Weather Updates: ହାଡଭଙ୍ଗା ଶୀତରେ ଥରିବ ଦିଲ୍ଲୀ ସମେତ ଉତ୍ତର ଭାରତ, ଏହି ଦିନଠାରୁ ବଢିବ କୁହୁଡ଼ିର ମାତ୍ରା
Advertisement
Article Detail0/zeeodisha/odisha2503953

Weather Updates: ହାଡଭଙ୍ଗା ଶୀତରେ ଥରିବ ଦିଲ୍ଲୀ ସମେତ ଉତ୍ତର ଭାରତ, ଏହି ଦିନଠାରୁ ବଢିବ କୁହୁଡ଼ିର ମାତ୍ରା

ନୂଆଦିଲ୍ଲୀ: ନଭେମ୍ବର ମାସରେ ପାଗର ମିଜାଜ ଏବେ ବଡ଼ ଅଜବ ରହିଥିବା ଦେଖିବାକୁ ମିଳୁଛି। ଦିନରେ ଗରମ ଓ ରାତିରେ ଥଣ୍ଡା ଏବେ ଅନୁଭୂତ ହେଉଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରଦୂଷିତ ବାୟୁମଣ୍ଡଳ କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଥାଇପାରେ। କିନ୍ତୁ ଦିଲ୍ଲୀରେ ଏବେ ଥଣ୍ଡା ପଡିବା ଆରମ୍ଭ ହୋଇଗଲାଣି। ଘରେ ଘରେ ଏବେ ଏସି ବନ୍ଦ ହେବା

Weather Updates: ହାଡଭଙ୍ଗା ଶୀତରେ ଥରିବ ଦିଲ୍ଲୀ ସମେତ ଉତ୍ତର ଭାରତ, ଏହି ଦିନଠାରୁ ବଢିବ କୁହୁଡ଼ିର ମାତ୍ରା

Weather Updates: ନୂଆଦିଲ୍ଲୀ: ନଭେମ୍ବର ମାସରେ ପାଗର ମିଜାଜ ଏବେ ବଡ଼ ଅଜବ ରହିଥିବା ଦେଖିବାକୁ ମିଳୁଛି। ଦିନରେ ଗରମ ଓ ରାତିରେ ଥଣ୍ଡା ଏବେ ଅନୁଭୂତ ହେଉଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରଦୂଷିତ ବାୟୁମଣ୍ଡଳ କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଥାଇପାରେ। କିନ୍ତୁ ଦିଲ୍ଲୀରେ ଏବେ ଥଣ୍ଡା ପଡିବା ଆରମ୍ଭ ହୋଇଗଲାଣି। ଘରେ ଘରେ ଏବେ ଏସି ବନ୍ଦ ହେବା ଆରମ୍ଭ ହୋଇଛି। ଚଳିତ ବର୍ଷ ତୁଷାରପାତର ମାତ୍ରା କମିଥିବାରୁ ତାପମାତ୍ରା ସାମାନ୍ୟ ଅଧିକ ରହିଛି। 

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ତଥା ଉତ୍ତର ଭାରତରେ ଶୁଷ୍କ ବାୟୁମଣ୍ଡଳ ଦେଖିବାକୁ ମିଳିବ। ତାପମାତ୍ରା ସେଭଳି କୌଣସି ଆଖିଦୃଷିଆ ପରିବର୍ତ୍ତନ ହେବ ନାହିଁ। ସେପଟେ କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷ ତୁଳନା ଦିଲ୍ଲୀରେ ଅଧିକ ମାତ୍ରାରେ ଶୀତ ଲହରୀ ଜାରି ରହିବ ବୋଲି ବିଶ୍ୱ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସଂଗଠନ କହିବା ମୁତାବକ ଡିସେମ୍ବର ମାସରୁ ଫେବୃଆରୀ ମାସରେ ଲା ନିନୀ ସକ୍ରିୟ ରହିବ। ଏଥିପାଇଁ ଗରମ ଓ ବର୍ଷା ଭଳି ଚଳିତ ବର୍ଷ ଶୀତ ମଧ୍ୟ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଦିଲ୍ଲୀରେ କିଭଳି ରହିଛି ପାଣିପାଗର ସ୍ଥିତି
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୭ ନଭେମ୍ବର ୨୦୨୪ ସକାଳେ ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୮.୦୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଦିନରେ ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ୨୧.୦୫ ଡିଗ୍ରୀ ସେଲସିୟସ୍ ଏବଂ ୩୧.୭୩ ଡିଗ୍ରୀ ସେଲସିୟସ୍ ହେବ ବୋଲି ଆଶା କରାଯାଉଛି | ବାୟୁରେ ୩୮ ପ୍ରତିଶତ ଆର୍ଦ୍ରତା ଏବଂ ପବନର ବେଗ ଘଣ୍ଟା ପ୍ରତି ୩୮ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସକାଳ ୬.୩୭ରେ  ସୂର୍ଯ୍ୟ ଉଦୟ ହୋଇ ୫ଟା ୩୧ରେ ଅସ୍ତ ଯିବେ। ଉଲ୍ଲେଖଥାଉ କି, ଆଜି ସକାଳେ ଦିଲ୍ଲୀରେ ସ୍ୱାଭାବିକ ଠାରୁ ଗରମ ଅନୁଭୂତ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି।

ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୦-୩୩ ଡିଗ୍ରୀ ରହିବାକୁ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮  ଡିଗ୍ରୀ ମଧ୍ୟରେ ରହିଥାଏ | ଗତକାଲି ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧ ରୁ ୨ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୧ ରୁ ୨ ଡିଗ୍ରୀ ସେଲସିୟସ ଥିଲା | ଦିନରେ ପବନ ବହିବା ସହ ରାତିରେ ଶାନ୍ତ ରହିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ପବନ ସହିତ ଧୂଆଁର ଅବସ୍ଥା ବିଦ୍ୟମାନ। ତେଣୁ ଆଜି ରାଜଧାନୀରେ AQI 366 ଏବଂ ୧୦ ରୁ ଅଧିକ କ୍ଷେତ୍ରରେ AQI 400 ରୁ ଅଧିକ ଅଟେ।

୧୫ ନଭେମ୍ବର ପରେ ବଢିବ କୁହୁଡ଼ିର ମାତ୍ରା
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନଭେମ୍ବର ୧୫ ପରେ ଦିଲ୍ଲୀରେ ଘନ କୁହୁଡି ହୋଇପାରେ। ଏହାଦ୍ୱାରା ତାପମାତ୍ରା ହ୍ରାସ ପାଇବ ଏବଂ ଉଷୁମ ପୋଷାକ ପିନ୍ଧିବାର ଆବଶ୍ୟକତା ରହିବ। ଘନ କୁହୁଡ଼ି ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତକୁ ଆଚ୍ଛାଦନ କରିପାରେ ଏବଂ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଅଛି। ଆଗାମୀ ୧୦ ଦିନ ମଧ୍ୟରେ ଦିଲ୍ଲୀ ସମେତ ଉତ୍ତର ଭାରତର ସମତଳ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ସକାଳ ଓ ସନ୍ଧ୍ୟାରେ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ହାଲୁକା ଥଣ୍ଡା ଆରମ୍ଭ ହୋଇଛି, କିନ୍ତୁ ଏହି ରାଜ୍ୟଗୁଡିକରେ ପାଗ ସ୍ପଷ୍ଟ ରହିବ। ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ଏପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ନାହିଁ। ଯଦି ତୁଷାରପାତ ହୁଏ, ସମତଳ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇବ।