଯାଇଛି ଦେବୀ ନଦୀ। ଏବେ ଏହି ନଦୀ କୂଳ ଲଙ୍ଘୁ ଥିବାରୁ ନଦୀ ଆସି ବନ୍ଧ କଡ଼କୁ ଲାଗିଛି । ଏହାକୁ ନେଇ ନଦୀ ନିକଟବର୍ତ୍ତୀ ୨୦ରୁ ଉର୍ଦ୍ଧ ଗାଁର ଲୋକେ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି ।
Jul 24,2024, 10:16 AM IST
Odisha News: ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣୀ
Odisha News: କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଚିତ୍ତରଞ୍ଜନ ପିଲେ,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍ ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Jul 19,2024, 19:19 PM IST
Odisha News: ପାରାଦୀପରେ ଶ୍ରମିକ ଅଶାନ୍ତି
Odisha News: ପାରାଦୀପରେ ଥିବା ବିଅର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଜୋରଜବରଦସ୍ତ କମ୍ପାନୀରୁ ବାହାର କରି ଦିଆଯାଇଛି। ଯାହାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଏନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି।
Jul 18,2024, 13:24 PM IST
Odisha News: ବିପୁଳ ପରିମାଣରେ ନକଲି ମୋବିଲ ଓ ଗାଡିର ଯନ୍ତ୍ରାଂଶ ଜବତ
Odisha News: କେବଳ ମୋବିଲ ନୁହେଁ ,ବାଜାଜ, ହିରୋହୋଣ୍ଡା, ଟିଭିଏସ ଆଦି ଗାଡିର ନକଲି ବାଇକ ଯନ୍ତ୍ରାଂଶକୁ ଅସଲି ଖୋଳ ତିଆରି କରି ସେଥିରେ ପ୍ୟାକିଙ୍ଗ କରୁଥିବାର ମଧ୍ୟ ପୋଲିସ ନଜର ଆସିଥିବା ବେଳେ ସେଗୁଡିକୁ ମଧ୍ୟ ଜବତ କରାଯାଇଥିଲା।ଇଆଇପିଆର ଇଣ୍ଡିଆ ଲିମିଟେଡ଼ ସର୍ଭେୟର ସଂସ୍ଥା ପକ୍ଷରୁ ମାର୍କେଟ ସର୍ଭେ କରୁଥିବା ସମୟରେ ନକଲି ମୋବିଲ ବିକ୍ରୟ ଉପରେ ଜାଣିବାକୁ ପାଇଥିଲେ।
Jul 17,2024, 12:05 PM IST
Odisha News: ସୁଭଦ୍ରା କ୍ଷେତ୍ରରେ 'ବାସୀ ରଥଯାତ୍ରା'ର ପରମ୍ପରା କେବେଠୁ , ଜାଣିଛନ୍ତି କି?
