Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ଶୀତ କମିବ। ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଏହା ପ୍ରଭାବରେ କମ୍ ଶୀତ ଅନୁଭବ ହେବ।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ଶୀତ କମିବ। ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଏହା ପ୍ରଭାବରେ କମ୍ ଶୀତ ଅନୁଭବ ହେବ। ଉଭୟ ପାଣିପାଗ ବିଭାଗ ଓ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି। ସେହିପରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଭୁବନେଶ୍ବର ସଂଲଗ୍ନ ଉପକୂଳ ଜିଲ୍ଲାରେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ବଢିବ। ୨ ତାରିଖ ଯାଏଁ ରାତି ତାପମାତ୍ରା ଅଧିକ ରହିବ ଓ କମ୍ ଶୀତ ହେବ। ୩ ତାରିଖ ରାତି ତାପମାତ୍ରା ପୁଣି ୨ ଡିଗ୍ରୀ କମିଯିବ। ଆସନ୍ତାମାସ ୪,୫ ଓ ୬ ତାରିଖରେ ଏଭଳି ତାପମାତ୍ରା ରହିବ।
ତାପମାତ୍ରା ପୂର୍ବାନୁମାନ |#Odisha #Weather #OdishaWeather #WeatherForecast pic.twitter.com/3qZ5KYUxBf
— Meteorological Centre, Bhubaneswar (@mcbbsr) November 27, 2024
ALSO READ: Gold Rate Today: ଆଜି ସୁନା ଦରରେ ପରିବର୍ତ୍ତନ, ୫୯ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ
ଡିସେମ୍ବର ୧ ତାରିଥ ଯାଏଁ ଦିନରେ ପାଗ କୋହଲା ରହିବ। ୩୦ ତାରିଖ ରାତିରେ ଆଭ୍ୟନ୍ତରିଣ ଜିଲ୍ଲାରେ ରାତି ତାପମାତ୍ରା ୩ ଡିଗ୍ରୀ ବଢିବ। ୧ ତାରିଖରେ ପୁଣି ୨ ଡିଗ୍ରୀ କମିବ। ଡିସେମ୍ବର ୫ ତାରିଖ ଯାଏଁ ଏଭଳି ତାପମାତ୍ରା ରହିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୧୨ ଘଣ୍ଟାରେ ଛୋଟ ବାତ୍ୟାରେ ପରିଣତ ହୋଇପାରେ। ସମୁଦ୍ର ଉପରେ ଥିବା ସମୟରେ ଏହାର ପ୍ରଭାବ ଅଧିକ ରହିବ। ୩୦ ତାରିଖରେ ବାତ୍ୟା ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ। ସ୍ଥଳଭାଗରେ କମ୍ ବର୍ଷା ଓ ପବନ ହୋଇପାରେ।
ତେବେ, ଓଡି଼ଶା ଉପରେ ବାତ୍ୟାର ପ୍ରଭାବ ପଡିବାର ସମ୍ଭାବନା କମ୍। ଦକ୍ଷିଣ ଉପକୂଳ ଓଡି଼ଶା ତଥା ଗଂଜାମରେ ହାଲୁକା ବର୍ଷା ହୋଇପାରେ। ବିଶେଷକରି, ଆଜି ଓ ଆସନ୍ତାକାଲି ଦକ୍ଷିଣ ଓ ଉପକୂଳ ଓଡିଶାରେ ହାଲୁକା ବର୍ଷା ହୋଇପାରେ। ଆଜି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ପୁରୀ, ଗଂଜାମ ଓ ଗଜପତି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ମୟୂରଭଂଜ, କେନ୍ଦୁଝର, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି,୩୦ ତାରିଖରେ ଉପକୂଳ ଓଡି଼ଶା ସମେତ ରାୟଗଡା, କୋରାପୁଟ, ମାଲକାନଗିରି, ମୟୂରଭଂଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।