Odisha News: ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱର ବିଭିନ୍ନ କୋଣଅନୁକୋଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗରେ ''ବାସୀ ରଥଯାତ୍ରା''ର ପରମ୍ପରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷ ସୁଭଦ୍ରା ଶ୍ରୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଗଡକୁଜଙ୍ଗ ଶ୍ରୀଶ୍ରୀ କୁଂଜବିହାରୀଙ୍କ ପୀଠରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
Jul 9,2024, 10:55 AM IST
Odisha News: ଅନାହାରରେ ଗୋମାତା, ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ
Odisha News: ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତରଜଙ୍ଗା ପଞ୍ଚାୟତରେ ଥିବା ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନରେ। ଶତାଧିକ ଗୋମାତା ରହିଛନ୍ତି ଅନାହାରରେ। ପେଟପୁରା ଗଣ୍ଡାଏ ଖାଇବାକୁ ମିଳୁନାହିଁ। ଖାଦ୍ୟ ଅଭାବରୁ ଦୁଇ ଦିନ ଭିତରେ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ଗୋରୁଗାଈ ମାନେ କଙ୍କାଳ ସଦୃଶ ହୋଇ ପଡିଛନ୍ତି। ୨୦୨୧ରେ ସ୍ଥାନୀୟ କିଛି ବଦାନ୍ୟ ଯୁବକଙ୍କ ପ୍ରଚେଷ୍ଟାରେ ଏହି ଗୋଶାଳା ଗଠନ ହୋଇଥିଲା।
Jul 3,2024, 17:03 PM IST
Odisha News: ଆସୁଛି ବର୍ଷା ଋତୁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଜଗତସି
Odisha News: ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ଜଗତସିଂହପୁର । ବନ୍ୟା ବାତ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିଛି ଏହି ଜିଲ୍ଲା । ଆଗକୁ ଆସୁଛି ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ଋତୁ । ଏହାକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଜଗତସିଂହପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ଦେଖାଇଛି ଉପ୍ତରତା ।
Jun 30,2024, 12:46 PM IST
Odisha News: ପାରାଦୀପରେ ରଜ ମହୋତ୍ସବ ଉଦଯାପିତ
Odisha News: ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ସପ୍ତମ ଦିନ ସନ୍ଧ୍ୟା ତଥା ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୀଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଏ.ଏମ୍.ଏନ୍.ଏସ୍ କମ୍ପାନୀ ର ବରିଷ୍ଠ ଅଧିକାରୀ ଜି.ସୁରେଶା ପ୍ରମୁଖ ଯୋଗ ଦେଇ ରଜ ଉତ୍ସବ ର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
Jun 17,2024, 16:25 PM IST
odisha election 2024
Odisha Election 2024: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ପାରାଦୀପବାସୀ
Odisha Election 2024: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ପାରାଦୀପବାସୀ । ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇ ଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ୨୩୧ ବୁଥ ରେ ଭୋଟ ଦେଇଛନ୍ତି ୨ ଲକ୍ଷ ୨୦ ହଜାର ୩ ଶହ ୯୩ ଭୋଟର ।
Jun 1,2024, 18:59 PM IST
Odisha Election 2024: ଭୋଟ୍ ଦେଲେ ପାରାଦୀପ ବିଜେଡି ବିଧାୟିକା ପ୍ରାର୍ଥୀଙ୍କ ପୂରା ପରିବାର
Odisha Election 2024: ପାରାଦୀପରେ ବିଜେଡିର ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟଙ୍କ ସପରିବାର ଭୋଟ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରିବା ପରେ ପାରାଦୀପ ମୁନିସିପାଲିଟି ୧୩ ନମ୍ବର ୱାର୍ଡ ମୁନିସିପାଲିଟି ବାଳିକା ହାଇସ୍କୁଲରେ ବିଧାୟକ ସମ୍ବିତ ରାଉତରାୟଙ୍କ ସହିତ ବିଧାୟକ ପ୍ରାର୍ଥୀନୀ ଏବଂ ପ୍ରଥମ ଥର ପାଇଁ ବିଧାୟକଙ୍କ ଝିଅ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
Jun 1,2024, 18:33 PM IST
Odisha News: ପାରାଦୀପ ବନ୍ଦରରେ ବିଦେଶୀ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ । ତାଙ୍କର ମୃତ୍ୟୁ କିଭଳି ହେଲା ତାହାର ପ୍ରକୃତ କାରଣ ଜଣାପଡି ନାହିଁ। କିନ୍ତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏ-ନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
May 23,2024, 19:27 PM IST
Odisha Election 2024: ପାରାଦୀପରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପ୍ରଚାର ଜୋରଦାର
Odisha Election 2024: ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ନେତା । ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କ ପାଇଁ କଲେ ପ୍ରଚାର । ପଢନ୍ତୁ ପୂରା ଖବର... ...........
May 20,2024, 18:42 PM IST
Odisha Election 2024: ଉଠୁଛି ପଡୁଛି ପାରଦୀପ, ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ବାପି ସର୍ଖେଲ
Odisha Election 2024: ନିର୍ବାଚନ ପାଇଁ ବେଶ୍ ସରଗରମ୍ ରହିିଛି ରାଜ୍ୟ ରାଜନୀତି। ପାରାଦୀପରେ ମଧ୍ୟ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି। ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ।
May 18,2024, 14:20 PM IST
Odisha News: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ, ମାଛ ଧରୁଥିବା ବେଳେ ...
Odisha News: ପାରାଦୀପ ମାଛଧରା ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯାହା ସମସ୍ତଙ୍କୁ ମର୍ମାହତ କରିଦେଇଛି। ସୁଶାନ୍ତ ବାଡୋଇ ନାମକ ଜଣେ ୩୩ ବର୍ଷିୟ ଯୁବକ ଆଜି ସନ୍ଧ୍ୟାରେ ମାଛଧରା ବନ୍ଦର ରେ ଜାଲ ପକାଇ ମାଛ ଧରୁଥିଲେ ।
May 16,2024, 15:58 PM IST
Odisha Election 2024: ଭିନ୍ନ ଢଙ୍ଗରେ ସଚେତନତା, ମାଛ ବିକ୍ରି କରି ଲୋକଙ୍କୁ...
Odisha Election 2024: ଭୋଟର ମାନଙ୍କୁ ସଚେତନ କରାଉଛନ୍ତି ବାପା ଓ ପୁଅ। ଜାତିରେ କୈବର୍ତ୍ତ, ପେଶା ହେଉଛି ମାଛ ବ୍ୟବସାୟ। ନିଶା କିନ୍ତୁ ସମାଜକୁ ସଚେତନ ବାର୍ତ୍ତା ଦେବା। ଭିନ୍ନ ଉପାୟରେ ଭୋଟର ମାନଙ୍କୁ ସଚେତନତା କରୁଛନ୍ତି ବାପା ଓ ପୁଅ। ନିଜର ପାରମ୍ପରିକ, କୌଳିକ ବୃତ୍ତି ସମୟରେ ନାଚି, ଗୀତଗାଇ ଭୋଟର ମାନଙ୍କୁ ସଚେତନତା କରିବାରେ ଏହି ଦୁଇ ବାପା ଆଉ ପୁଅ ଆଜି ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ।
May 13,2024, 12:53 PM IST
Odisha Election 2024: ପାରାଦୀପରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ବିଜେଡି-କଂଗ୍ରେସର ବହୁ
Odisha Election 2024: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଠାରୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ। ଅନ୍ୟପଟେ ପ୍ରତ୍ୟେକ ଦଳ ପକ୍ଷରୁ ଦଳକୁ ମଜଭୁତ କରିବା ସହିତ ଦଳଛାଡି ଅନେକ କର୍ମୀ ବିଭିନ୍ନ ଦଳକୁ ଡିଆଁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପାରାଦୀପ ବିଜେପି ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ନେତୃତ୍ୱରେ ପାରାଦୀପରେ ଶକ୍ତି ବୃଦ୍ଧି କରୁଛି ବିଜେପି ।
May 9,2024, 19:58 PM IST
Odisha News: ହଷ୍ଟେଲରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର
Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ଲାଲାସାହିସ୍ଥିତ ସାଇ ଆବାକସ ଏକାଡେମୀ ନାମକ କୋଚିଂ ସେଣ୍ଟରର ହଷ୍ଟେଲରେ ଏଭଳି ଘଟଣା ଘଟିଛି । ବିରିଡି ବ୍ଲକ ଗୋପୀନାଥପୁର ଗ୍ରାମର ବିଭୁତି ଭୂଷଣ ସ୍ବାଇଁଙ୍କ ବଡ଼ପୁଅ ବିଶ୍ୱରଞ୍ଜନ ସ୍ବାଇଁ ଗତରାତିରେ ହଷ୍ଟେଲର ନିଜ ରୁମରେ ବେକରେ ବେଡ଼ସିଟ ଲଗାଇ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି।
May 6,2024, 17:41 PM IST
Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ
Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ। ହରିଣଟିକୁ ଉଦ୍ଧାର କରିବା ପାଇଁ ବନ୍ଦର ଟକବୋଟ୍ ନିୟୋଜିତ ହୋଇଛି । କୌଣସି କାରଣରୁ ହରିଣଟି ବନ୍ଦର ଜେଟିରୁ ସମୁଦ୍ର ମଧ୍ୟକୁ ଖସି ପଡିଥିବା ଅନୁମାନ କରାଯାଉଥିବା ବେଳେ ହରିଣଟି କିପରି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
May 6,2024, 16:22 PM IST
Odisha News: ଏହି ଦିନ ଠାରୁ ଆରମ୍ଭ ହେବ ଶାରଳାଙ୍କ ଚନ୍ଦନ ଯାତ୍ରା
Odisha News: ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମାଆ ଶାରଳାଙ୍କ ଚନ୍ଦନ ଯାତ୍ରା। ଝଙ୍କଡ଼ ବାସିନୀ ମାଆ ଶାରଳା ନୌକାରେ ଖେଳିବେ ଚାପ। । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଶାରଳାଙ୍କ ଚନ୍ଦନ ଯାତ୍ରା ଲାଗି ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ପାରମ୍ପରିକ ନୌକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
May 6,2024, 11:52 AM IST
Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ
Odisha News: ସମୁଦ୍ରରେ ଉଠିବ ବଡ଼ ଜୁଆର । ଏ-ନେଇ ସଚେତନ କରାଇଲା ମତ୍ସ୍ୟ ବିଭାଗ। ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଉଠିବ ବଡ଼ ବଡ଼ ଜୁଆର । ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ।
May 5,2024, 11:25 AM IST
Odisha News: 'ଶ୍ରମିକମାନଙ୍କ କଥା ବୁଝନ୍ତି ନବୀନ'
Odisha News: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି କହିଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ମହା ସଚିବ ସୁବାସ ସିଂ।
May 5,2024, 9:21 AM IST
Odisha News: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ୍ କୁ ଚାଷୀଙ୍କ ବିରୋଧ
Odisha News: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ୍ କୁ ଚାଷୀଙ୍କ ବିରୋଧ। କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ଏହି ସ୍ଲରୀ ପାଇପଲାଇନ୍। ଜମି ମାଲିକ ମାନେ ଏହାକୁ ବିରୋଧ କଲେ ହାତାହାତି ହେବାକୁ ପଛାଉ ନାହାଁନ୍ତି ଠିକାଦାର।
May 3,2024, 10:59 AM IST
Odisha News: ରିଲ୍ସ କରିବା ସମୟରେ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ !
Odisha News: ପାରାଦୀପ ଅଠରବାଙ୍କୀ କାଉଡିଆ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳର ତ୍ରିଲୋଚନ ଲେଙ୍କା। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
May 1,2024, 18:22 PM IST
Odisha News: ପାରାଦୀପରେ ବିଶ୍ବ ଶ୍ରମିକ ଦିବସ ପାଳିତ
Odisha News: ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ବ ଶ୍ରମିକ ଦିବସ ପାଳିତ। ଏହି ଶ୍ରମିକ ଦିବସ ଉପଲକ୍ଷେ ପାରାଦୀପ ର ସର୍ବ ପୂରାତନ ସଂଘ ''ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ'' ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି।
May 1,2024, 11:11 AM IST
Odisha Election 2024: ମୋନିଦୀପା ସର୍ଖେଲଙ୍କ ଆହ୍ବାନ୍, 'ନବୀନଙ୍କୁ ଷଷ୍ଠ ଥର ଲାଗି କରନ୍ତୁ ମୁଖ୍
Odisha Election 2024: ସମସ୍ତ ମନମାଳିନ୍ଯକୁ ଭୁଲି ଏକ ହୋଇ ଲଢିବାକୁ ଆହ୍ବାନ ଦେଇଛି ପାରାଦ୍ଵୀପ ବିଜେଡି। ପାରାଦ୍ଵୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ସମସ୍ତ କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି କର୍ମୀ।
Apr 29,2024, 18:00 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.